Posted inଖେଳ

ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି

ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଆମେରିକାର ନ୍ୟାଶନାଲ ବାସ୍କେଟବଲ୍‌ ଲିଗ୍‌ (ଏନ୍‌ବିଏ) ଏକ ମ୍ୟାଚ୍‌ରେ ଜୋର୍ଡାନ ଏହି ଜୋତା ‘ଏୟାର ଜୋର୍ଡାନ’ ପିନ୍ଧିଥିଲେ। ବାସ୍କେଟବଲ ଯୋତା ହିସାବରେ ଏହା ରେକର୍ଡ ମୂଲ୍ୟ ବୋଲି କୁହାଯାଇଛି। ଧଳା, କଳା ଓ ଲାଲରଙ୍ଗ ବିଶିଷ୍ଟ ଏହି ଯୋତାକୁ ଜୋର୍ଡାନ ୧୯୮୫ରେ ନିଜ ପାଇଁ ତିଆରି କରିଥିଲେ। ଏଥିରେ ଜୋର୍ଡାନଙ୍କ ଅଟୋଗ୍ରାଫ୍‌ ରହିଛି। ଏକ ଅନ୍‌ଲାଇନ୍‌ ନିଲାମ ମାଧ୍ୟମରେ ଏହି ଜୋତା ବିକ୍ରି ହୋଇଛି। ସ୍ବତନ୍ତ୍ର ଭାବେ ଜୋର୍ଡାନଙ୍କ ପାଇଁ ଏହି ଯୋତା ତିଆରି କରାଯାଇଥିଲା। ଏହି କ୍ରମରେ ‘ମୁନ୍‌ ଶୁ’ ରେକର୍ଡକୁ ମଧ୍ୟ ଏହି ଯୋତା ଅତିକ୍ରମ କରିଛି। ଜଣାଶୁଣା ‘ସୋଥବୀ ନିଲାମଘରେ’ ଏହି ଯୋତା ବିକ୍ରି ହୋଇଥିଲା।
ଉଲ୍ଲେଖଥାଉ କି, ୨୦୧୯ ଜୁଲାଇରେ ସୋଥବୀ ନିଲାମ ଘରେ ‘ମୁନ୍‌ ଶୁ’ ଜୋତା ନିଲାମ ହୋଇଥିଲା ଓ ଏହା ୪ ଲକ୍ଷ ୩୭ ହଜାର ଡଲାରରେ ବିକ୍ରି ହୋଇଥିଲା। ୧୯୭୨ରେ ନାଇକ କମ୍ପାନୀର ରନିଂ ଶୁ ‘ମୁନ୍‌ ଶୁ’ ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା। ଜୋର୍ଡାନଙ୍କ ସବୁ ଜୋତା ଭଳି ଏହି ଜୋତା ମଧ୍ୟ ପରସ୍ପରକୁ ମ୍ୟାଚ୍‌ କରୁ ନ ଥିଲା। ବାମ ଓ ଡାହାଣ ଜୋତାର ଆକାର ଯଥାକ୍ରମମେ ୧୩ ଓ ୧୩.୫ ଥିଲା। ଏୟାର ଜୋର୍ଡାନ ବ୍ରାଣ୍ଡର ୩୫ତମ ବାର୍ଷିକୀରେ ଏହି ନିଲାମର ଆୟୋଜନ ହୋଇଥିଲା। ଏହି ଜୋତା ୧ରୁ ଦେଢ ଲକ୍ଷ ଡଲାରରେ ବିକ୍ରି ହେବ ବୋଲି ଆଶା କରାଯାଉଥଲା। ତେବେ ଶେଷରେ ରେକର୍ଡ ଦାମ୍‌ରେ ବିକ୍ରି ହୋଇଛି ବୋଲି ସୋଥବୀ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ଜୋର୍ଡାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବାସ୍କେଟବଲ ଖେଳାଳି ରୂପେ ପରିଗଣିତ ହୁଅନ୍ତି। ଏନ୍‌ବିଏରେ ସେ ୧୫ଟି ସିଜନରେ ଅଂଶଗ୍ରହଣ କରିଥିଲେ ଓ ଶିକାଗୋ ବୁଲ୍ସକୁ ୬ଥର ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri