Posted inଜାତୀୟ

ସମ୍ଭ୍ରାନ୍ତ, ସ୍ବାଭିମାନୀ ବ୍ୟକ୍ତି ଥିଲେ ରତନ ଟାଟା:ଜାଣନ୍ତୁ ତାଙ୍କ କ୍ୟାରିୟର୍‌ ବିଷୟରେ…

ନୂଆଦିଲ୍ଳୀ,୧୦।୧୦:ରତନ ଟାଟା ଜଣେ ଶିଳ୍ପପତି, ପରୋପକାରୀ ଓ ସ୍ବାଭିମାନୀ ବ୍ୟକ୍ତି ଥିଲେ। ଟାଟା ଗ୍ରୁପ୍‌ ପ୍ରତିଷ୍ଠାତା ଜାମସେଦ୍‌ଜୀ ଟାଟାଙ୍କ ପୌଷ୍ୟପୁତ୍ର ସୁରଟର ନାଭାଲ ଟାଟା ଓ ସୁନି (ଜାମସେଦ୍‌ଜୀଙ୍କ ଭାଣିଜୀ) ଟାଟାଙ୍କ ଔରସରୁ ୧୯୩୭ ମସିହା ଡିସେମ୍ବର ୨୮ରେ ରତନ ଜନ୍ମଗ୍ରହଣ କରିଥିଲେ। କୋର୍ନେଲ ୟୁନିଭର୍ସିଟିରୁ ୧୯୬୧ରେ ସ୍ଥାପତ୍ୟରେ ସ୍ନାତକ ଡିଗ୍ରୀ ହାସଲ ପରେ ସେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିଥିଲେ। ଟାଟା ଷ୍ଟିଲ୍‌ରେ ରତନ ଯୋଗଦେଇ ନିଜ ବିଚକ୍ଷଣତାର ପ୍ରମାଣ ଦେଇଥିଲେ। ପରେ ରତନ ଜେ.ଆର୍‌.ଡି. ଟାଟାଙ୍କ ଉତ୍ତରାଧିକାରୀ ହୋଇ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ୧୯୯୧ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ରତନଙ୍କ ଅଧ୍ୟକ୍ଷତା ବେଳେ ଟାଟା ଗ୍ରୁପ୍‌ ଟେଟ୍‌ଲେ, ଜାଗୁଆର ଲ୍ୟାଣ୍ଡ ରୋଭର ଓ କୋରସ୍‌ ଭଳି ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିଗ୍ରହଣ କରାଯାଇଥିଲା। ପୂର୍ବରୁ ଟାଟା ଗ୍ରୁପ୍‌ର ବ୍ୟବସାୟିକ ସାମ୍ରାଜ୍ୟ ଭାରତରେ ସୀମିତ ଥିବାବେଳେ ରତନଙ୍କ ନେତୃତ୍ୱରେ ଏହା ଏକ ବୈଶ୍ୱିକ ପ୍ରତିଷ୍ଠାନରେ ପରିଣତ ହୋଇଥିଲା। ଟାଟା ଗ୍ରୁପ୍‌ ନିଜ ଆୟର ୬୦ରୁ ୬୫% ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ଦାନ କରି ବିଶ୍ୱର ଅନ୍ୟତମ ବୃହତ୍‌ ଫିଲାନ୍‌ଥ୍ରୋପିଷ୍ଟ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ରତନ ଜଣେ ସଫଳ ଇନ୍‌ଭେଷ୍ଟର ମଧ୍ୟ ଥିଲେ। ସେ ଅନେକ ସଂସ୍ଥାରେ ପୁଞ୍ଜିନିବେଶ କରିବା ସହ ବହୁ ଷ୍ଟାର୍ଟଅପ୍‌ଙ୍କୁ ସୃଷ୍ଟି କରିଥିଲେ। କୋର୍ନେଲରେ ଅଧ୍ୟୟନ ବେଳେ ରତନ ଆଲ୍‌ଫା ସିଗ୍‌ମା ଫି ଫ୍ରାଟର୍ନିଟିର ସଦସ୍ୟ ହୋଇଥିଲେ। ୨୦୦୮ରେ ସେ କୋର୍ନେଲ ୟୁନିଭର୍ସିଟିକୁ ୫୦ ନିୟୁତ ଡଲାର ଦାନ କରି ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ଅନ୍ତର୍ଜାତୀୟ ଦାତା ହୋଇଥିଲେ।

କ୍ୟାରିୟର
୧୯୭୦ ଦଶକରେ ଟାଟା ଗ୍ରୁପ୍‌ ରତନଙ୍କୁ ଏକ ପରିଚାଳନାଗତ ପଦବୀ ଦେଇଥିଲା। ସେ ନ୍ୟାଶନାଲ ରେଡିଓ ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ (ନେଲ୍‌କୋ)କୁ ଏକ ସଫଳ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଥିଲେ। ପରବର୍ତ୍ତୀ ସମୟରେ ଜେ.ଆର୍‌.ଡି. ଟାଟା ଅବସର ନେବା ପରେ ରତନ ତାଙ୍କ ଉତ୍ତରାଧିକାରୀ ହୋଇଥିଲେ। ପ୍ରଥମେ ତାଙ୍କୁ ଅନେକ ସବ୍‌ସିଡିଆରିରୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ପରେ ସେ ସଂସ୍ଥାରେ ଅବସର ବୟସ ସୀମା ସ୍ଥିର ଭଳି କ୍ଷମତା ବିକେନ୍ଦ୍ରୀକରଣର ଅନେକ ନୀତି ଆପଣାଇ ସେସବୁକୁ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ରତନ ସବୁବେଳେ ନବଉନ୍ମେଷକୁ ଗୁରୁତ୍ୱ ଦେଉଥିଲେ। ତାଙ୍କ ନେତୃତ୍ୱ, ଏହି କମ୍ପାନୀ ବ୍ୟବସାୟିକ ସାମ୍ରାଜ୍ୟକୁ ପରିବର୍ତ୍ତିତ କରିବାରେ ସହାୟକ ହୋଇଥିଲା।
ପରୋପକାର
ରତନ ଟାଟା ଶିକ୍ଷା, ମେଡିସିନ୍‌ ଓ ଗ୍ରାମାଞ୍ଚଳ ବିକାଶର ଜଣେ ଦୃଢ଼ ସମର୍ଥକ ଥିଲେ। ତାଙ୍କୁ ଭାରତରେ ଜଣେ ଆଗଧାଡ଼ିର ଫିଲାନ୍‌ଥ୍ରୋପିଷ୍ଟ ବିବେଚନା କରାଯାଏ। ରତନ ଜଳାଭାବ ଥିବା ଅଞ୍ଚଳର ଲୋକଙ୍କ ଜଳାଭାବ ଦୂର ଲାଗି ନ୍ୟୁ ସାଉଥ୍‌ ଓ୍ବେଲ୍ସ ଫାକଲ୍ଟି ଅଫ୍‌ ଇଞ୍ଜିନିୟରିଂକୁ କ୍ୟାପ୍‌ଟିଭ୍‌ ଡେଓନାଇଜେଶନ୍‌ ବିକଶିତ କରିବା ପାଇଁ ସହଯୋଗର ହାତ ବଢ଼ାଇଥିଲେ। ଆମେରିକାର ସାନ୍‌ ଡିଆଗୋସ୍ଥିତ କାଲିଫର୍ନିଆରେ ଗବେଷଣା ପାଇଁ ୨୦୧୮ରେ ସେ ଟାଟା ହଲ୍‌ ପ୍ରତିଷ୍ଠା କରିଥିଲେ। ଏହି ବିଲ୍ଡିଂ ଟାଟା ଟ୍ରଷ୍ଟ ନାମରେ ନାମିତ ହୋଇଛି। ଟାଟା ଟ୍ରଷ୍ଟ ଉକ୍ତ ଅନୁଷ୍ଠାନକୁ ୭୦ ନିୟୁତ ଡଲାର ଦାନ କରିଛି। ୨୦୧୦ରେ ଟାଟା ଗ୍ରୁପ୍‌ କମ୍ପାନୀ ସମୂହ ଓ ଟାଟା ଚାରିଟିଜ୍‌ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍‌ରେ ଏକ ଏକ୍‌ଜିକ୍ୟୁଟିଭ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ ୫୦ ନିୟୁତ ଡଲାର ଦାନ କରିଥିଲା।

ଲକ୍ଷେ ଟଙ୍କିଆ ନାନୋ କାର

କାର ଚଢ଼ିବା ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ହୋଇଥିବାବେଳେ ତାହାକୁ ପୂରଣ କରିବା ପାଇଁ ଆଗେଇ ଆସିଥିଲେ ରତନ ଟାଟା। ଟାଟା ଗ୍ରୁପ୍‌ ସବ୍‌ସିଡିଆରି ଟାଟା ମୋଟର୍ସ ଜରିଆରେ ଲକ୍ଷେ ଟଙ୍କିଆ ନାନୋ କାର ୨୦୦୮ ଜାନୁଆରୀ ୧୦ରେ ବଜାରରେ ଉପଲବ୍ଧ କରାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?