Posted inଖେଳ

ମହିଳା ଫୁଟ୍‌ବଲ ଦଳକୁ ୬ ସ୍ଥାନ ପଦୋନ୍ନତି

ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ ୬ ସ୍ଥାନ ପଦୋନ୍ନତି ପାଇ ୫୭ ତମ ସ୍ଥାନରେ ରହିଛି। ଏସୀୟ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ର଼୍ୟାଙ୍କିଙ୍ଗରେ ୧୧ତମ ସ୍ଥାନରେ ରହିଛି। ଦଳର ବର୍ତ୍ତମାନ ପଏଣ୍ଟ ସଂଖ୍ୟା ୧୪୨୨ ରହିଛି। ପୂର୍ବରୁ ଗତମାର୍ଚ୍ଚ ମାସରେ ଯେତେବେଳେ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଥିଲା, ଭାରତର ପଏଣ୍ଟ ସଂଖ୍ୟା ୧୩୯୨ ରହିଥିଲା। ଜାନୁୟାରୀଠାରୁ ଦଳ ୧୮ଟିରେ ବିଜୟ ହାସଲ କରିଥିଲା। ତନରୁ ଦଳ ୧୨ଟିରେ ବିଜୟ ହାସଲ କରିଥିଲା। ଦଳ ଦକ୍ଷତା ବୃଦ୍ଧି ପାଇଁ ହଂକଂ, ଇଣ୍ଡୋନେସିଆ ଓ ତୁର୍କୀ ଟୁର୍‌ କରିଥିଲା। ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଘାଟନୀ ହିରୋ ଗୋଲ୍ଡ କପ୍‌ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ବ୍ୟତୀତ ସାଫ୍‌ ଚାମ୍ପିୟନଶିପ୍‌, ଏଏଫ୍‌ସି ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ରେ ଅଂଶଗ୍ରହଣ କରିଥିଲା। ଦଳ ଚଳିତ ମାସ ପରବର୍ତ୍ତୀ ଭାଗରେ ସ୍ପେନ୍‌ରେ କୋଟିଫ୍‌ କପ୍‌ ଖେଳିବ। ଫିଫା ର଼୍ୟାଙ୍କିଙ୍ଗରେ ପଦୋନ୍ନତି ପାଇଁ ମେମୋଲ ରକି ଖେଳାଳିମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ବାଳିକାମାନଙ୍କ କଠିନ ପରିଶ୍ରମର ଫଳ ବୋଲି ସେ କହିଛନ୍ତି। ବାଳିକା ଦଳର ର଼୍ୟାଙ୍କିଙ୍ଗ ତାଲିକାରେ ପଦୋନ୍ନତି ପାଇ ଥିବାରୁ ମୁଁ ଗର୍ବିତ ବୋଲି ଭାରତୀୟ ପୁରୁଷ ଦଳର ଅଧିନାୟକ ସୁନୀଲ ଛେତ୍ରୀ କହିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମହିଳା ‘ପ୍ଲେୟର ଅଫ୍‌ ଦି ଇୟର’ ବିବଚେିତ ଆଶାଲତା ଦେବୀ କହିଛନ୍ତି, ର଼୍ୟାଙ୍କିଙ୍ଗ ତାଲିକାରେ କିପରି ଆହୁରି ଉଚ୍ଚକୁ ଯାଇ ହେବ ସେ ନେଇ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଆମ ସାମର୍ଥ୍ୟ ଉପରେ ଆମର ଭରସା ରହିଛି। ଦକ୍ଷତା ବୃଦ୍ଧି ଟୁର୍‌ ଦ୍ୱାରା ଆମ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି। ଏସିଆର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇବା ଆମର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri