ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି। ବୁଧବାର ବିଧାନସଭାର ଶୂନ୍ୟକାଳରେ ପ୍ରଦୀପ୍ତ ଏହିସବୁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ସ୍ମିତାରାଣୀ ହତ୍ୟାକାଣ୍ଡ ସହ ସଂପୃକ୍ତ ହୋଇଥିବା ସେ ଗୃହ କାହିଁକି ଭଙ୍ଗା ଯାଉନାହିଁ। ସେଠାରେ କ’ଣ ଆଉ ଏକ ଅଘଟଣ ଘଟୁ ବୋଲି ସରକାର ଚାହୁଁଛନ୍ତି। ଜଗତ୍‌ସିଂହପୁର ପରି ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଅଧୀନ ବରୋମଲରେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ପାରାଦୀପରେ ଜଣେ ଛାତ୍ରୀଙ୍କ ଶବ ମିଳିଛି। ଏହି ସବୁ ଘଟଣା ଲଜ୍ଜାଜନକ ବୋଲି ପ୍ରଦୀପ୍ତ କହିଛନ୍ତି। ବଲାଙ୍ଗୀର ଜିଲାରେ ଘଟିଥିବା ବଳାତ୍କାର ଘଟଣାରେ କଣ୍ଟାବାଞ୍ଜି ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ସନ୍ତୋଷ ସିଂ ସାଲୁଜା ଦାବି କରିଥିଲେ। ଉଲ୍ଲେଖ ପ୍ରଶ୍ନକାଳର ପ୍ରଥମରୁ ସାଲୁଜା ଲୋୟର ଇନ୍ଦ୍ର ଏବଂ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଦାବି କରିଥିଲେ। ଏହି ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ଆସନରେ ଛିଡ଼ା ହୋଇ ଫ୍ଲେକ୍ସ ଧରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ଲକ୍ଷ୍ୟ କରି ଫ୍ଲେକ୍ସ ବାହାରକୁ ନେବା ପାଇଁ କହିବା ସହ ଶୂନ୍ୟକାଳରେ କହିବାକୁ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri