ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ ହୋଇଥିବାବେଳେ ମାତ୍ର ଅଳ୍ପଦିନ ପୂର୍ବରୁ ପୁସ୍ତକମେଳା ମଧ୍ୟ ସମ୍ପନ୍ନ ହୋଇଛି। ସେହିପରି କଣ୍ଟାମାଳ ବ୍ଲକର ଖଟଖଟିଆରେ ଉଷତ ମହୋତ୍ସବ, ବ୍ରାହ୍ମଣୀରେ ବଉଳ ମହୋତ୍ସବ, ସିମିଳିପଦରରେ ମହକ ଉତ୍ସବ, କଣ୍ଟାମାଳରେ ଦୁଇ ଦୁଇଟି ମହୋତ୍ସବ, ଖୁଣ୍ଟିଗୋରାର ଖଡଙ୍ଗ ମହୋତ୍ସବ, ବିଳାସପୁରର ଲୋକ ମହୋତ୍ସବ ଓ ବାଉଁଶୁଣୀରେ ବାଉଁଶୁଣୀ ଲୋକ ମହୋତ୍ସବ ସାଙ୍ଗକୁ ରହିଛି ପଲଶାଗୋରାର ମୁରାସୁର ଦରବାର, କଲରାକୋଠାର ମହିଷାସୁର ଦରବାର, ମଲକିପଦର ଓ ଦପଲାର ଧନୁଯାତ୍ରା। ବୌଦ୍ଧ ସହରରେ ମଧ୍ୟ ଧନୁଯାତ୍ରା ଓ ରାମଲୀଳା ପର୍ବ ପାଳନ ହେଉଛି। ଏହାବ୍ୟତୀତ ବ୍ଲକର ପ୍ରସିଦ୍ଧ ଗନ୍ଧରାଢୀ ଶୈବପୀଠରେ ଗନ୍ଧରାଢୀ ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବ ଦ୍ୱାରା ସାରା ଜିଲାରେ ସଂସ୍କୃତି, ପରମ୍ପରା ଉଜ୍ଜୀବିିତ ହେଉଛି। ମହୋତ୍ସବ ଫଳରେ ବ୍ୟବସାୟୀମାନେ ଭଲ ବେପାର କରିବା ସହ ଅଧିକ ଲାଭ ଉଠାଉଛନ୍ତି। ଏହାସହ ସାରା ଜିଲାରେ କଳାସୀ ଯାତ୍ରା, ଝାମୁଯାତ୍ରା, ଝୁଡାଖାଇ ଯାତ୍ରା, ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପଲଶାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡାର ମକରମେଳା ଓ ଆମ୍ବଗହଣାର ରାହାସ ଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଜିଲା ମହୋତ୍ସବ ଖୁବ୍‌ ଧୁମଧାମରେ ପାଳନ ହୋଇଥିବା ବେଳେ ମହୋତ୍ସବ ସହ କୃଷି, ପର୍ଯ୍ୟଟନ ପର୍ବ, କ୍ରୀଡା ମହୋତ୍ସବ ପାଳନ ହୋଇଥିଲା। ଏହି ଗୌରବମୟ ମାଟିର ମହାନ୍‌ ପରମ୍ପରାକୁ ଜାବୁଡି ଧରିଥିବା କଳାକାରମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ବୌଦ୍ଧ ଗଡଜାତର ରାଜାମାନେ କଳାପ୍ରିୟ ଓ ପ୍ରଜାବତ୍ସଳ। ସେହି ସମୟରୁ ବିକାଶ ପ୍ରଦର୍ଶନୀ ସହ ବିଭିନ୍ନ ଗ୍ରାମରେ ଯାନିଯାତ୍ରାର ପରିବେଶ ସୃଷ୍ଟି ହୋଇଥିଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଭାବେ ଲୋକମାନଙ୍କ ଦ୍ୱାରା ପାଳନ ହୋଇଆସିଛି। ଖାଲି ଏତିକି ନୁହେଁ, ଏହି ଜିଲାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ମଧ୍ୟ ସମ୍ପୂର୍ଣ୍ଣ ନିଆରା। ବୌଦ୍ଧ ସହରରେ ମୁଖ୍ୟ ରଥଯାତ୍ରା ପାଳିତ ହେଉଥିବାବେଳେ ରାଜାଙ୍କ ଆଦେଶକ୍ରମେ ଆବହମାନ କାଳରୁ ଗ୍ରାମାଞ୍ଚଳବାସୀ ରଥଯାତ୍ରା ଓ ବାହୁଡାଯାତ୍ରା ଗୋଟିଏ ଦିନ ପରେ ପାଳନ କରିଥାନ୍ତି। ତେଣୁ ବୌଦ୍ଧର ଗରିମାମୟ ଐତିହ୍ୟର ମୂକସାକ୍ଷୀ ଭାବେ ଏହି ଯାନିଯାତ୍ରାର ପରମ୍ପରା ଚିରକାଳ ବଞ୍ଚତ୍ ରହୁ ଓ ଜିଲାର କଳାକାରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରି ମାଟିର ପରିଚୟ ସୃଷ୍ଟି କରନ୍ତୁ ଏହାହିଁ ସମସ୍ତଙ୍କ କାମନା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri