ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଇଁଠାପାଲି ଥାନା ଅଞ୍ଚଳର ଶିବ ଶଙ୍କର ନାଏକ(୨୫), ଡୋଲାମଣୀ ଭୋଇ (୩୦), ମହେଶ ସେଠ(୨୪), ଅକୁର ଛୁରିଆ (୨୨)। ଅଭିଯୁକ୍ତଙ୍କମାନଙ୍କୁ ଡାକ୍ତରୀ ମାଇନା ପରେ ପୋଲିସ କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ. ୫୫୭/୧୯) ରୁଜୁ ହୋଇଛି।
ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବା ପାଇଁ କୋର୍ଟରେ ଅନୁରୋଧ କରାଯିବ। ପୋଲିସ ୨୦ ଦିନ ଭିତରେ ସମସ୍ତ ଦିଗରେ ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିବ। ଏହି ମାମଲାରେ ଡିଏସ୍‌ପି ସୁଜାତା ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଅଇଁଠାପାଲି ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପୀଡିତାଙ୍କୁ ବୁର୍ଲା ଭୀମସାରରେ ଭେଟିଛନ୍ତି। ତାଙ୍କ ସହିତ ଅତିରିକ୍ତ ଏସ୍‌ପି ବିଜୟ ବରୁଆ, ଲିଗାଲ ଆଡଭାଇଜର ଅରବିନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ,ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟ ଏକ ଦୋକାନ ପାଖରେ ରବିବାର ପୂର୍ବାହ୍ନ ୧୧ଟାରେ ଜଣେ ୩୭ ବର୍ଷୀୟା ମହିଳା ମୂର୍ମୂଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ପୋଲିସ ସଂପୃକ୍ତା ମହିଳାଙ୍କୁ ଉଦ୍ଧାର କରି ଭୀମସାରରେ ଭର୍ତ୍ତିି କରିଥିଲା। ସନ୍ଧ୍ୟା ୬ ଟାରେ ପୀଡିତା ମହିଳାଙ୍କ ଚେତା ଫେରିଥିଲା। ପୋଲିସ ପଚରାଉଚୁରା କରିବାରୁ ତାଙ୍କୁ ଗଣ ବଳାତ୍କାର କରାଯାଇଥିବା ଜଣାପଡିଥିଲା। ସଂପୃକ୍ତା ମହିଳା ରବିବାର ରାତି ୧୨ ଟାରେ ରେମେଡ ନିକଟସ୍ଥ ଏକ ଦୋକାନ ପାଖରେ ଛିଡା ହୋଇଥିଲେ । ଜଣେ ଯୁବକ(ଶିବ ଶଙ୍କର) ତାଙ୍କ ପାଖକୁ ଆସି ତୁମକୁ ଘରେ ଛାଡି ଦେବି ବୋଲି କହିଥିଲେ। ଯୁବକଙ୍କ କଥାରେ ବିଶ୍ୱାସ କରି ସଂପୃକ୍ତ ମହିଳା ତାଙ୍କ ବାଇକରେ ଘରକୁ ଆସୁଥିଲେ। ହେଲେ ବାଟରେ ଥିବା ଏକ ନିଛାଟିଆ ସ୍ଥାନକୁ ସେ ନେଇଯାଇଥିଲେ। ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ଆଉ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏପରି କି ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ ନିଶା ଦ୍ରବ୍ୟ ସେବନ କରାଇ ଦେଇଥିଲେ। ବଳାତ୍କାର ପରେ ସମସ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୀଡିତା ବହୁ କଷ୍ଟରେ ଚାଲି ଚାଲି ଆସି ବରେଇପାଲି ଆସିଥିଲେ। ସେତେବେଳକୁ ଭୋର ହୋଇ ଆସୁଥିଲା। ଏହାପରଠୁ ତାଙ୍କର ଆଉ କିଛି ମନେ ନ ଥିବା ସଂପୃକ୍ତ ମହିଳା କହିଛନ୍ତି।
ଏସ୍‌ପି ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶିବଶଙ୍କରଙ୍କୁ ତାଙ୍କୁ ଘରୁ ଗିରଫ କରିଥିଲା। ପରେ ଶିବଙ୍କୁ ଜେରା କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଜୋରଜବରଦସ୍ତ ନିଶାଦ୍ରବ୍ୟ ସେବନ କରାଯାଇଥିବାରୁ ତାଙ୍କ ଚେତା ଫେରିବାରେ ବିଳମ୍ବ ହୋଇଥିଲା ବୋଲି ପୋଲିସ କହିଛି। ଏହି ଘଟଣା ପରେ ଜିଲାସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri