ମହାପ୍ରୟାଣ ଗାଡ଼ିରେ ପରିବା ବୁହା

ଅନୁଗୋଳ ଅଫିସ୍‌, ୧୩।୩  – ମେଡିକାଲରୁ ସମ୍ମାନର ସହ ମୃତଦେହ ପରିବହନ ପାଇଁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଜରୁରୀ ସେବାରେ ଲାଗିଥିବା ଏହି ଗାଡ଼ି ମଧ୍ୟରୁ କେତେକରେ କଦଳୀ, କଖାରୁ ଆଦି ପନିପରିବା ହାଟ, ବଜାରକୁ ନିଆଯାଉଥିବା ଦେଖାଯାଉଛି। ଏପରି ଏକ ଘଟଣା ରବିବାର ଅନୁଗୋଳ ଜିଲାରେ ଘଟିଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଉକ୍ତ ଗାଡ଼ିଟି କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଉଲ୍ଲେଖ ଥିବାବେଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡା. ପ୍ରତାପ କୁମାର ବେହେରା କହିଛନ୍ତି, ଆମ ଜିଲାର ମହାପ୍ରୟାଣ ଗାଡ଼ିରେ ଏଭଳି ହୋଇନାହିଁ। ତଥାପି ଘଟଣା ସମ୍ପର୍କରେ ଉକ୍ତ ଜିଲାର ଅଧିକାରୀଙ୍କୁ ଅବଗତ କରାଯିବ।
ସହରବାସୀଙ୍କ କହିବା ଅନୁଯାୟୀ, କଟକ ବଡ଼ ମେଡିକାଲରୁ ମୃତଦେହ ନେଇ ଉକ୍ତ ମହାପ୍ରୟାଣ ଗାଡ଼ି (ନଂ. ଓଡି ୦୫ୱାଇ-୭୩୧୫) ଅନୁଗୋଳ ଅଭିମୁଖେ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତାରେ କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଗାଡ଼ିରେ ଲେଖାଯାଇଥିଲା। ତେବେ ଫେରିବା ବେଳେ କଖାରୁ, କଦଳୀ ସହ ଅନ୍ୟ ପରିବା ବସ୍ତା ଗାଡ଼ି ଭିତରେ ରଖାଯାଇଥିବା ଓ ଦୁଇ ଜଣ ବ୍ୟବସାୟୀ ବସିଥିବା ପ୍ରଥମେ ବୁଢ଼ୀ ଠାକୁରାଣୀ ଛକରେ ଦେଖିବାକୁ ମିଳିଥିଲା। କେତେଜଣ ଲୋକ ଗାଡ଼ିର ଫଟୋ ଉଠାଇବା ଓ ଭିଡିଓ କରୁଥିବା ଦେଖି ଦୁଇ ବ୍ୟବସାୟୀ ଗାଡ଼ିରୁ ଓହ୍ଲାଇ ଜଗନ୍ନାଥ ମନ୍ଦିର ସମ୍ମୁଖ ନାରଣ ସାଗର ଆଡ଼କୁ ଚାଲିଯାଇଥିଲେ। ଏହାପରେ ମହାପ୍ରୟାଣ ଗାଡ଼ି ଚାଳକ ଓ ହେଲପର ଗାଡ଼ିକୁ କିଛିବାଟ ଆଗକୁ ନେଇଯାଇଥିଲେ। ପରେ ଦୁଇ ବ୍ୟବସାୟୀଙ୍କୁ ବସାଇ ଗାଡ଼ିଟି କଟକ ଅଭିମୁଖେ ଚାଲିଯାଇଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ସହରର ଜଣେ ପରିବା ବ୍ୟବସାୟୀ କହିଛନ୍ତି, ଅନୁଗୋଳରେ ଅମଳ ହେଉଥିବା ପରିବା ଦର କଟକରେ ଅଧିକ ରହୁଛି। ଗାଡ଼ି କରି କଟକ ପରିବା ସେଠାକୁ ନେଲେ ଅଧିକ ଖର୍ଚ୍ଚ ପଡ଼ୁଛି। ଟ୍ରେନ୍‌ରେ ନେଲେ ଧରପଗଡ଼ କରାଯାଉଛି। ତେଣୁ ଅନେକ ସମୟରେ ଅନୁଗୋଳ ଆସୁଥିବା ବିଭିନ୍ନ ସରକାରୀ ଗାଡ଼ିରେ ପରିବା ନେବା ପାଇଁ ଏପରି ବ୍ୟବସାୟୀମାନେ ଚାହିଁ ବସିଥାନ୍ତି। ଏ ନେଇ ଭାରପ୍ରାପ୍ତ ସିଡିଏମ୍‌ଓ ବେହେରା କହିଛନ୍ତି, ଏଭଳି ଘଟଣା ଉପରେ ନଜର ରଖାଯିବ। ମେଡିକାଲ ଗାଡ଼ିରେ ଏପରି ହେଉଥିଲେ ସମ୍ପୃକ୍ତ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri