ମା’ ମାଟି – ମଣିଷ

ଶ୍ରୀମାନ୍‌ ସର୍ବଗିଳା

ଚାଳିଶି ବରଷ ପୂର୍ବରୁ ଚାଳିଆରେ ଥିବା ଆମ ଗ୍ରାମଦେବତୀ, ଏବେ ବି ସେଇଜାଗାରେ ସେମିତି ବସିଛନ୍ତି ଦେଖି ଲମ୍ବହେଇ ପ୍ରଣାମ କଲି ା ମା’ର ଧୈର୍ଯ୍ୟକୁ ଧନ୍ୟବାଦ ଦେଲି ା ଆମ୍ଭ ଭଳି ଯୋଗ୍ୟ ପୁତ୍ରଙ୍କର ଗ୍ରାମଦେବୀ ମା’ ପେଚାଚଢ଼େଇ ଭଳି ଜାକିଜୁକି ହୋଇ ନଈକୂଳର ବରଗଛ ମୂଳେ କୋଡ଼ିଏ ତିରିଶିଟା ଇଟା ଗଢ଼ା ଆସନରେ ସେବେ ବସିଥିଲେ ା ଏତେଦିନ ହେଲା ଖରା, ବର୍ଷା, ଶୀତ, କାକର, ଝଡ଼ ବତାସ ସହି ସେଇଠି ରହି ଗାଁକୁ ଏଯାଏ ଶୁଭଦୃଷ୍ଟିରେ ଅନେଇଛନ୍ତି ା ଧନ୍ୟ ଲୋ ମା’ ତୁ ! ତୋ’ରି ଗାଁର ସନ୍ତାନଗଣ ଛଣଛପର ଟିଣଛପର ଘରଭାଙ୍ଗି ଏକ ମହଲାରୁ ଚାରିମହଲା କୋଠା ତୋଳି, ବିଜୁଳି ଆଲୁଅ ଜାଳି, ତାଳପତ୍ର ବିଞ୍ଚଣା ପଙ୍ଖାରୁ ଏସି ଘରେ ରହିଲେଣି । ହେଲେ ତୁ କେବେ ଆପତ୍ତି ଅଭିଯୋଗ କରିନୁ କି ଫନୀ-ହୁଡୁହୁଡୁ ଭଳିଆ ମହାବାତ୍ୟାରେ ସମସ୍ତେ କୋଠାର ନିରାପଦ କୋଠରିରେ ରହିଲେ ବି ତୁ କୁଆଡ଼େ ନ ଯାଇ ସବୁ ଝଡ଼ପବନ ବର୍ଷା ମାଡ଼ ଖାଇ ସେଇଠି ବସିଛୁ ଯେ ବସିଛୁ ା
ମା’ଲୋ ! ଗାଁ ଲୋକଙ୍କ ପୁଅଝିଅ ବାହାଘର ହେଲେ ଲୁଗାକିଣା ତାଲିକା କଲାବେଳେ ଆଗେ ତୋ’କଥା ମନେପକେଇ ତୋ ପିନ୍ଧା ପାଇଁ ପୂରା ପାଞ୍ଚଟଙ୍କିଆ କରିଆ କନାଟେ ଲେଖନ୍ତି ା ତା’ ପରେ ଝିଅ ଜ୍ୱାଇଁଙ୍କ ବସ୍ତ୍ରଠୁ ଅନ୍ୟମାନଙ୍କ ଲୁଗାପଟା ପଚାଶ ହଜାରରୁ ଲାଖେ ଟଙ୍କିଆ ଶାଢ଼ି ସୁନାଗହଣା କିଣାଯାଏ ା ମା’ଲୋ ! ସେମିତି ଭୋଜିଭାତର ଚିଠା କଲାବେଳେ ତୋ ପାଇଁ ଭାବଭକତି ଉଛୁଳି ପଡ଼ିବାରୁ ତୋ ଲାଗି ଦଶଟଙ୍କିଆ ଉଖୁଡ଼ା ପାକେଟ୍‌ ଗୋଟେ, ଆନ୍ଧେରା କଦଳୀ ଯୋଡ଼େ କିଣା ସରିବା ପରେ ବାକି ପଚାଶ ଶହେ ପ୍ରକାର ଆଇଟମ୍‌ ପାଇଁ ମାଛ, ମାଂସଠୁ ଯାବତୀୟ ତେଲ ମସଲା ନାଲିପାଣିବୋତଲ ଇତ୍ୟାଦି ସରଞ୍ଜାମ ଆୟୋଜନ ହୁଏ ା ଦିନେ ଜଣେ ବନ୍ଧୁଙ୍କ ଝିଅ ବାହାଘର ସଉଦା କିଣା ବେଳେ ପଚାରୁ ପଚାରୁ ପଚାରିଦେଲି, ‘ତମ ପାଇଁ ଏତେ ସବୁ ଆୟୋଜନ, ମା’ଙ୍କ ପାଇଁ ଉଖୁଡ଼ା, କରିଆ ଦାନ ?’
ବନ୍ଧୁ ବୁଝେଇଦେଲେ ଏଗୁଡ଼ା ଗୋଟେ ବିଧି ା ସତରେ କ’ଣ ମା’ ଖାଏ ନା ପିନ୍ଧେ? ମୁଁ ମନେମନେ ଭାବୁଥିଲି ସତରେ ମା’ ଖାଏନି କି ପିନ୍ଧେନି ା ସବୁ ମିଛିମିଛିକା ା ସେମିତି ମା’ ବି ମିଛିମିଛିକା ଆମକୁ ବିପଦ ଆପଦରେ ରକ୍ଷା କରୁଥିବ ା ମା’ ଯେମିତି ଘରେ ଖାଇ ନ ଥିଲେ ବି ମିଛିମିଛିକା ଖାଇଛି କହି ସନ୍ତାନର ଇଜ୍ଜତ ରଖେ ା ଏ ଗ୍ରାମଦେବୀ ବି ସେମିତି ମିଛେଇ ା ତଥାପି ପ୍ରବଳ ଆବେଗରେ ପୁଅ ଝିଅଙ୍କ ବାଡୁଆଦୋଷ କଟିବାକୁ ସୁଖରେ ସଂସାର ଚଳିବାକୁ ଆଗ ତୋତେ ଗାଧୋଇ, ଶାଢ଼ି ସୁନା ତତେ ଦେଖେଇ ଦେଇ ବରକନିଆ ପିନ୍ଧି ସଜେଇ ହୋଇ ଚାଲିଯା’ନ୍ତି ା ତୁ’ ବି ପାଞ୍ଚଦଶଟଙ୍କିଆ ଦରବରେ ସନ୍ତୁଷ୍ଟ ହୋଇ ସୁଖ ସଂସାର ପାଇଁ ବର ଯାଚିଦଉ ା ଧନ୍ୟ ତୋ ମଙ୍ଗଳମୟୀ ରୂପ ା
ମା’ ! ତୁ ତ ଗ୍ରାମଦେବତୀ ା ଘରେ ଜନମକଲା ମା’ ବାପ ବି ତୋରି ଦଶା ଭୋଗୁଛନ୍ତି ା ଯାହିତାହି ଗଣ୍ଡେ ଖୋଇଦେଇ, ଖଣ୍ଡେ ପିନ୍ଧେଇ କର୍ତ୍ତବ୍ୟ ସାରିଦିଅନ୍ତି ପିଲାଏ ା ତୁ ଯେମିତି କୋଉକାଳୁ ଗଛମୂଳେ ପଡ଼ିଛୁ ା ବୁଢ଼ାବୁଢ଼ୀ ବାପା ମା’ ବି ଘରେ ଅଲୋଡ଼ା ହୋଇ କୋଠାର ଶିଡ଼ିଘର ତଳେ ପଡ଼ି ଗଡୁଛନ୍ତି, ରଡୁଛନ୍ତି ା ତାଙ୍କ ସେବା ଯତ୍ନ ପାଇଁ କିଏ ବା ଆଖେଇଛନ୍ତି ?
ମା’ଲୋ ତତେ ଯେମିତି ପଚାଶ ଶହେ ଟଙ୍କିଆ ଦରବ ଭୋଗ ଯାଚି କେସ୍‌ ଫଇସଲା କି ପିଲାର ଚାକିରି ପ୍ରମୋଶନ, ଧନଲାଭ, ଭଲ ବେପାର ପାଇଁ ବାଧ୍ୟକରି ଖିରିପୁରି ଭୋଗ ଲଗାଯାଏ ଆଉ ମାନସିକ ପୂରଣ ନ ହେଲେ ମନଇଚ୍ଛା ଗାଳିଦିଅନ୍ତି, ଠିକ୍‌ ସେମିତି ଆଜିକାଲି ଅନେକ ଭେଣ୍ଡିଆ ପୁଅବୋହୂଙ୍କଠୁ ବୁଢ଼ାବୁଢ଼ୀ ବି ନିଇତି ଗାଳିଖାଆନ୍ତି । ତଥାପି ତୋ ଧୈର୍ଯ୍ୟକୁ ମାନିବାକୁ ପଡ଼ିବ ା ମା’ଲୋ ! ଯିଏ ଜନମକଲା ମା’ ବାପାଙ୍କୁ ହତାଦର କରି କଲବଲ କରନ୍ତି, ସିଏ ତତେ କେମିତିକା ଭକତିରେ ପୂଜା କରନ୍ତି ା ତୁ କ’ଣ ଜାଣିନୁ ? ଅଧିକାଂଶ ବିରାଟ କୋଠାର ବହୁ କୋଠରିରେ ରହୁଥିଲେ ବି ତତେ ବା ଅନ୍ୟ ଦେବଦେବୀଙ୍କଠୁ କାନ୍ଥରେ ପିରକ କଣ୍ଟା ବାଡ଼େଇ ସେଇଥିରେ ଝୁଲେଇ ଧୂପ ବୁଲେଇକି କାମ ସାରନ୍ତି ତ କେହି କେହି କାନ୍ଥ ଖୋଳା ଠଣାରେ ଖୁନ୍ଦାଖୁନ୍ଦି କରି ରଖି ଟିକେ ଚିନି ଗୁଡ଼ ଭୋଗଲଗେଇ କେତେ କ’ଣ ମାଗିଯା’ନ୍ତି ା ତୁ ଦୟାମୟୀ କାହା କୋଳରେ ସନ୍ତାନ ଦେଉ ତ କାହାକୁ ଉଚ୍ଚ ଦରମାରେ ଚାକିରି ା କାହାକୁ ପରୀକ୍ଷାରେ ପାସ୍‌ କରାଉ ତ କାହାକୁ ବେପାରରେ ଲାଭ ପୁଣି କାହାର କୋର୍ଟ କଚେରି କେସ୍‌ରେ ଜିତାପଟ କରାଉ ା ତୁ ଦୟାକରି କାହା ଭଙ୍ଗା କୁଡ଼ିଆକୁ ଅଟ୍ଟାଳିକା ବନାଉ ା ଏମିତି କି ଡାକ୍ତର ବଇଦ ଭଲ କରିପାରୁ ନ ଥିବା ରୋଗକୁ ତୋ ପାଦୁକ ପାଣି ଛଡ଼ା ତୁଳସୀରେ ଆରୋଗ୍ୟ କରୁ ା ସବୁ କାମ ସରିଗଲା ପରେ ସବୁ ଶ୍ରେୟ ମଣିଷ ଆଡ଼କୁ ଯାଏ ା ତଥାପି ତୁ କିଛି କହୁନା ା ଯେମିତି ମା’ ବାପର ତ୍ୟାଗରେ ମଣିଷ ହେଲା ପରେ ପୁଅ ସବୁ ଭୁଲିଯାଏ ା
ମା’ଲୋ ! ତୁ ଯେମିତି ସବୁ ଯାତନା-ନିର୍ଯ୍ୟାତନା ସହି ପଡ଼ି ରହିଛୁ, ସେମିତି ଜନନୀଠୁ ମାଟିମା’ ଜନ୍ମଭୂମି ବି ସବୁ ସହୁଛି ା ମାଟି ମା’ ଜନ୍ମଭୂମି ଉପରେ ଯେତେ ଅତ୍ୟାଚାର ପ୍ରଦୂଷଣଠାରୁ ପଡ଼ୋଶୀ ରାଜ୍ୟ କି ରାଷ୍ଟ୍ରର ଘନଘନ ଆକ୍ରମଣ ପରେ ବି ତୋ ପିଲାଙ୍କର ପାଟି ଖୋଲୁନି କି ରକ୍ଷା କରିବାକୁ ଅସ୍ତ୍ର ଉଠୁନି ା
ଯେଉଁ ମଣିଷ ଆପଣା ପାଚେରି କାନ୍ଥରେ କିଏ ମୂତିଦେବ ବୋଲି ଦିଅଁ ଦେବତାଙ୍କ ଚିତ୍ର ଆଙ୍କେ, ଫଟୋ ମାରେ, ଆପଣା ବେପାର ଖ୍ୟାତି ବଢ଼ିବ ବୋଲି ଦେବମୂର୍ତ୍ତିଙ୍କି ହୋଟେଲ ଅଟ୍ଟାଳିକା ଆଗରେ ଦରୁଆନ୍‌ ପରି ଖରାବର୍ଷାରେ ଠିଆ କରାଏ, ଯେଉଁ ମଣିଷ ସାରା ବର୍ଷ ମଦ ନିଶାରେ ବୁଡ଼ି କେବଳ ମଦର୍ସ ଡେ, ଦିନଟିଏ ମାଆକୁ ମନେ ପକେଇ ତାକୁ ସଜେଇ ସୋସିଆଲ୍‌ ମିଡିଆରେ ଫଟୋ ଛାଡ଼ିଲା ପରେ ମା’କୁ ପୁଣି ଗାଁରେ ଛାଡ଼ି ସହରକୁ ଚାଲିଆସେ, ଯିଏ ମା’ ପେଟରୁ କନ୍ୟାଭ୍ରୂଣ ମାରି, କୁଆଁରୀ ଝିଅଙ୍କୁ ଅତ୍ୟାଚାର, ହତ୍ୟା କରିପାରେ, ଯୌତୁକ ଜୁଇରେ ନାରୀଙ୍କୁ ନିଯର୍‌ୟାତନା ଦେଇପାରେ ତ କାହାକୁ ଅତ୍ୟାଚାର କରି ଜିଅନ୍ତା ପୋଡ଼ିପାରେ, ସେଇ ମଣିଷ ‘ଜନନୀ-ଜନ୍ମଭୂମି-ଜଗତଜନନୀ’ଙ୍କର ମହତ୍ତ୍ୱ କେବେ ବୁଝିଲାଣି ନା ଆଗକୁ କେବେ ବୁଝିବ ? ଦେଖାଯାଉ ଆଗକୁ କ’ଣ ଘଟୁଛି ସମୟ କହିବ…ା

ଶ୍ରୀମାନ୍‌ ସର୍ବଗିଳା

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri