Posted inରାଜ୍ୟ

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ ପଥର ଖସିଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି କାର୍ଯ୍ୟ ଯୋଗୁ ପ୍ରତ୍ୟହ ନଦୀକୁ ସ୍ନାନ, ଶୌଚାଦି ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୀଳମାଧବ ଜୀଉଙ୍କ ଦର୍ଶନରେ ଆସୁଥିବା ଯାତ୍ରୀମାନେ ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି। ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରାୟ ୨.୮କୋଟି ଟଙ୍କା ବ୍ୟୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି କାର୍ଯ୍ୟ ବନ୍ୟା ସ୍ରୋତରେ ଭାସିଯିବ ବୋଲି ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ତେବେ ବିଭାଗୀୟ ଅଧିକାରୀମାନେ ମହାନଦୀର ପ୍ରଥମ ବନ୍ୟା ପରେ ସ୍ଥିତି ଅନୁଧ୍ୟାନପୂର୍ବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ା ମାତ୍ର ବନ୍ୟା ପୂର୍ବରୁ ଅର୍ଥାତ୍‌ ଗତ ୧ ତାରିଖ ଲଘୁଚାପ ଜନିତ ବର୍ଷା ପରେ ପଥର ଖସିବା ସହ ଦବି ଯାଇଥିଲା। ପ୍ରକାଶ ଯେ, ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁଦୃଢୀକରଣ ତଥା ସୁରକ୍ଷା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା ା ତେବେ ଏହାର ପ୍ରତିକାର ନିମନ୍ତେ ନାବାର୍ଡ ପକ୍ଷରୁ ଅନୁଦାନ ରାଶି ମଞ୍ଜୁର ହୋଇ କଣ୍ଟିଲୋ ଜଳସମ୍ପଦ ବିଭାଗ ତତ୍ତ୍ୱାବଧାନରେ କାମ ଆରମ୍ଭ ହୋଇଛି ା ନୀଳମାଧବ ମନ୍ଦିର ଉତ୍ତର ଦ୍ୱାର ନଦୀଘାଟରୁ ପଶ୍ଚିମ ଦ୍ୱାର ଗଙ୍ଗା ତୁଠ ପର୍ଯ୍ୟନ୍ତ ପଥର ପ୍ୟାକିଂ, ଡମ୍ପିଂ, ଲଚିଂ ଓ ଗ୍ରାଉଟିଂ କାର୍ଯ୍ୟ ଜାନୁୟାରୀ ମାସରେ ଆରମ୍ଭ କରାଯାଇଛି ା ଆରମ୍ଭ ସମୟରେ ହିଁ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟର ସୁଦୃଢ଼ ଓ ସ୍ଥାୟିତ୍ୱ ପ୍ରତି ସନ୍ଦେହ କରି ବିଭାଗୀୟ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ନଦୀଘାଟକୁ ସ୍ନାନ ପାଇଁ ଯାତାୟତବେଳେ ସମସ୍ୟା ହେଉଥିବାରୁ ଏହି ପଥର କାର୍ଯ୍ୟକୁ ସିମେଣ୍ଟ ଗ୍ରାଉଣ୍ଟିଂ କରିବା ନିମନ୍ତେ ଲୋକେ ପରାମର୍ଶ ଦେଇଥିଲେ ା ତେବେ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ଉଲ୍ଲେଖଯୋଗ୍ୟ, ଗୁରୁବାର ଧରିତ୍ରୀରେ ‘ମହାନଦୀ ମାଳବନ୍ଧରେ ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର, ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ଏ ନେଇ ବିଭାଗୀୟ ଅଧିକାରୀ ଇଂ. ଶଙ୍କର ଦଳେଇଙ୍କୁ ପଚାରିବାରୁ ସେ କହିଥିଲେ କି, ସମ୍ପୃକ୍ତ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଛି। ସେ ଏହାର ମରାମତି କାର୍ଯ୍ୟ ତୁରନ୍ତ କରିବେ ବୋଲି ଦଳେଇ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri