Posted inଖେଳ

ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ହରମନପ୍ରୀତ କୌରଙ୍କ ଦଳ ବୁଧବାର ଶ୍ରୀଲଙ୍କାକୁ ୮୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୩ ଉଇକେଟରେ ୧୭୨ ରନ୍‌ କରିଥିଲା।୧୭୩ ରନ ବିଜୟ ଲକ୍ଷ୍ୟ ଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ମାତ୍ର ୯୦ ରନକରି ଅଲ୍‌ଆଉଟ ହୋଇଛି।

ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରିପାରି ନ ଥିଲେ। କଭିଶା ଦିଲହରି ସର୍ବାଧିକ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତର ସମସ୍ତ ବୋଲର ଚମତ୍କାର ବୋଲିଂ କରିଥିଲେ। ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ୩ଟି ଲେଖାଏ, ରେଣୁକା ସିଂ ୨ଟି ଏବଂ ଶ୍ରେୟଙ୍କା ପାଟିଲ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୭ ବଲ୍‌ରୁ ୮ ଚୌକା ଓ ୧ ଛକା ସହାୟତାରେ ୫୨ ରନକରି ଅପରାଜିତ ରହିଥିବା ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଦ୍ୱାରା ଭାରତର ରନ୍‌ହାର ୦.୫୬୭ ହୋଇ ଯାଇଛି। ୩ ମ୍ୟାଚରୁ ୪ ପଏଣ୍ଟ ସହିତ ଭାରତ ଗ୍ରୁପ୍‌ ‘ଏ’ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନ୍‌ପ୍ରୀତ୍‌ ଫିଟ୍‌ ହୋଇ ଖେଳିଥିବା ବେଳେ ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିଲା। ଦଳ ପକ୍ଷରୁ ମନ୍ଧାନା(୫୦) ଓ ଶେଫାଳି ବର୍ମା(୪୩) ପ୍ରଥମ ଉଇକେଟରେ ୯୮ ରନ୍‌ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ମନ୍ଧାନା ପ୍ରଥମରୁ ଧୀମା ବ୍ୟାଟିଂ କରିଥିବା ବେଳେ ଶେଫାଳି ଆଟାକ୍‌ କରିଥିଲେ। ପରେ ସେଟ୍‌ ହେବା ପରେ ମନ୍ଧାନା ଆକ୍ରମଣାତ୍ମକ ବ୍ୟାଟିଂ କରି ଚଳିତ ବିଶ୍ୱକପର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରି ୫୦ ରନ୍‌ କରିଥିଲେ। ୧୩ ତମ ଓଭରରେ ଉଭୟ ଖେଳାଳି ଲଗାତାର ବଲ୍‌ରେ ଆଉଟ ହୋଇଥିଲେ। ମନ୍ଧାନା ରନ୍‌ ଆଉଟ ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଶେଫାଳି ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ୪୦ ବଲ୍‌ ଖେଳି ୪ ଚୌକା ସହ ୪୩ ରନ୍‌ କରିଥିଲେ।

ପରବର୍ତ୍ତୀ ଉଇକେଟରେ ଜେମିମା ରୋଡ୍ରିଗୁଏଜ(୧୬) ଓ ହରମନ୍‌ପ୍ରୀତ୍‌ କୌର(୫୨*) ୩୦ ରନ୍‌ ଯୋଡିଥିଲେ। ଜେମିମା ୧୦ ବଲ୍‌ରୁ ୧୬ ରନ୍‌ କରି ଆମା କଞ୍ଚନାଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ବ୍ୟାଟର ରିଚା ଘୋଷଙ୍କ ସହ ୨୨ ବଲ୍‌ରୁ ୪୨ ରନ୍‌ ଯୋଡିଥିଲେ ହରମନପ୍ରୀତ୍‌। ଏହା ମଧ୍ୟରେ ରିଚାଙ୍କ ଅବଦାନ ମାତ୍ର ୬ ରନ ରହିଥିଲା। ହରମନ୍‌ପ୍ରୀତ ଶେଷ ଯାଏ ଅପରାଜିତ ରହିଥିବା ବେଳେ ୨୭ ବଲ୍‌ ଖେଳି ୮ ଚୌକା ଓ ୧ ଛକା ସହ ୫୨ ରନ୍‌ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଆମା କଞ୍ଚନା ଓ ଚମାରି ଅଟ୍ଟାପଟ୍ଟୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri