ମହାପ୍ରଭୁଙ୍କ ଲୋକଲୀଳାରୁ ମୁକ୍ତି

ସନାତନ ଧାରାରେ କୁହାଯାଇଛି- ‘ସା ବିଦ୍ୟା ଯା ବିମୁକ୍ତୟେ’। ଏହାର ଅର୍ଥ କ’ଣ? ତାହା ହେଉଛି ପ୍ରକୃତ ବିଦ୍ୟା ଯାହା ମଣିଷକୁ ମୁକ୍ତି କରେ। ମଣିଷ ଜନ୍ମ ହୋଇଛି କର୍ମ ଭୋଗ କରିବାକୁ। ପୁଣି ମୁକ୍ତି କ’ଣ! ଏହି କର୍ମରୁ ମୁକ୍ତି ନା ଜୀବନରୁ ମୁକ୍ତି! ଦୁଇଟାଯାକ ଠିକ୍‌। କର୍ମରୁ ମୁକ୍ତି ଚାହେଁ, ପୁଣି ଜୀବନରୁ ମୁକ୍ତି ଚାହେଁ।
କର୍ମରୁ ମୁକ୍ତି କହିଲେ ଆମେ ବୁଝିବା ଅଳସରୁ ମୁକ୍ତି ଓ କର୍ମ ପ୍ରତି ଅନାଗ୍ରହରୁ ମୁକ୍ତି। ସକାରାତ୍ମକ ଦୃଷ୍ଟିରେ ଏହା ବିଚାର କରାହୁଏ। ଅଳସ ମାନସିକତାରୁ ମୁକ୍ତ ହେଲେ କର୍ମ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଯିବ, କାମ କରିବାକୁ ଯେଉଁ ଆଗ୍ରହ ନ ଥିଲା, ତାହା ପୁଣି ଚେଇଁ ଉଠିବ। କର୍ମ କରିବାକୁ ଇଚ୍ଛା ହେବ। କର୍ମ କଲେ ଯାଇ କର୍ମରୁ ମୁକ୍ତି। କର୍ମ ତ ନିର୍ଦ୍ଧାରିତ! କରିବାକୁ ହେବ। ନ କଲେ କେମିତି ମୁକ୍ତ ହେବ!
ଅନ୍ୟଟି ହେଲା ଜୀବନରୁ ମୁକ୍ତି। ଜୀବନରୁ ମୁକ୍ତି ମାନେ ଆତ୍ମାର ସ୍ବାଧୀନତା। ଶରୀର ଭିତରେ ଥିବା ଅନ୍ତରାତ୍ମାର ସ୍ବାଧୀନତା। ଆତ୍ମା ତ ସ୍ବାଧୀନ! ତା‘ର ପୁଣି ସ୍ବାଧୀନତା କ’ଣ! ଉପନିଷଦରେ ୟାର ସମାଧାନ ହୋଇଛି। ଅନ୍ତରାତ୍ମା ସେତିକିବେଳେ ସ୍ବାଧୀନ ହୁଏ, ଯେତେବେଳେ ମନ ହୋଇଯାଏ ଆନନ୍ଦମୟ। ସୁଖମୟ ନୁହେଁ। ମନରେ ଆନନ୍ଦ ଭରି ରହିଲେ ଅନ୍ତରାତ୍ମା ଶାନ୍ତିରେ ରହେ। ଅର୍ଥାତ୍‌ ଶାନ୍ତ ହୋଇଯିବା ମାନେ ସେ ଭୌତିକ ମୁକ୍ତି ଆଡ଼କୁ ଗତିକରେ। ଆମେ ଆମ ଦାରୁଦିଅଁଙ୍କ ଉପାସନାରେ ଏଗୁଡ଼ିକ ପାଉ। ଗହନ ରହସ୍ୟ ଲୌକିକ ଭାବରେ ଏଥିରେ ସ୍ଥାନ ପାଇଛି। ତେଲଲୁଣ ସଂସାର ଭିତରେ ସଭିଏଁ ଗହନ ରହସ୍ୟକୁ ଭେଦିବା ସମ୍ଭବ ନୁହେଁ। ତେଣୁ ମହାପୁରୁ ଲୋକଲୀଳା ଭେଇଛନ୍ତି ଲୋକଙ୍କ ପାଇଁ। ଲୋକଟିଏ ବୁଝୁ ନ ବୁଝୁ ତାଙ୍କ ଲୀଳାରେ ଜାଣନ୍ତରେ ହେଉ କି ଅଜାଣତରେ ହେଉ ସାମିଲ ହୋଇଯିବା ପରେ ହୃଦୟରେ ଆନନ୍ଦ ଭରିଯାଏ। ସୁଖଦୁଃଖର ସେଠି କିଛି ମାନେ ନ ଥାଏ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri