Posted inରାଜ୍ୟ

ମରାମତି ହେଲାନି ଶ୍ରେଣୀଗୃହ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଗଣିଆ,୨୭।୬(ଡି.ଏନ.ଏ.): ଫନୀ ବାତ୍ୟାକୁ ଦେଢମାସ ବିତିଲା । ହେଲେ ମରାମତି ହେଲାନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ । ଚଳିତ ମାସ ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହୋଇଯାଇଛି । ଫଳରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି।
ଏଭଳି ବ୍ୟତିକ୍ରମ ଗଣିଆ ବ୍ଲକ ଛାମୁଣ୍ଡିଆ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାପୀଠରେ ଦେଖିବାକୁ ମିଳିଛି । ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ଷତିଗ୍ରସ୍ତ ଶ୍ରେଣୀଗୃହଗୁଡ଼ିକୁ ମରାମତି ନିମିତ୍ତ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମହଲରେ ବାରମ୍ବାର ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ଦାବି ହୋଇଆସୁଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ ା ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ଅବ୍ୟବସ୍ଥା ମଧ୍ୟରେ ପାଠ ପଢୁଥିବା ଦେଖାଯାଇଛି।
ଯେ,ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ଶିକ୍ଷା ବର୍ଷରେ ୨୪୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ା ପ୍ରଥମ ଶ୍ରେଣୀରେ ୨୯, ଦ୍ୱିତୀୟରେ ୨୫, ତୃତୀୟରେ ୩୦, ଚତୁର୍ଥରେ ୨୭, ପଞ୍ଚମରେ ୨୬, ଷଷ୍ଠରେ ୩୬, ସପ୍ତମରେ ୩୮ ଓ ଅଷ୍ଟମ ଶ୍ରେଣୀରେ ୩୦ ଛାତ୍ରୀଛାତ୍ର ଅଛନ୍ତି ା ୧୯୧୭ ମସିହା ପୂର୍ବରୁ ନିର୍ମିତ ଏହି ବିଦ୍ୟାଳୟ ଗଣିଆ ବ୍ଲକର ଏକ ପୁରାତନ ବିଦ୍ୟାଳୟ ଭାବେ ପରିଚିତ। ଏହି ବିଦ୍ୟାଳୟର ଅଧିକାଂଶ ଶ୍ରେଣୀଗୃହ ମାଟିପେଚ, ଇଟା ଓ ଆଜବେଷ୍ଟସ୍‌ ଛପରରେ ନିର୍ମିତ । ଦୀର୍ଘଦିନ ଧରି ମରାମତି ଅଭାବରୁ ଶ୍ରେଣୀଗୃହ କାନ୍ଥଗୁଡିକ ଫାଟି ବିପଦସଙ୍କୁଳ ଭାବେ ରହିଛି। ସେହିପରି ଶ୍ରେଣୀଗୃହ ନିର୍ମାଣ ଆରମ୍ଭରୁ ବ୍ୟବହୃତ କାଠଗୁଡିକ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । କେତେକ ପୁରାତନ ଶ୍ରେଣୀଗୃହ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ତେବେ ପାଠ ପଢୁଥିବା କୋମଳମତି ଛାତ୍ରୀଛାତ୍ରଙ୍କ ପାଇଁ ଏହା କେତେବେଳେ ଯେ ଅପ୍ରତ୍ୟାଶିତ ଭାବେ ବିପଦକୁ ଡାକିଆଣିବ ତାହାକୁ ଏଡାଇ ଦିଆଯାଇ ନ ପାରେ । ଅନ୍ୟପକ୍ଷେ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଖୋଲାଯାଇଥିଲେ ମଧ୍ୟ ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଫଳରେ ଏହି ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ବାରଣ୍ଡାରେ ଛାତ୍ରୀଛାତ୍ର ପାଠ ପଢିବା ନେଇ ଶିକ୍ଷକ ଓ ଅଭିଭାବକ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖୁବ୍‌ ଶୀଘ୍ର ଶ୍ରେଣୀଗୃହଗୁଡ଼ିକର ମରାମତି କିମ୍ବା ନୂତନ ଶ୍ରେଣୀଗୃହ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଅଭିଭାବକମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ନ ଛାଡିବା ସହ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉଲ୍ଲାସ ମାଝି କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ ବିଦ୍ୟାଳୟର କ୍ଷୟକ୍ଷତି ସମ୍ପର୍କରେ ବ୍ଲକ ପ୍ରଶାସନ, ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅନୁଦାନ ମିଳିଲେ ମରାମତି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri