ମହୁଲ ମଞ୍ଜିର ଅଭାବୀ ବିକ୍ରି: ଆଦିବାସୀଙ୍କୁ ମିଳୁନି ଉଚିତ୍‌ ମୂଲ୍ୟ

ଫିରିଙ୍ଗିଆ,୧୪ା୬- କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଅଧିକାଂଶ ଆଦିବାସୀ ଲୋକେ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। ଯେଉଁଥିରୁ କିଛି ଟଙ୍କା ରୋଜଗାର କରି ପରିବାର ଚଳାନ୍ତି। ସେଥିମଧ୍ୟରୁ ମହୁଲ ମଞ୍ଜି ଅନ୍ୟତମ। ଯେଉଁଥିରୁ ତେଲ ବାହାର କରାଯାଏ। ଏହି ତେଲ ଖାଇବାଠାରୁ ଆରମ୍ଭ କରି ସାବୁନ ତିଆରିରେ ବ୍ୟବହୃତ ହୁଏ। ଏହାର ବଜାର ଆଜି ପର୍ଯ୍ୟନ୍ତ ସୃଷ୍ଟି କରାଯାଇନାହିଁ। ବାହାରର ବ୍ୟବସାୟୀମାନେ ଏହି ଜିଲାରୁ ଅଳ୍ପ ଦରରେ ଆଦିବାସୀଙ୍କଠାରୁ ମହୁଲ ମଞ୍ଜି କ୍ରୟ କରି ବାହାରେ ଚଢ଼ା ଦରରେ ବିକି ମାଲାମାଲ ହେଉଛନ୍ତି। ସରକାରୀସ୍ତରରେ ଏହାର କିଣା ବିକା ହେଉ ନ ଥିବାରୁ ସିଧାସଳଖ ଭାବେ ଆଦିବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଏହାର ବଜାର ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି। ସାଧାରଣତଃ ମହୁଲ ଫୁଲରୁ ପୋଚ କରାଯାଇ ମହୁଲି ମଦ ତିଆରି କରାଯାଏ ବୋଲି ଲୋକଙ୍କ ଧାରଣା ରହିଛି। ଏଥିରୁ ମହୁଲ ପିଠା ମଧ୍ୟ ପ୍ରସ୍ତୁତ ହୁଏ। ଏହାର ମଞ୍ଜିରୁ ତେଲ ପ୍ରସ୍ତୁତ କରାଯାଏ। ଏହାକୁ ଆଦିବାସୀମାନେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ସେହିପରି ସାବୁନ ପ୍ରସ୍ତୁତିରେ ଏହି ତେଲ ଲାଗିଥାଏ। ପ୍ରତିବର୍ଷ ଏପ୍ରିଲରୁ ଜୁନ୍‌ ଏହି ୩ମାସ ମଧ୍ୟରେ ମହୁଲ ଫୁଲ ଫୁଟି ଝଡିବା ପରେ ଫଳ ଫଳିଥାଏ। ଏହାକୁ ସ୍ଥାନୀୟ ଭାଷାରେ ଟୋଲ କୁହାଯାଏ। ଆଦିବାସୀମାନେ ଏହି ଟୋଲକୁ ଗଛରୁ ସଂଗ୍ରହ କରି ଶୁଖାଇ ସେଥିରୁ ମଞ୍ଜି ବାହାର କରନ୍ତି। ଯାହାକୁ ଗୋରା କୁହନ୍ତି। ଜଣେ ଲୋକ ଭୋର ୫ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୪ରୁ ୫ କେଜି ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରନ୍ତି। ପ୍ରାୟ ଏକ ସପ୍ତାହ ଶୁଖିଲା ପରେ ତାକୁ ଫଟାଇ ଗୋରା (ମଞ୍ଜି) ବାହାର କରନ୍ତି। ମଞ୍ଜିକୁ ଗୁଣ୍ଡ କରି ଶିଝାଇବା ପରେ ସେଥିରୁ ତେଲ ବାହାର କରାଯାଏ। ୫ କିଲୋ ଟୋଲରୁ ପ୍ରାୟ ୩ କେଜି ଗୋରା ବାହରେ ଓ ଏଥିରୁ ପ୍ରାୟ ୨ କେଜି ତେଲ ବାହାରେ। ଏହି ତେଲ ଓ ଖଦାକୁ ଆଦିବାସୀମାନେ ଖାଦ୍ୟ(ପିଠା, ତରକାରୀ) ଭାବେ ବ୍ୟବହାର କରନ୍ତି। ତେବେ ଟୋଲ ସଂଗ୍ରହ ଠାରୁ ପ୍ରସ୍ତୁତ ପର୍ପ୍ୟନ୍ତ ବହୁ ସମୟସାପେକ୍ଷ ଓ ଅଧିକ ପରିଶ୍ରମ କରିବାକୁ ପଡୁଥିବାରୁ ଅନେକ ଏହାକୁ ବଜାରରେ ବିକ୍ରି କରି ଦେଉଛନ୍ତି। ଗୋରାରୁ ଆଧୁନିକ ପ୍ରକ୍ରିୟାକରଣ ମଧ୍ୟମରେ ତେଲ ପ୍ରସ୍ତୁତ କରାଯାଉଛି। ବ୍ୟବସାୟୀମାନେ ଏହି ମଞ୍ଜିକୁ ଆଦିବାସୀଙ୍କଠାରୁ କେଜି ପ୍ରତି ୧୫ ରୁ ୨୦ ଟଙ୍କା ଦରରେ କିଣି ନେଇ ଚଢା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ହେଲେ ଦିନ ତମାମ ପରିଶ୍ରମ କରି ଗୋରା ସଂଗ୍ରହ କରୁଥିବା ଆଦିବାସୀ ଉଚିତ୍‌ ମୂଲ୍ୟ ପାଇ ପାରୁ ନାହାନ୍ତି। ଯଦି ସରକାର ମଣ୍ଡି କିମ୍ବା ସୋସାଇଟି ମାଧ୍ୟମରେ ଏହାକୁ କ୍ରୟ କରନ୍ତେ କିମ୍ବା ଜିଲାରେ ଏହାର ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରନ୍ତେ ତେବେ ଆଦିବାସୀମାନେ ଏହି ଜଙ୍ଗଲଜାତ ପଦାର୍ଥର ଉଚିତ ମୂଲ୍ୟ ପାଇପାରନ୍ତେ। ଏଥିପ୍ରତି ଦୃଷ୍ଟି ଦେବାକୁ ଗୋଛାପଡା ପଞ୍ଚାୟତର ଡେରାକୁା ଗ୍ରାମବାସୀ ଅଞ୍ଜଳୀ ଦିଗାଲ, ମାଣିକ ଦିଗାଲ, ବିଘ୍ନେଶ୍ୱର ଦିଗାଲ, ଡମ୍ବୁରୁଧର ଦିଗାଲ, ଜାମବତୀ କହଁର ପ୍ରମୁଖ ବହୁ ଆଦିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri