ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୈରାତ ନିଲାମ: ଚୋରି ପାଇଁ ପ୍ରଶ୍ରୟ ଦେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୨୮।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୈରାତକୁ ନିଲାମରେ ନେଇ ଲୁଟ୍‌ ପାଇଁ ପ୍ରତିଯୋଗିତା ଚାଲିଛି। ସୈରାତ ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ ହେଉଛି। ଚୋରି କରି ବଡ ହେବାକୁ ମନ୍ଦିର ପ୍ରଶାସନ ଦେଉଛି ସୁଯୋଗ। ହାତଛଡା କରିନାହାନ୍ତି ଖଣି ଓ କ୍ରଶର ମାଲିକ। ହେଲେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଚଢ଼ାଉ ପରେ ଲୁଟ୍‌ରେ ଲଗାମ ଲାଗିଛି। ଖଣି ଖନନ ଓ କ୍ରଶର ବନ୍ଦ ହୋଇଯାଇଛି। ଏସ୍‌ଟିଏଫ୍‌ ହାତରେ ଲାଗିଛି ଅନିୟମିତତାର ଫାଇଲ୍‌। ଅନିୟମିତତାର ଫାଇଲକୁ ଶୀତଳଭଣ୍ଡାରରେ ଫୋପାଡିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ମୁକୁଳିବା ପାଇଁ ଖଣି ଓ କ୍ରଶର ମାଲିକ ଛାନିଅଁା ହୋଇ ରାଜନେତାଙ୍କ ଶରଣରେ ପଶିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଖୋର୍ଦ୍ଧା ସବ୍‌ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା, ବେଗୁନିଆ, ଟାଙ୍ଗୀ ତହସିଲରେ ୭୩ଟି ସୈରାତ୍‌ ରହିଛି। ଏଥିରୁ ୨୦୧୫ରେ ୫ ବର୍ଷ ପାଇଁ ୧୮ଟି ସୈରାତ୍‌ ନିଲାମ ହୋଇଥିଲା। ତେବେ କେହି ୱାର୍କ ଅର୍ଡର କି ୱାଇ ଫର୍ମ ପାଇ ନ ଥିଲେ। ତେବେ ୱାଇ ଫର୍ମ ନ ଥାଇ ସରକାରୀ ନୀତି ନିୟମକୁ ଶୀତଳଭଣ୍ଡାରକୁ ଫୋପାଡି ଖଣି ଖନନ କରାଗଲା। କ୍ରଶରରେ ବେଆଇନ ଭାବେ ବଜୁରି, ଚିପ୍‌ସ ଓ ଡଷ୍ଟ ଗୁଣ୍ଡକୁ କରାଯାଇ ବାହାରକୁ ଚୋରାଚାଲାଣ କରାଗଲା। ପ୍ରାୟ ୩ ବର୍ଷ ଧରି ଏ ପ୍ରକ୍ରିୟା ଚାଲୁ ରହିଲା। ଅଭିଯୋଗ, ପ୍ରତିବାଦ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ସୁଫଳ ମିଳି ନ ଥିଲା। ଗୁଣ୍ଡାଗିରି, ମାରପିଟ୍‌, ଧମକଚମକ ଦେଇ ଦିନ ଦ୍ୱିପ୍ରହରରେ ପାହାଡକୁ ବ୍ଲାଷ୍ଟିଂ କରାଗଲା। ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ବଜୁରି, ଚିପିସ୍‌, ଡଷ୍ଟ ଗୁଣ୍ଡ ଅବାଧରେ ଚୋରା ଚାଲାଣ ହେଲା। ପ୍ରଶାସନର ସହଯୋଗ ଓ ରାଜନେତାଙ୍କର ଆଶୀର୍ବାଦ କାରଣରୁ ସବୁ କିଛି ଠିକ୍‌ ଠାକ୍‌ ଚାଲିଲା। ୩ ବର୍ଷର ଲୁଟ୍‌ର ଅନିୟମିତତାକୁ ଯାଞ୍ଚ କରାଗଲେ ଅନେକ ଗୁମର ଖୋଲିବ। ପରେ ୨୦୧୮ରେ ପୁଣି ୪୨ ସୈରାତ୍‌କୁ ୧୦ ବର୍ଷ ପାଇଁ ନିଲାମ ଦିଆଗଲା। ହେଲେ ପୂର୍ବଧାରାରେ ୱାର୍କ ଅର୍ଡର ନ ଦେଇ ପୁଣି ଲୁଟ୍‌ ଚାଲିଲା। ବିଭିନ୍ନ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପ୍ରଶାସନ ବା ରାଜନୈତିକ କ୍ଷେତ୍ରରେ ହେଉ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଏହି ବେଆଇନ କାର୍ଯ୍ୟରେ ହାତଗୁଞ୍ଜା ପାଉଥିବାରୁ ସବୁ କିଛି ଶୀତଳଭଣ୍ଡାରକୁ ପୁଣି ଚାଲିଗଲା। ପୁଣି ପୂର୍ବବତ ଲୁଟ୍‌ ଚାଲିଲା। ହେଲେ ଏସ୍‌ଟିଏଫର ଚଢ଼ାଉ ସବୁ କିଛି ବିଗାଡି ଦେଲା। ଏସ୍‌ଟିଏଫର ଧରପଗଡ ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ୬ଟି ପାହାଡ ୱାର୍କ ଅର୍ଡର ପାଇଥିଲେ। ପରେ ୱାଇ ଫର୍ମ ବି ଯୋଗାଇ ଦିଆଗଲା ।


Enter your email to get our daily news in your inbox.

All Right Reserved By Dharitri.Com

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ଅତାବିରା ଆସନ ନାମାଙ୍କନ ଭରିଲେ ନିହାର ରଞ୍ଜନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଗୁରୁବାର ନାମାଙ୍କନ ଦାଖଲ...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri