ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ

ବାଳକାଟୀ,୧ା୭(ଡି.ଏନ୍‌.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ ଆରମ୍ଭ ହେଉ ହେଉ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ପୋଲିସ ସୂଚନା ମୁତାବକ, ବାଙ୍କୀ ଅଞ୍ଚଳର ଜନୈକ ଯୁବକଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ କିଛିଦିନ ପୂର୍ବେ ବାଲିଅନ୍ତା ଥାନା ଭଇଁଚୁଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଫଳରେ ଯୁବକ ଜଣକ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିବାବେଳେ ମହିଳା ଜଣକ ବାପ ଘରେ ରହୁଥିଲେ। ତେବେ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଉକ୍ତ ଯୁବକ ତୃତୀୟ ବିବାହ ପାଇଁ ମନ ବଳାଇଥିଲେ। ଏଥିପାଇଁ ବାଳକାଟୀ ପ୍ରତାପଶାସନ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ କନ୍ୟାଘର ଯୁବକଙ୍କ ପୂର୍ବସ୍ଥିତି ସମ୍ପର୍କରେ କୌଣସି ଖବର ପାଇପାରି ନଥିଲେ। ଇତିମଧ୍ୟରେ ଯୁବକ ଜଣକ ବିବାହ ପ୍ରସ୍ତାବ ଦେଇ ରବିବାର ତିଥି ଅନୁଯାୟୀ ବାଳକାଟୀସ୍ଥିତ ଗହୀର ଦୁଲାଦେଈ ମନ୍ଦିରରେ ବିବାହ ଆୟୋଜନ ହୋଇଥିଲା। କନ୍ୟାପକ୍ଷ ବର ରୋଶଣିକୁ ସ୍ବାଗତ ଜଣାଇ ମନ୍ଦିରକୁ ପାଛୋଟି ନେଇଥିଲେ। ବାହାଘର ପାଇଁ ବର ଓ କନ୍ୟା ବେଦୀରେ ବସିଥିବାବେଳେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି ସମୟରେ ହଠାତ ଘଟଣାସ୍ଥଳରେ ବାଳକାଟୀ ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ପହଞ୍ଚତ୍ ଯୁବକଙ୍କୁ ଉଠାଇ ଥାନାକୁ ନେଇଆସିଥିଲେ। ଥାନାରେ ମଧ୍ୟସ୍ଥଙ୍କ ଜରିଆରେ ଦ୍ୱିତୀୟ ସ୍ତ୍ରୀଙ୍କ ସହ ଯୁବକଙ୍କ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଫାଣ୍ଡି ଅଧିକାରୀ ସାହୁ କହିଛନ୍ତି। ଅପରପକ୍ଷେ ବାହାବେଦିରୁ ମଙ୍ଗୁଳା କନ୍ୟାକୁ ନେଇ କନ୍ୟାପିତା ଘରକୁ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri