ମହାରାଷ୍ଟ୍ର, ଗୁଜରାଟରୁ ୮ ବସ୍‌ରେ ଆସିଲେ ପ୍ରବାସୀ

ଭଞ୍ଜନଗର,୨୬।୫(ଡି.ଏନ.ଏ)-ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଆସୁଥିଲେ ମଧ୍ୟ ଏବେ ବି ଗଞ୍ଜାମ ଜିଲାକୁ ବସ୍‌, କାର ଓ ବାଇକ୍‌ ଯୋଗେ ପ୍ରବାସୀ ଓଡ଼ିଆ ଫେରୁଥିବା ଦେଖାଯାଉଛି। ସୋମବାର ଗୁଜରାଟ ଓ ମହାରାଷ୍ଟ୍ରରୁ ୮ଟି ବସ୍‌ରେ ପ୍ରବାସୀ ଗଞ୍ଜାମ ଜିଲାକୁ ଫେରିଛନ୍ତି । ଏଥିସହ ଏକାଧିକ ବାଇକ୍‌ ଓ କାରରେ ବି ଲୋକେ ଆସିଛନ୍ତି । ତାରସିଂଠାରେ ସେମାନଙ୍କୁ ଯାଞ୍ଚ କରାଯିବା ପରେ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରାଯାଉଛି । ଦୈନନ୍ଦିନ ହଜାର ହଜାର ଓଡ଼ିଆ ଆସୁଥିବାରୁ ସଙ୍ଗରୋଧ କେନ୍ଦ୍ର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ ସଙ୍ଗରୋଧ ନିୟମ ପରିବର୍ତ୍ତନ କରାଯାଇଛି। ତେଣୁ ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରେ ଆଗରୁ ଥିବା ଅନ୍ତେବାସୀଙ୍କୁ ଘରକୁ ଛଡ଼ାଯାଇ ନୂଆଙ୍କୁ ରଖାଯାଉଛି। କାଁ ଭାଁ କେଉଁଠି କିଛି ସମସ୍ୟା ଦେଖାଦେଉଛି। ଅନ୍ୟପକ୍ଷରେ ଭଞ୍ଜନଗର ବ୍ଲକର କ୍ୱାରାଣ୍ଟାଇନ ସେଣ୍ଟର ବାହାରୁ ଜଣେ ମହିଳା ୫ଦିନ ପୂର୍ବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିତ୍ଲେ। ତାଙ୍କ ସହ ମିଶିଥିବା ବ୍ୟକ୍ତିଙ୍କ ସ୍ବାବ୍‌ ସଂଗ୍ରହ କରି ୫ଦିନ ତଳୁ ପରୀକ୍ଷା ପାଇଁ ନିଆଗଲାଣି। ସୋମବାର ସୁଦ୍ଧା ସେମାନଙ୍କ ରିପୋର୍ଟ ଆସି ପାରୁ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଦ୍ୱନ୍ଦ୍ୱରେ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ତେବେ କୌଣସିଠାରେ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବାରୁ ଲୋକେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri