ମରଣଯନ୍ତା ପାଲଟିଛି କିଡ୍‌କୋ ରାସ୍ତା

ଝୁମ୍ପୁରା, ୧୨।୯(ଡି.ଏନ.ଏ.)-ପଳାଶପଙ୍ଗାଠାରେ ୨୦ନଂ ଜାତୀୟ ରାଜପଥକୁ ଗୋଟିଏ ପାର୍ଶ୍ୱରେ କିଡ୍‌କୋ ରାସ୍ତା ସଂଯୋଗ କରୁଥିବାବେଳେ ଅନ୍ୟପାର୍ଶ୍ୱରେ ବାମେବାରୀ ରାଜ୍ୟ ରାଜପଥକୁ ସଂଯୋଗ କରୁଛି। ଯୋଡା ଖଣି ମଣ୍ଡଳରୁ ଟ୍ରକ ଯୋଗେ ଖଣିଜ ପରିବହନ ହେଉଥିବା ଏହି କିଡ୍‌କୋ ରାସ୍ତା ଖଣିଜ ପରିବହନ ସହିତ ରାସ୍ତା ପାର୍ଶ୍ୱରେ ନୟାଗଡ, ପ୍ରଜନପୁର ରେଲୱେ ସାଇଡିଙ୍ଗ ଥିବାରୁ ଏହା ବହୁତ ଗୁରୁତ୍ୱ ବହନ କରୁଛି । ଦିନରାତି ସବୁ ସମୟରେ ହଜାର ହଜାର ଖଣିଜ ବୋଝେଇ ଟ୍ରକ ଚଳାଚଳ ହୋଇଥାଏ। କିଡ୍‌କୋ ରାସ୍ତାର ଦୁଇ ପାର୍ଶ୍ୱରେ ୨ଟି ଟୋଲ୍‌ ଗେଟ ବସାଯାଇ ଟୋଲ୍‌ ଆଦାୟ ମଧ୍ୟ ଚାଲିଛି। ହେଲେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ମରାମତି ହେଉନାହିଁ। କିଡ୍‌କୋ ରାସ୍ତାର ପଳାଶପଙ୍ଗାଠାରୁ ପ୍ରଜନପୁର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ୭କି.ମି. ପିଚୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ସାରା ପିଚୁ ଉପରେ ବଡ ବଡ ଗାଢ ହୋଇ ପାଣି ଭରି ରହିଛି। ଉକ୍ତ ରାସ୍ତାରେ ସାଧାରଣ ପଥଚାରୀ, ବାଇକ ଆରୋହୀ ଯିବାକୁ ଭୟ କରୁଛନ୍ତି। ପ୍ରତ୍ୟହ ଦୁର୍ଘଟଣା ଘଟି ମୃତାହତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ସମୁଦାୟ ୨୮କି.ମି.ରୁ ଊର୍ଦ୍ଧ୍ୱ କିଡ୍‌କୋ ରାସ୍ତା ଦୁର୍ଘଟଣା ପ୍ରବଣ ଭାବେ ଗଣା ହେଲାଣି। ରାସ୍ତା ମଧ୍ୟରେ ରହିଥିବା ଅରଡେଇ ନଦୀ ପୋଲ ଏବଂ ବୈତରଣୀ ନଦୀ ପୋଲ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୋଲ ଦ୍ୱୟ ବହୁ ପୁରୁଣା ହୋଇଥିବାବେଳେ ପୋଲ ଦ୍ୱୟର ଦୁଇପାର୍ଶ୍ୱ ସିମେଣ୍ଟ ଭାଙ୍ଗି ଯାଇଛି, ପୋଲ ଉପରେ ଗାଢ ହୋଇ ପୋଲ ଛାତର ଲୁହାରଡ ବାହାରି ପଡିଛି। ବାରମ୍ବାର ଦାବି ସତ୍ତ୍ୱେ କିଡ୍‌କୋ କର୍ତ୍ତୃପକ୍ଷ ରାସ୍ତା ମରାମତି ପାଇଁ ଧ୍ୟାାନ ଦେଉ ନ ଥିବାରୁ କିଡ୍‌କୋ ରାସ୍ତା ପାର୍ଶ୍ୱସ୍ଥ ଗ୍ରାମ କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ସତୀକୁଦର, ଆହାରପଶି, ଝଡାପଶି, ମଲଦା, ଧାତିକା ଆଦି ଗ୍ରାମର ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରାସ୍ତା ମରାମତି ଦାବି କରି କଣ୍ଡରାପଶି ଛକଠାରେ ରାସ୍ତା ଅବରୋଧ ମଧ୍ୟ ହୋଇଛି। ହେଲେ ରାସ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଆଁରଙ୍କୁ ପଚାରିବାରୁ ରାସ୍ତା ମରାମତି ସହିତ ପୋଲ ଦ୍ୱୟର ମରାମତି କାମ କରାଯିବା ପାଇଁ ପୂର୍ତ୍ତ ବିଭାଗକୁ ଚିଠି କରାଯିବା ସହିତ ଜିଲାପାଳଙ୍କୁ ଅବଗତ କରାଯାଇଛି। ତେବେ ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri