ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

ବାରଙ୍ଗ,୯।୮(ଲିଙ୍ଗରାଜ ରାଉତ): ନରାଜ ପାଖ ମହାନଦୀରେ ମଙ୍ଗଳବାର ବୁଡ଼ିଯାଇ ୨ଜଣ ଛାତ୍ର ନିଖୋଜ ହୋଇଛନ୍ତି। ସେମାନେ ହେଲେ କଟକସ୍ଥିତ ମଙ୍ଗଳାବାଗ ଅଞ୍ଚଳର ଆଦିତ୍ୟ ଅଭିଷେକ ମଲ୍ଲିକ ଓ ଦେଉଳ ସାହିର ଦେବପ୍ରିୟ ଚୌଧୁରୀ। ଏମାନେ କଟକ ଷ୍ଟୁଆଟର୍‌ସ ସ୍କୁଲରେ ପଢୁଥିବା ଯୁକ୍ତଦୁଇ ପ୍ରଥମବର୍ଷର ଛାତ୍ର। ଖବରପାଇ ବାରଙ୍ଗରୁ ଏକ ଅଗ୍ନିଶମ ବାହିନୀ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସି ବୋଟ ଦ୍ୱାରା ଖୋଜାଖୋଜି ଜାରି ରଖିଛନ୍ତି। ପରେ ଗୋଡ଼ିସାହି ଫାଣ୍ଡି ଓ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସ୍କୁଲରେ ଏକ କାର୍ଯ୍ୟକ୍ରମ ଥିଲା। କିନ୍ତୁ ସ୍କୁଲର ୮ଜଣ ଛାତ୍ର ସାଙ୍ଗ ହୋଇ ସ୍କୁଲକୁ ନଯାଇ ମହାନଦୀରେ ଗାଧୋଇବାର ଯୋଜନାକରି ୪ଟି ସ୍କୁଟିରେ ନରାଜ ଆସିଥିଲେ। ସେଠାରୁ ସେମାନେ ସିଦ୍ଧେଶ୍ୱର ମନ୍ଦିର ମୁଣ୍ଡିଆତଳ ମହାନଦୀରେ ଗାଧୋଇବା ପାଇଁ ଯାଇଥିଲେ। ୮ଜଣ ସାଙ୍ଗ ଗାଧୋଇବା ପୂର୍ବରୁ ଫଟୋ ଉଠାଇ ହସମଜା କରିଥିଲେ। ପ୍ରାୟ ସାଢେ ୩ଟା ପାଖାପାଖି ୩ଜଣ ସାଙ୍ଗ ଜଳଖିଆ ଆଣିବାକୁ ଯାଇଥିବା ବେଳେ ଅନ୍ୟ ୫ଜଣ ଆଣିଥିବା ବ୍ୟାଗକୁ ନେଇ ଲୁଚାଲୁଚି ଖେଳିଥିଲେ। ଏହି ସମୟରେ ଆଦିତ୍ୟ ଓ ଦେବପ୍ରିୟ ପ୍ରଥମେ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ମହାନଦୀରେ ବୁଡ଼ିଯାଇଥିଲେ। ଉପରେ ଖେଳରେ ବ୍ୟସ୍ତ ଥିବା ଅନ୍ୟ ୩ଜଣ ସାଙ୍ଗ ଏହାଦେଖି ପାଟି କରିବା ସହ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ପାଖରେ ଥିବା ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ପାଟିଶୁଣି ପାଖକୁ ଆସିବାବେଳକୁ ବୁଡିଯାଇଥିବା ଦୁଇଜଣ ଛାତ୍ରଙ୍କୁ ଦେଖିପାରି ନ ଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜୁଥିବା ବେଳେ ପରେ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ପହଞ୍ଚତ୍ ସନ୍ଧାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri