ମହୀପୁରକୁ ସମ୍ପ୍ରସାରଣ ହେଲା ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନ ଗୁରୁବାର ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଫଳରେ ବହୁ ପ୍ରତୀକ୍ଷିତ ଅଞ୍ଚଳବାସୀ ଏ ନେଇ ଖୁସି ବ୍ୟକ୍ତ କରିଛନ୍ତି। ନୟାଗଡ଼ ଟାଉନ ଷ୍ଟେଶନଠାରେ ମହିପୁର ନୂଆ ରେଳ ଲାଇନ୍‌ର ଲୋକାର୍ପଣ ଓ ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନକୁ ଯାଉଥିବା ପାସେଞ୍ଜର ଟ୍ରେନକୁ ମହୀପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ, ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ୧୨ କିଲୋମିଟର ଦୀର୍ଘ ରେଳ ଲାଇନ ପାଇଁ ୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରେଳ ଆଗାମୀ ଦିନରେ ଜିଲାର ବିକାଶରେ ସହାୟକ ହେବ। ରେଳ ଗଡ଼ିବ ବିକାଶ ଆସିବ ବୋଲି ନାରା ଦେଇଥିଲେ। ୨୦୨୨ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା ଓ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଚଳାଚଳ କରିବ। ବର୍ତ୍ତମାନ ଓଡ଼ିଶାରେ ରେଳ ବିଭାଗର ୧୦ ହଜାର କୋଟି ଟଙ୍କାର କାମ ହେଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କାର୍ଯ୍ୟ ତୁରନ୍ତ ସାରି ଫାଇଲ ପ୍ରଦାନ କଲେ ଭାରତ ସରକାର ଟଙ୍କା ଦେବାରେ କେବେ ଅବହେଳା କରିବେ ନାହିଁ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ୍‌ଠାରୁ ବଡ଼ କିଛି ଉଦାହରଣ ହୋଇ ନ ପାରେ। ଏହି ରେଳ ଲାଇନ କେବଳ ଯେ ଓଡ଼ିଶାକୁ ଅର୍ଥନୈତିକ ସୁଦୃଢ଼ କରିବ ତା’ନୁହେଁ ଭାବାତ୍ମକ ଭାବେ ଯୋଡ଼ିବାର ପଥ ବୋଲି ସେ କହିଥିଲେ। ଅନ୍ୟପେଟ କେନ୍ଦ୍ର ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରି ନୟାଗଡ଼ରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ମହୀପୁରକୁ ବିକାଶର ଫର୍ଦ୍ଦ ଯୋଡ଼ିହେଲା ବୋଲି କହିଥିଲେ। ରେଳ ହିଁ ବିକାଶର ଚାବିକାଠି ବୋଲି ସେ ପ୍ରକାଶ କରିଥିଲେ। ଖୋର୍ଦ୍ଧା ଡିଭିଜନର ଡିଆରଏମ ଶଶିକାନ୍ତ ସିଂ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ସିଂ, ଜିଲାପାଳ ଡା. ପୋମା ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅପରାହ୍ନ ୪ଟା ୩୦ରେ ନୟାଗଡ଼ ଟାଉନ ଷ୍ଟେଶନରୁ ଏକ ଟ୍ରେନ୍‌ ବାହାରି ୪ଟା ୫୦ରେ ମହୀପୁର ଷ୍ଟେଶନଠାରେ ପହଞ୍ଚତ୍ଥିଲା। ଶୁକ୍ରବାରଠାରୁ ପ୍ରତିଦିନ ଖୋର୍ଦ୍ଧା ରୋଡ଼ରୁ ବାହାରୁଥିବା ପାସେଞ୍ଜର ଟ୍ରେନ୍‌ ସକାଳ ୧୦ଟା ୧୫ରେ ମହିପୁର ଷ୍ଟେଶନରେ ପହଞ୍ଚତ୍ବ। ଉକ୍ତ ଟ୍ରେନ୍‌ଟି ୧୦ଟା ୪୫ରେ ମହୀପୁର ଷ୍ଟେଶନରୁ ଛାଡ଼ି ନୟାଗଡ଼ ଟାଉନ ଷ୍ଟେଶନ ଦେଇ ଖୋର୍ଦ୍ଧା ରୋଡ଼କୁ ଯିବ। ସେହିଭଳି ସନ୍ଧ୍ୟାରେ ଖୋର୍ଦ୍ଧାରୁ ଛାଡ଼ୁଥିବା ଟ୍ରେନ୍‌ଟି ରାତ୍ର ୧୦ଟା ୧୫ରେ ମହୀପୁର ଷ୍ଟେଶନରେ ପହଞ୍ଚତ୍ବ। ଏହି ଟ୍ରେନ୍‌ଟି ପରଦିନ ସକାଳ ୪ଟା ୩୦ରେ ମହୀପୁର ଷ୍ଟେଶନରୁ ବାହାରି ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯିବ। ସୂଚନାଯୋଗ୍ୟ ୨୫ ଜୁଲାଇରେ ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ ଗଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri