ମହଙ୍ଗା ପଡ଼ିଲା ଜାଲ୍‌ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍‌ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର ମାଗଣା ସେବା ପାଇବା ଜଣେ ବିମାନ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଶେଷରେ ବାନ୍ଧବୀଙ୍କ ସହ ଉକ୍ତ ବିମାନ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ ଦ୍ୱୟ ହେଲେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀ ରାକେଶ ଭ୍ୟାସ୍‌ ଓ ତାଙ୍କ ବନ୍ଧବୀ। ରାକେଶଙ୍କ ଘର ରାଜସ୍ଥାନରେ ହୋଇଥିବାବେଳେ ସେ ଦୀର୍ଘବର୍ଷ ହେବ ଭୁବନେଶ୍ୱରରେ ପରିବାର ସହ ରହୁଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ଭୁବନେଶ୍ୱରରୁ ଖସିଯାଇ କୋଚି ବିମାନବନ୍ଦରରେ ଦୁହେଁ ଫସିଛନ୍ତି। ଏହି ଘଟଣା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ରାକେଶଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଇଣ୍ଡିଗୋ ଏୟାରଲାଇନ୍ସରେ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଦେଶ ଭିତରେ ମାଗଣା ବିମାନ ଯାତ୍ରାର ବ୍ୟବସ୍ଥା ରହିଛି। କମ୍ପାନୀର ଉପଲବ୍ଧ ମାଗଣା ସେବାରେ ରାକେଶ ନିଜ ବାନ୍ଧବୀଙ୍କ ସହ କୋଚି ଯିବାପାଇଁ ଯୋଜନା କରିଥିଲେ। ତେଣୁ ସେ ବାନ୍ଧବୀଙ୍କ ଫଟୋକୁ ବ୍ୟବହାର କରି ନିଜ ଭଉଣୀଙ୍କ ନାମରେ ଜାଲ ଆଧାରକାର୍ଡ ପ୍ରସ୍ତୁତ କରିଥିଲେ। ରାକେଶଙ୍କ ପାଖରେ ବିମାନବନ୍ଦର ଏଣ୍ଟ୍ରି ପାସ ରହିଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରବେଶ କରିବା ପରେ ବୋର୍ଡିଂ କରି ଉଡାଣ କରିବାରେ ସକ୍ଷମ ହୋଇଥିଲେ। ସେହିଭଳି କୋଚି ବିମାନବନ୍ଦରରେ ଓହ୍ଲାଇବା ପରେ ସହଜରେ ବାହାରି ଯାଇଥିଲେ। ପ୍ରସ୍ଥାନ କରୁଥିବା ଯାତ୍ରୀଙ୍କ ପାଇଁ ଚେକିଂ ସେତେଟା କଡ଼ାକଡ଼ି ନ ଥିବାରୁ ସେମାନେ ଧରାପଡ଼ି ନ ଥିଲେ। କିନ୍ତୁ ଭୁବନେଶ୍ୱର ଫେରିବା ପାଇଁ ଗତ ୨୬ ତାରିଖ ରାତିରେ ସେମାନେ କୋଚି ବିମାନବନ୍ଦରକୁ ପ୍ରବେଶ କରିବାବେଳେ ଯାଞ୍ଚ କଡ଼ାକଡ଼ି ଥିଲା। ଫଳରେ ବାନ୍ଧବୀଙ୍କ ଆଧାର କାର୍ଡ ଜାଲ୍‌ ଥିବା ଜଣାପଡ଼ିଥିଲା। ଉଭୟଙ୍କୁ ସିଆର୍‌ପିଏଫ୍‌ ନିଜ ହେଫାଜତକୁ ନେଇ ପଚରାଉଚରା କରିବା ପରେ ସତ ପଦାକୁ ଆସିଥିଲା। ପରେ ଉଭୟଙ୍କୁ କୋଚି ବିମାନବନ୍ଦରସ୍ଥିତ ନିଡୁମ୍ବାସେରୀ ଥାନାକୁ ସିଆର୍‌ପିଏଫ ହସ୍ତାନ୍ତର କରିଥିଲା। ଉକ୍ତ ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଇପିସି ଦଫା ୪୧୯, ୪୭୧ ଓ ୩୪୧ରେ ମାମଲା ନଂ. ୧୧୩୨/୧୯ ରୁଜୁ କରାଯାଇ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ପ୍ରଥମେ କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜାମିନ ମିଳିଥିବା ଜଣେ ଅଧିକାରୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri