ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇ ନ ଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡ଼େ। ସାମାନ୍ୟ ଅସାବଧାନତାରୁ ଭାଇରାଲ୍‌ ଫିବର, ଝାଡ଼ା, ବାନ୍ତି, ଟାଇଫଏଡ୍‌, ଥଣ୍ଡା, କାଶ ଆଦି ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହେବାକୁ ପଡ଼ିଥାଏ। ଏହିଦିନେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ବାସିଖାଦ୍ୟ ଓ ଦୂଷିତ ପାନୀୟ ଯୋଗୁ ନିଜର ବଂଶବିସ୍ତାର କରିଥାଆନ୍ତି। ସେଗୁଡ଼ିକ ଆମ ଶରୀରରେ ପ୍ରବେଶକରି ବିଭିନ୍ନ ରୋଗର କାରଣ ସାଜିଥାଆନ୍ତି।
ଡାଲି ଜାତୀୟ ଖାଦ୍ୟ
ଗହମ, ମକା, ଭଜା ବୁଟ, ଡାଲି ଆଦିକୁ ଖାଦ୍ୟତାଲିକାରେ ସାମିଲ କରନ୍ତୁ, ଯାହାକି ସ୍ବାସ୍ଥ୍ୟ ପ୍ରତି ଲାଭପ୍ରଦ। ପ୍ରୋଟିନ୍‌, ଲୌହ ଏବଂ ମ୍ୟାଗ୍ନେସିୟମ୍‌ଯୁକ୍ତ ଖାଦ୍ୟପଦାର୍ଥ ସେବନ ଦ୍ୱାରା ଶରୀରରେ ଇମ୍ୟୁନିଟି ପାଓ୍ବାରରେ ସୁଧାର ଆସିଥାଏ।
ସୁପାଚ୍ୟ ପନିପରିବା
ବର୍ଷାଦିନେ ସବୁଜ ପନିପରିବା ବଦଳରେ ହାଲ୍‌କା ସୁପାଚ୍ୟ ପନିପରିବା ଯେପରିକି ଲାଉ, ଜହ୍ନି, ଛଚିନ୍ଦ୍ରା, ଭେଣ୍ଡି, ଫ୍ରେଞ୍ଚ୍‌ ବିନ୍ସ ଆଦି ସେବନ କଲେ ପେଟ ସମ୍ବନ୍ଧିତ ସମସ୍ୟା ରହି ନ ଥାଏ। କଲରା, ମୂଳା, ମେଥି ଆଦି ପନିପରିବା ସଂକ୍ରମଣରୁ ରକ୍ଷା କରିଥାଏ। ଖାଦ୍ୟରେ ଅଦା, ରସୁଣ, ପୋଦିନା, ଧନିଆ, ଗୋଲମରିଚ, ହଳଦୀ, ହେଙ୍ଗୁ, ମେଥିଦାନା ଆଦିର ବ୍ୟବହାର ପାଚନ ଶକ୍ତି ବଢ଼ାଇଥାଏ। ପିଜୁଳି, ନାସ୍‌ପାତି, ଅମୃତଭଣ୍ଡା, ଷ୍ଟ୍ରବେରି, ଆମ୍ବ, ସେଓ, ଡାଳିମ୍ବ, କଦଳୀ ଭଳି ଭିଟାମିନ୍‌ ‘ସି’ଯୁକ୍ତ ଫଳମୂଳ ଖାଆନ୍ତୁ। ଏଥିରେ ମହଜୁଦ ଥିବା ନ୍ୟୁଟ୍ରିସନ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀରକୁ ସଂକ୍ରମଣରୁ ରକ୍ଷାକରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଦୂଷିତ ଜଳ ପିଅନ୍ତୁ ନାହିଁ
ଦୂଷିତ ପାଣି ପିଇବା ଦ୍ୱାରା ବର୍ଷାଦିନେ ଖୁବ୍‌ ଶୀଘ୍ର ରୋଗ ବ୍ୟାପିଥାଏ। ଜଳରେ ଥିବା ବ୍ୟାକ୍ଟେରିଆ ଆମ ଶରୀରରେ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ତେଣୁ ଫିଲ୍‌ଟର ହୋଇଥିବା ପାଣି ବା ଫୁଟାପାଣି ବ୍ୟବହାର କରନ୍ତୁ। ଏହିଦିନେ ତମ୍ବାପାତ୍ରରେ ପାଣି ରଖି ପିଇବା ବେଶ୍‌ ଲାଭଜନକ। ଅତ୍ୟଧିକ ପାଣି ପିଅନ୍ତୁ। ଏହାଦ୍ୱାରା ଡିହାଇଡ୍ରେସନ୍‌ ଏବଂ ଡାଇରିଆ ଭଳି ରୋଗରୁ ମୁକ୍ତି ମିଳିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ।
ସାବଧାନତା
ବର୍ଷାଦିନେ ସ୍ବାସ୍ଥ୍ୟ ପ୍ରତି ସାମାନ୍ୟ ଅବହେଳା ଅନେକ ସମସ୍ୟାକୁ ଡାକିଆଣେ। ତେଣୁ କିଛିଟା ସାବଧାନତା ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…
– ଏହିଦିନେ ଖାଦ୍ୟ ପ୍ରସ୍ତୁତି ସମୟରେ ସଫାସୁତୁରା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
– ଫଳଚୋପାରେ ଥିବା ବ୍ୟାକ୍ଟେରିଆ ଶରୀର ପାଇଁ କ୍ଷତିକାରକ। ତେଣୁ ଫଳ ଏବଂ ପନିପରିବାକୁ ଗରମପାଣିରେ କିଛି ସମୟ ପକାଇ ଭଲ ଭାବେ ଧୋଇବା ପରେ ଖାଆନ୍ତୁ।
– ଭୋକ ଲାଗୁ ନ ଥିଲେ ଆଦୌ ଖାଆନ୍ତୁ ନାହିଁ। ନଚେତ୍‌ ବଦହଜମି, ପେଟରେ ସଂକ୍ରମଣ ଏବଂ ଜଣ୍ଡିସ୍‌ ଆଦି ରୋଗ ହେବା ସମ୍ଭାବନା ଥାଏ।
– ବର୍ଷାଦିନେ ତାଜା ଥିବା ଫଳ ଖାଆନ୍ତୁ। ଫାଟିଯାଇଥିବା ଫଳକୁ ଖାଆନ୍ତୁ ନାହିଁ। କାରଣ ଏହା ବିଷାକ୍ତ ହେବା ସହ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳର ଚୋପା ଛଡ଼ାଇ ଖାଆନ୍ତୁ।
– ତରଭୁଜ ଭଳି ଅଧିକ ଜଳୀୟ ଅଂଶ ଥିବା ଫଳ ସେବନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ବ୍ୟାକ୍ଟେରିଆ ହେବାର ସମ୍ଭାବନା ରହିଛି।
– ଖୋଲା ସ୍ଥାନରେ କଟାହୋଇ ବିକ୍ରି ହେଉଥିବା ଫଳ ଓ ଏହାର ଜୁସ୍‌ ପିଅନ୍ତୁ ନାହିଁ। ଅଧିକ ସମୟ ରହିଯାଇଥିବା ଜୁସ୍‌ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଘରେ ତିଆରି ହୋଇଥିବା ଫ୍ରୁଟ୍‌ ଜୁସ୍‌ ପିଅନ୍ତୁ।
– ଏକାଥରେ ପେଟପୂରା ନ ଖାଇ ସମୟ ଅନ୍ତରାଳରେ ଫଳ କିମ୍ବା ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଶରୀରରେ ପାଚନ କ୍ରିୟାରେ କୌଣସି ଅସୁବିଧା ହୋଇ ନ ଥାଏ।
– ବର୍ଷାଦିନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
– ତାଜା ଏବଂ ଗରମ ଥିବା ଖାଦ୍ୟ ଖାଆନ୍ତୁ। ଯଦି ବଳକା ଖାଦ୍ୟ ରହୁଛି ତେବେ ଏହାକୁ ଏୟାର ଟାଇଟ୍‌ କଣ୍ଟେନରରେ ଫ୍ରିଜ୍‌ରେ ରଖନ୍ତୁ। ବାସିଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।
– ଆଇସ୍‌କ୍ରିମ୍‌, ଦହି, କୁଲ୍‌ଫି ଆଦି ଖାଇଲେ ଭାଇରାଲ୍‌ ଫିବର ହେବା ସମ୍ଭାବନା ରହିଛି। ତେଣୁ ଏହା ବଦଳରେ ଭେଜିଟେବୁଲ୍‌ ସୁପ୍‌ ପିଅନ୍ତୁ। ଏଥିରେ ମହଜୁଦ ଥିବା ଭିଟାମିନ୍‌ ଏବଂ ମିନେରାଲ୍ସ ବର୍ଷାଦିନେ ଶରୀରରେ ଇମ୍ୟୁନ୍‌ ସିଷ୍ଟମକୁ ମଜଭୁତ ରଖିଥାଏ।
କ’ଣ ଖାଇବେ
– ହର୍ବାଲ ଟି, କଫି, ଭେଜିଟେବୁଲ୍‌ ସୁପ୍‌ ଭଳି ଗରମ ପାନୀୟର ସେବନ ଶରୀରକୁ ବ୍ୟାକ୍ଟେରିଆ ଏବଂ ଭାଇରସ୍‌ରୁ ବଞ୍ଚାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଆପଣଙ୍କ ଖାଦ୍ୟରେ ଫ୍ରାଏଡ୍‌ ଫୁଡ୍‌ ବଦଳରେ ଗ୍ରୀଲ୍‌ଡ ଏବଂ ତନ୍ଦୁରି ଫୁଡ୍‌ର ମାତ୍ରା ଅଧିକ ରଖନ୍ତୁ।
– ବର୍ଷାଦିନେ ଶରୀରରେ ଡିହାଇଡ୍ରେସନ୍‌ ହେଲେ କୋଲ୍ଡଡ୍ରିଙ୍କ୍‌ସ ବଦଳରେ ପଇଡ଼ପାଣି ଏବଂ ଘରେ ପ୍ରସ୍ତୁତ ଫଳରସ ପିଇବା ଲାଭଦାୟକ। ଏହା ବ୍ଲଡ୍‌ ପ୍ଲେଟେଡ୍‌ ତିଆରି କରିଥାଏ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।
– ଏହିଦିନେ ପାଚନ କ୍ରିୟାକୁ ଠିକ୍‌ ରଖିବା ପାଇଁ ଗରମକ୍ଷୀର ପିଇବା ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri