ମନ୍‌ବଲ ଥିଲେ ସବୁ ସମ୍‌ଭବ: ପର୍‌ମାନ କରି ଦେଖେଇଛନ୍‌ ଦିବ୍ୟାଙ୍ଗ ଦମ୍ପତି

କଣ୍ଟାବାଞ୍ଜି, ୧୦ା୧(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ପଚେଁତ୍‌ ସଦର ଗଁାର ପବିତ୍ର ପୁଟେଲ(୨୫)ଜନ୍‌ମୁ ଦିବ୍ୟାଙ୍ଗ ଆନ୍‌। ଜନମ୍‌ ବେଲେ ସେ ପୋଲିଓ ରୋଗ୍‌ରେ ଆକ୍‌ରଁାତ ହେଲାରୁ ତାକର ଦୁଇଗୋଡ଼ ଅଚଲ ହେଇଯାଇଛେ। ହେଲେ ସେ ଜୀବନ୍‌ରେ ହାର ନାଇଁ ମାନି। ଦୁଖେ କଷ୍‌ଟେ ପାଠ୍‌ ଦୁଇଅଖର ପଢ଼ବାର ସଂଗେ ସେ ଝନେ ଦିବ୍ୟାଙ୍ଗ ମହିଲାକୁଁ ବିହା ହେଇଛନ୍‌। ଏହେଦେ ଇ ଦିବ୍ୟାଙ୍ଗ ଦମ୍ପତି କାହାର ଉପରେ ଆଶ୍‌ରା ନାଇଁକରି କରି ଗୁରସ୍‌ ବିକି ନିଜର ତେଲ୍‌ନୁନ୍‌ ସଁସାର ଚଲଉଛନ୍‌।
ସୂଚନା ଅନ୍‌ସାରେ ଚଟୁଅନକା ପଚେଁତ୍‌ ସଦର ଗଁାର ଚତ୍ରୁ ପୁଟେଲ ଆର ଉମେ ପୁଟେଲକଁର ୪ ପୁଓ ଆର ୫ ଝି’। ବପିତ୍ର ସବୁନୁ ସାନ ଆଏ। ପବିତ୍ର ଜନ୍‌ମୁ ଦିବ୍ୟାଙ୍ଗ ହେବାର ଲାଗି ମା’ବାପ୍‌, ଭାଇଭହେନ୍‌ ତାହାକୁ କେଭେ ଅନ୍‌ଦେଖା ନାଇଁକରି। ସେ ମାଟ୍ରିକ ତକ୍‌ ପାଠ୍‌ ବି ପଢ଼ିଛନ୍‌। ବଏସ୍‌ ହେଲାରୁ ନିଜର ବୁଧି ବିବେକ ଖଟେଇ ନିଜର ଦିବ୍ୟାଙ୍ଗ ଭତାକେ ସଁଚି ଭଏଁଷ୍‌ ପଟେ ଘିନ୍‌ଲେ। ସେ ଭଏଁଷ୍‌ର ଗୁରସ୍‌ ବିକି ଭଲ ଦୁଇପଏସା ରୁଜଗାର କଲେ। ଏହେଦେ ସେ ପଏସାରୁ ଆରଗୁଟେ ଭଏଁଷ୍‌ ଘିନି ବେପାର ବଢ଼େଇଛନ୍‌। ଦୁଇ ଭଏଁଷ୍‌ ଫିଦିନ୍‌ ୮ରୁ ୧୦ ଲିଟର ଗୁରସ୍‌ ଦେଉଛନ୍‌। ପବିତ୍ର ଫିଦିନ ସଖାଲୁ ନିଜର ଟ୍ରାଇସାଇକେଲରେ ଗୁରସ୍‌ ଆନି କଣ୍ଟାବାଞ୍ଜି ସହରର ଭିନେ ଭିନେ ହୋଟେଲ ଆର ଲଗାନି କରିଥିବାର ଲୁକ୍‌କୁ ଦେଉଛନ୍‌। ସବୁ ଖରଚ୍‌ ଯାଇ ଫିଦିନ୍‌ ୧୫୦ରୁ ୩୦୦ ଟଁକା ତକ୍‌ ରୁଜ୍‌ଗାର କରୁଥିବାର ସେ କହିଛନ୍‌। ସେ ପାସର ଗଁା ମହଖଣ୍ଡର ଝନେ ଦିବ୍ୟାଙ୍ଗ ଟୁକେଲ ପରମାବତୀକୁଁ ବିହା ହେଇଛନ୍‌। ଏହେଦେ ଇ ଦିବ୍ୟାଙ୍ଗ ଦମ୍ପତିକଁର ଗୁଟେ ଝି’ ଲଭଲି(୭) ଆର ପୁଓ ଅମିତ(୩) ରହିଛନ୍‌। ଗୁରସ୍‌ ବିକି ପବିତ୍ର ୪ ପରାନୀ କୁଟୁମକେ ହଁସ୍‌ଖୁସିରେ ଚଲେଇ ନେଉଛନ୍‌। ଇ କାମ୍‌ରେ ମାଏକିନା ପରମାବତୀ ବି ପବିତ୍ରକୁଁ ସାହାଯ୍‌ କରୁଛନ୍‌। ପରମାବତୀ ଫିଦିନ୍‌ ପହଁତିଆରୁ ଉଠି ଭଏଁଷ୍‌କୁ ଦାନାପାନୀ ଦେବାର ସଂଗେ ଗୁରସ୍‌ ଦୁହୁଛନ୍‌। ସେଟାକେ ବୁତଲମାନକେ ଭରି ପବିତ୍ରକଁର ଟ୍ରାଇସାଇକେଲରେ ଲଦି ଦେଉଛନ୍‌। ଇ ଗୁରସ୍‌ ବିକା ପଏସାରୁ ପରିବାର ଚଲାବାର ସଂଗେ ଦୁଇ ଝି’ପୁଓକେ ପାଠ୍‌ପଢ଼େଇ ଭଲ ମୁନୁଷ୍‌ କରବାର ଲକ୍ଷ ରଖିଛନ୍‌ ଦିବ୍ୟାଙ୍ଗ ଦମ୍ପତି। ପରିବାରଟା ନିହାତି ଗରିବ୍‌ ଘରଡିହ ଖଁଡ୍‌କ ଛାଡ଼ିଦେଲେ ସଁପତି ବଲି କିଛି ନାଇଁ। ପବିତ୍ରକୁଁ ସରକାରୀ ଯୋଜନାରେ ଗୁଟେ ଇନ୍ଦିରା ଆବାସ ମିଲିଛେ। ମାସିକ ୭ଶହ ଟଁକା ଦିବ୍ୟାଙ୍ଗ ଭାତା ପାଉଛନ୍‌। ହେଲେ ମାଏକିନା ପରମାବତୀ ଦିବ୍ୟାଙ୍ଗ ହେଇଥିଲେ ବି ଭତାରୁ ବଁଚିତ୍‌ ହେଇ ରହିଥିବାର ପବିତ୍ର କହିଛନ୍‌। ସେନ୍‌ତା ଉନିଅଁାମାନେ ଯେନ୍‌ତା କୁଟୁମ ପୁଷୁଛନ୍‌ ମୁଇଁ ବି ମୋର କୁଟୁମ୍‌ ପୁଷୁଛେଁ। ଉନିଅଁାମାନେ ସବୁ କାମ୍‌ କରିପାରୁଛନ୍‌, ହେଲେ ମୁଇଁ ନାଇଁ କରିପାରେଁ। ଫରକ୍‌ କହେଲେ ଏତ୍‌କି। ହେଲେ ମୋର କାହାରି ଉପରେ କିଛି ଅଭିଯୋଗ ନଁାଇଁନ। ପରଶାସନ ମୋର ପରିବାର ଉପରେ ଦୁରୁଷ୍‌ଟି ଦେଇ ମୋତେ କେହେନ୍‌ସି ଗୁଟେ ଲୋନ ଦେଲେ ମୋର ବେପାରଟାକେ ବଢ଼େଇ ପାରତି ଆର ମୋର ଦୁଇଛୁଆକୁ ଭଲ ପାଠ୍‌ ଦୁଇଅଖର ପଢ଼େଇ ମୁନୁଷ୍‌ କରିପାରତି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri