ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ମୋବାଇଲ ହ୍ୟାଣ୍ଡସେଟ୍‌ ଦାମ୍‌ ମହଙ୍ଗା ହେବ ବୋଲି ଜଣାପଡ଼ିଛି।
ସେହିଭଳି ଏୟାରକ୍ରାଫ୍ଟ ଲାଗି ମେଣ୍ଟେନାନ୍ସ ରିପେୟାର ଓଭରହଲ (ଏମ୍‌ଆର୍‌ଓ) ଲାଗି ଜିଏସ୍‌ଟି ୧୨%ରୁ ୫%କୁ ଖସିଛି। ଏହାବାଦ ହାତ ଏବଂ ମେଶିନରେ ପ୍ରସ୍ତୁତ ହେଉଥିବା ଦିଆସିଲି କାଠି ଉପରେ ୧୨% ଟିକସ ଧାର୍ଯ୍ୟ ହୋଇଛି। ଆର୍ଥତ୍କ ବର୍ଷ ୨୦୧୮ ଏବଂ ୨୦୧୯ରେ ୨ କୋଟିରୁ କମ୍‌ କାରବାର କରୁଥିବା ସଂସ୍ଥାଗୁଡିକ ପାଇଁ ବାର୍ଷିକ ରିଟର୍ନ ଫାଇଲରେ ବିଳମ୍ବ କ୍ଷେତ୍ରରେ ଲାଗୁଥିବା ଜରିମାନାକୁ ମଧ୍ୟ ଛାଡ଼ କରାଯାଇଛି। ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହୋଇପାରିବେ।
ଜୁଲାଇ ପହିଲାଠାରୁ ଜିଏସ୍‌ଟି ଦେୟ ବିଳମ୍ବ କ୍ଷେତ୍ରରେ ନେଟ୍‌ ଟାକ୍ସ ଲାୟାବିଲିଟି ଉପରେ ସୁଧ ଲାଗିବ ବୋଲି ସୀତାରାମନ କହିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚଳିତ ଥର ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା କରାଯାଇଛି। ଜିଏସ୍‌ଟି ନେଟ୍‌ଓ୍ବର୍କ ହାର୍ଡଓ୍ବେରର କ୍ଷମତା ବୃଦ୍ଧି କରିବା ଲାଗି ଇନ୍‌ଫୋସିସ୍‌କୁ କୁହାଯାଇଥିବା ସୀତାରାମନ ମତ ଦେଇଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କ କିଭଳି ଆହୁରି ୟୁଜର ଉପଯୋଗୀ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ହୋଇଛି। ଜୁଲାଇ ୨୦୨୦ ସୁଦ୍ଧା ଏକ ଉନ୍ନତ ଜିଏସ୍‌ଟିଏନ୍‌ ପ୍ରଦାନ କରିବାକୁ ଇନ୍‌ଫୋସିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଇନ୍‌ଫୋସିସ୍‌ ଜିଏସ୍‌ଟିଏନ୍‌କୁ ଡିଜାଇନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri