ମରାମତି ଅପେକ୍ଷାରେ ୮୪ ବିଦ୍ୟାଳୟ

ବାସୁଦେବପୁର, ୧୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ବିଦ୍ୟାଳୟର କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଆଜବେଷ୍ଟସ ଭାଙ୍ଗିଯାଇଛି। ଅଧିକାଂଶ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ନାହିଁ। ସେହିପରି କେତେକ ବିଦ୍ୟାଳୟ ପରିସରରେ ମୌଳିକ ବ୍ୟବସ୍ଥା ଓ ସୁବିଧା ନ ଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ  ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଏହି ବ୍ଲକରେ ମୋଟ ୨୮୨ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେହିପରି ୫୫ ମାଧ୍ୟମିକ ବିଦ୍ୟାଳୟ ଅଛି। ୨୮୨ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୨୬୨ଟି ସରକାରୀ ବିଦ୍ୟାଳୟ ଏବଂ ୨୦ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ। ୫୫ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୨୯ଟି ସରକାରୀ ବିଦ୍ୟାଳୟ ଓ ୨୬ଟି  ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକ ମଧ୍ୟରୁ ବିଭିନ୍ନ ବିଦ୍ୟାଳୟର ଅବସ୍ଥା ରୁଗ୍‌ଣ ହୋଇପଡ଼ିଛି। ଏବେ ୮୪ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ମରାମତି ଅପେକ୍ଷାରେ। ତେବେ ଗତ କିଛିବର୍ଷ ଧରି ଗୃହଶୂନ୍ୟ ଥିବା ଶିକ୍ଷାନୁଷ୍ଠାନ ବଳସାହି ଓ ବିଦେଇପୁର ହରିଜନ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଏବେ ନିର୍ମାଣାଧୀନ ଅଛି। ଅନ୍ୟପକ୍ଷେ ୫ ବିଦ୍ୟାଳୟ ଶ୍ରୀବତ୍ସପୁର ପ୍ରାଥମିକ, ଖେଡୁଆଳପୁର ପ୍ରକଳ୍ପ ପ୍ରାଥମିକ, ବାଲିମୁଣ୍ଡା ଚିପାଡିଆ, ଛେନାଖିଆ ପ୍ରାଥମିକ ଓ ବିଦେଇପୁର ମଳିକସାହି ପ୍ରାଥମିକ ବିଦ୍ୟାଳୟରେ ନଳକୂପ ନ ଥିବାରୁ ପାନୀୟ ଜଳ ପାଇଁ ଛାତ୍ରୀଛାତ୍ର, ଶିକ୍ଷକମାନେ ହଇରାଣ ହେଉଛନ୍ତି। ସେହିପରି ବଳରାମପୁର ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ, ଚାରିବାଟିଆ ଉ.ପ୍ରା.ବିଦ୍ୟାଳୟ, ନନ୍ଦପାଟଣା ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ ସମେତ ଅନ୍ୟ କେତେକ ଲୁଣାଯୁକ୍ତ ଅଞ୍ଚଳରେ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଲୁଣାପାଣି ବାହାରୁଥିବାରୁ ଏହା ବ୍ୟବହାର ଅନୁପଯୋଗୀ। ଏବେ ଗ୍ରୀଷ୍ମଦିନେ ପାନୀୟଜଳ ପାଇଁ ଛାତ୍ରୀଛାତ୍ର ଡହଳବିକଳ ହେଉଛନ୍ତି। ସମସ୍ତ ବିଦ୍ୟାଳୟକୁ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗର ନିର୍ଦ୍ଦେଶ ଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଏହି ବ୍ୟବସ୍ଥା ମଧ୍ୟ ହୋଇପାରି ନାହିଁ। ୨ ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଆବଶ୍ୟକ ସ୍ଥାୟୀ ଜମି ନ ଥିବାରୁ ସ୍ଥାୟୀ ଖେଳପଡ଼ିଆ ନାହିଁ। ଫଳରେ ଛାତ୍ରୀଛାତ୍ର ଶାରୀରିକ ବ୍ୟାୟାମ ଓ ଖେଳକୁଦ ଠିକ୍‌ ଭାବେ କରିପାରୁନାହାନ୍ତି। ସେହିପରି ବିଭିନ୍ନ ବିଦ୍ୟାଳୟର ଚତୁଃପାର୍ଶ୍ୱ ମୁକୁଳା ପଡୁଛି। ୧୭୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ସ୍ଥାୟୀ ବାଉଣ୍ଡରି ନ ଥିବାରୁ ଛାତ୍ରୀଛାତ୍ରଙ୍କ ଅସୁରକ୍ଷିତ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରମାକାନ୍ତ ପାଢୀଙ୍କୁ ପଚାରିବାରୁ କହିଛନ୍ତି, କେତେକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ରହିଛି। ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ସକାଶେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri