ମହିଳାଙ୍କ ଉଦ୍ୟମରୁ ସମ୍ଭବ: ୧୭ବର୍ଷ ହେଲା ଖେମୁଣ୍ଡିଆମୁଣ୍ଡା ନିଶାମୁକ୍ତ

ସୋନପୁର,୨୨।୭: ଗାଁର ନା ଖେମୁଣ୍ଡିଆମୁଣ୍ଡା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଏହି ଗାଁ ବାରପାହାଡ ସଂରକ୍ଷିତ ଜଙ୍ଗଲପାର୍ଶ୍ୱରେ ଅବସ୍ଥିତ। ଲୋକସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଗ୍ରାମର ୯୦ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର। ସମସ୍ତେ ଗରିବ ଶ୍ରେଣୀର। ଚାଷ କାର୍ଯ୍ୟ, ପଶୁପାଳନ ଓ ଜଙ୍ଗଲରୁ ପତ୍ର, ଜାଳ ସଂଗ୍ରହ କରି ବିକ୍ରି କରିବା ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା। ଆଜିକୁ ୧୭ବର୍ଷ ହେଲା ଏହି ଗାଁ ନିଶାମୁକ୍ତ ା ନିଶାଦ୍ରବ୍ୟ ସେବନ ଓ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ। ମହିଳାଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଛି ା ଗାଁରେ ମଦ,ଗଞ୍ଜେଇ ପରି ନିଶାଦ୍ରବ୍ୟ ବିକ୍ରି ବନ୍ଦ ରହିଛି। ଲୋକେ ସେଭଳି ନିଶାଦ୍ରବ୍ୟଠାରୁ ଦୂରେଇ ରହିଛନ୍ତି। ଏଥିଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ଓ ଏକତା ବଢିଛି। ଏସ୍‌ଏଚ୍‌ଜି ମହିଳାଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ସମ୍ଭବ ହୋଇପାରିଛି।
ସରକାରଙ୍କ ମହିଳା ସଶକ୍ତୀକରଣର ଲକ୍ଷ୍ୟ ଖେମୁଣ୍ଡିଆମୁଣ୍ଡା ଗାଁରେ ଅନେକାଂଶରେ ସଫଳ ହୋଇଛି। ୬୫ ଜଣ ମହିଳା ନିଜର ଓ ପରିବାରର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମା’ ପିତାବଳି, ମା’ ସମଲେଶ୍ୱରୀ, ମା’ ସମଲେଇ, ମା’ ପଥେଇ, ମା’ ବାଞ୍ଜି ଟଲିଏନ ଓ ମା’ ବାଉଲି ନାମରେ ୬ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଛନ୍ତି। ନିଜେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ା ଦିନ ଥିଲା ଗାଁରେ ନିଶାଦ୍ରବ୍ୟର ବହୁଳ ବ୍ୟବହାର ଥିଲା ା ଏଥିଯୋଗୁ ଗାଁର ଅଧିକାଂଶ ଘରେ ଆଶନ୍ତି ସୃଷ୍ଟି ହେଉଥିଲା ା ଏହାର ପ୍ରଭାବ ଶିଶୁ ଓ ଛାତ୍ରୀଛାତ୍ରଙ୍କ ଉପରେ ପଡୁଥିଲା ା ଏଥିରୁ ଗାଁକୁ ମୁକ୍ତ କରିବା ପାଇଁ ଏହି ଏସ୍‌ଏଚ୍‌ଜି ମହିଳାମାନେ ପ୍ରଥମେ ପଦକ୍ଷେପ ଗ୍ରହଣ କରିଥିଲେ ା ଗାନ୍ଧିଜୀଙ୍କ ନିଶାମୁକ୍ତି ଆହ୍ବାନକୁ ସେମାନେ ସାର୍ଥକ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ା ପ୍ରଥମେ ସେମାନେ ଲୋକମାନଙ୍କୁ ନିଶାକବଳରୁ ମୁକ୍ତି ପାଇଁ ସଚେତନ କରିଥିଲେ ା ଯେଉଁମାନେ ଅବାଧ୍ୟ ହେଉଥିଲେ ସେମାନଙ୍କୁ ମହିଳାମାନେ ନାଲି ଆଖି ଦେଖାଇବାକୁ ପଛାଉ ନ ଥିଲେ ା ଧୀରେ ଧୀରେ ସେମାନଙ୍କ ଅଭିଯାନ ସଫଳ ହୋଇଥିଲା ା ନିଶା ବନ୍ଦ ଯୋଗୁ ଗାଁରେ ସୁସ୍ଥ ବାତାବରଣ ବଜାୟ ରହିଛି।
ଏବେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ପ୍ରତି ଜିଲାରେ ଦେଶୀ ଓ ବିଦେଶୀ ମଦ ଭାଟି ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି। ନିଶା ଖାଉଥିବା ଲୋକଙ୍କ ସଂଖ୍ୟା ସମାନ ଅନୁପାତରେ ବୃଦ୍ଧି ପାଇଛି। ପ୍ରତି ଗାଁରେ ଦେଶୀ ମଦ ବିକ୍ରି ହେଉଛି। ଏଭଳି ସ୍ଥିତିରେ ଖେମୁଣ୍ଡିଆମୁଣ୍ଡା ଗାଁର ମହିଳାମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।
ଏ ସଂକ୍ରାନ୍ତରେ ଗାଁର ଶାନ୍ତି ଧରୁଆ କୁହନ୍ତି, ଆମ ଗାଁରେ ପୂର୍ବରୁ ବହୁଳ ଭାବେ ମଦବିକ୍ରି ହେଉଥିଲା। ଅଶାନ୍ତ ପରିବେଶ ଯୋଗୁ ଆମେ ଚିନ୍ତାରେ ଥିଲୁ । ପ୍ରଥମେ ୨୨ ଜଣ ମହିଳା ଏକତ୍ରିତ ହୋଇ ମା’ ବାରପାହାଡ ଓ ମା’ଗଙ୍ଗାରାଜ ବଡଦେଓ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କଲୁ। ମଦ ବିକ୍ରି ବନ୍ଦ ପାଇଁ ଆନ୍ଦୋଳନ କରିଥିଲୁ। ଫଳରେ ୧୭ ବର୍ଷ ହେଲା ଗାଁରେ ମଦବିକ୍ରି ବନ୍ଦ ରହିଛି। ବୁଲା ଧରୁଆଙ୍କ କଥା ବି ସେପରି, ମଦ ବିରୋଧୀ ଆନ୍ଦୋଳନ ସମୟରେ ତତ୍କାଳୀନ ଜିଲାପାଳ ରେଙ୍ଗାଲି ପଞ୍ଚାୟତକୁ ଆସିଥିଲେ। ଆମେ ଜିଲାପାଳଙ୍କୁ ଭେଟି ମଦବିକ୍ରି ବନ୍ଦ ପାଇଁ ଅନୁରୋଧ କରିଥିଲୁ। ସେ ପୋଲିସ ପଠାଇ ମଦ ବିକ୍ରି ବନ୍ଦ କରିବା ଦିଗରେ ଆମକୁ ସାହାଯ୍ୟ କରିଥିଲେ। ସେଦିନଠାରୁ ଗ୍ରାମବାସୀ ମଦଠାରୁ ଦୂରେଇ ଯାଇଛନ୍ତି । ସୁରବାଲି ମନହିରା କୁହନ୍ତି, ଗାଁରେ ଭାଇଚାରା, ଏକତା ବୃଦ୍ଧି ପାଇଛି। ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ତେ ଏକାଠି ହୋଇପାରୁଛୁ। କୋର୍ଟ, କଚେରି ଓ ଥାନାକୁ ଆଉ ଦୌଡିବାକୁ ପଡୁନି। ବନବିଭାଗ ସହିତ ସହଯୋଗର ହାତ ବଢାଇ ଜଙ୍ଗଲର ସୁରକ୍ଷା କରୁଛୁ। ଗାଁର ସୁଲୋଚନା ଭୋଇ କୁହନ୍ତି, ପୁରୁଷ ଲୋକେ ବାରପାହାଡ ଜଙ୍ଗଲରୁ ଗଛ କାଟି ବିକ୍ରି କରୁଥିଲେ। ସେହି ଟଙ୍କାରେ ମଦ ପିଉଥିଲେ। ପରିବାରରେ ଅଶାନ୍ତି ଲାଗୁ ରହୁଥିଲା। ମଦ ବିକ୍ରି ବନ୍ଦ ପରେ ବନ ସୁରକ୍ଷା ସମିତି ଗଠନ କରିଛୁ। କେହି ଯେପରି କଞ୍ଚା ଗଛ ନ କାଟିବେ ଆମେ ଜଗି ରହିଲୁ ା ଆବଶ୍ୟକସ୍ଥଳେ ଶୁଖିଲା କାଠ ଜାଳେଣି ପାଇଁ ସଂଗ୍ରହ କରିବାର ବ୍ୟବସ୍ଥା କଲୁ ା ଫଳରେ ଗାଁ ଚାରିପାଖ ସବୁଜିମାରେ ପୂର୍ଣ୍ଣ ହେଲା ା ବନ ସୁରକ୍ଷା ସମିତିର ସଭାପତି ଅକ୍ଷୟ ଧରୁଆ କୁହନ୍ତି, ଆମ ଗାଁ ଲୋକେ ଶିକ୍ଷିତ ନ ଥିଲେ ହେଁ ପରିବେଶର ସୁରକ୍ଷା ଦିଗରେ ବେଶ ସଚେତନ। ଜଙ୍ଗଲକୁ ସୁରକ୍ଷା ଯୋଗାଇଛୁ। ନୂଆ ଜଙ୍ଗଲ ମଧ୍ୟ ସୃଷ୍ଟି କରୁଛୁ। ମଦ ବନ୍ଦ ପରେ ଗ୍ରାମରେ ପରିବର୍ତ୍ତନ ଆସିଛି। ଯୁବ ସମାଜ ପଥଭ୍ରଷ୍ଟ ନ ହୋଇ ସାମାଜିକ କାର୍ଯ୍ୟରେ ମନ ଦେଉଛନ୍ତି । ଗ୍ରାମର ନାରୀଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri