Posted inଖେଳ

ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି

ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଆମେରିକାର ନ୍ୟାଶନାଲ ବାସ୍କେଟବଲ୍‌ ଲିଗ୍‌ (ଏନ୍‌ବିଏ) ଏକ ମ୍ୟାଚ୍‌ରେ ଜୋର୍ଡାନ ଏହି ଜୋତା ‘ଏୟାର ଜୋର୍ଡାନ’ ପିନ୍ଧିଥିଲେ। ବାସ୍କେଟବଲ ଯୋତା ହିସାବରେ ଏହା ରେକର୍ଡ ମୂଲ୍ୟ ବୋଲି କୁହାଯାଇଛି। ଧଳା, କଳା ଓ ଲାଲରଙ୍ଗ ବିଶିଷ୍ଟ ଏହି ଯୋତାକୁ ଜୋର୍ଡାନ ୧୯୮୫ରେ ନିଜ ପାଇଁ ତିଆରି କରିଥିଲେ। ଏଥିରେ ଜୋର୍ଡାନଙ୍କ ଅଟୋଗ୍ରାଫ୍‌ ରହିଛି। ଏକ ଅନ୍‌ଲାଇନ୍‌ ନିଲାମ ମାଧ୍ୟମରେ ଏହି ଜୋତା ବିକ୍ରି ହୋଇଛି। ସ୍ବତନ୍ତ୍ର ଭାବେ ଜୋର୍ଡାନଙ୍କ ପାଇଁ ଏହି ଯୋତା ତିଆରି କରାଯାଇଥିଲା। ଏହି କ୍ରମରେ ‘ମୁନ୍‌ ଶୁ’ ରେକର୍ଡକୁ ମଧ୍ୟ ଏହି ଯୋତା ଅତିକ୍ରମ କରିଛି। ଜଣାଶୁଣା ‘ସୋଥବୀ ନିଲାମଘରେ’ ଏହି ଯୋତା ବିକ୍ରି ହୋଇଥିଲା।
ଉଲ୍ଲେଖଥାଉ କି, ୨୦୧୯ ଜୁଲାଇରେ ସୋଥବୀ ନିଲାମ ଘରେ ‘ମୁନ୍‌ ଶୁ’ ଜୋତା ନିଲାମ ହୋଇଥିଲା ଓ ଏହା ୪ ଲକ୍ଷ ୩୭ ହଜାର ଡଲାରରେ ବିକ୍ରି ହୋଇଥିଲା। ୧୯୭୨ରେ ନାଇକ କମ୍ପାନୀର ରନିଂ ଶୁ ‘ମୁନ୍‌ ଶୁ’ ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା। ଜୋର୍ଡାନଙ୍କ ସବୁ ଜୋତା ଭଳି ଏହି ଜୋତା ମଧ୍ୟ ପରସ୍ପରକୁ ମ୍ୟାଚ୍‌ କରୁ ନ ଥିଲା। ବାମ ଓ ଡାହାଣ ଜୋତାର ଆକାର ଯଥାକ୍ରମମେ ୧୩ ଓ ୧୩.୫ ଥିଲା। ଏୟାର ଜୋର୍ଡାନ ବ୍ରାଣ୍ଡର ୩୫ତମ ବାର୍ଷିକୀରେ ଏହି ନିଲାମର ଆୟୋଜନ ହୋଇଥିଲା। ଏହି ଜୋତା ୧ରୁ ଦେଢ ଲକ୍ଷ ଡଲାରରେ ବିକ୍ରି ହେବ ବୋଲି ଆଶା କରାଯାଉଥଲା। ତେବେ ଶେଷରେ ରେକର୍ଡ ଦାମ୍‌ରେ ବିକ୍ରି ହୋଇଛି ବୋଲି ସୋଥବୀ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ଜୋର୍ଡାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବାସ୍କେଟବଲ ଖେଳାଳି ରୂପେ ପରିଗଣିତ ହୁଅନ୍ତି। ଏନ୍‌ବିଏରେ ସେ ୧୫ଟି ସିଜନରେ ଅଂଶଗ୍ରହଣ କରିଥିଲେ ଓ ଶିକାଗୋ ବୁଲ୍ସକୁ ୬ଥର ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri