Posted inରାଜ୍ୟ

ମନ୍ଦୋରଧରଙ୍କ ମନ ଦହି ପଖାଳରେ: ଗାଁକୁ ବିପଦ ଆସିଲେ ଶୁଭେ ବଂଶୀ ସୁର

ବଅଁରପାଳ, ୩୦।୫: ଗଡ଼ଦୁର୍ଗ ଭାବେ ପରିଚିତ ବଅଁରପାଳ ବ୍ଲକ ବଳରାମପ୍ରସାଦର ପାଟଣା ଠାରେ ରହିଛି ଅନେକ ଦେବଦେବୀ ପୀଠ। ହେଲେ ପ୍ରଭୁ ମନ୍ଦୋରଧର ସେଥିରୁ ଅନ୍ୟତମ। ବିଷ୍ଣୁଙ୍କ ଅବତାର ଭାବେ ରାଜାରାଜୁଡ଼ା ଅମଳରୁ ଠାକୁର ଏଠାରେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ୍ଷ ଈଶ୍ୱର ବୋଲି ବିଶ୍ୱାସ କରାଯାଉଥିବା ମନ୍ଦୋରଧରଙ୍କ ଏହି ପୀଠ ଅତ୍ୟନ୍ତ ମନଲୋଭା ପରିବେଶ ମଧ୍ୟରେ ରହିଛି। କଳା ଚକ୍‌ଚକ ମୁଗୁନି ପଥରରେ ଶୋଭିତ ମନ୍ଦରଧରଙ୍କ ସହ ରହିଛନ୍ତି ୩୩ କୋଟି ଦେବତା। କୃଷ୍ଣଙ୍କ ବାଲ୍ୟଲୀଳାର ଦୃଶ୍ୟ ମଧ୍ୟ ରହିଛି ଏହି ପଥର ମୂର୍ତ୍ତି ମଧ୍ୟରେ।
ଗ୍ରାମର ବୟସ୍କମାନଙ୍କ କହିବା ଅନୁସାରେ, ୫ ଶହ ବର୍ଷ ପୂର୍ବେ ପ୍ରଭୁ ଏଠାରେ ବିରାଜମାନ ହୋଇଥିଲେ। ଅନୁଗୋଳ ରାଜାଙ୍କ ଏକ ଯଜ୍ଞ କାର୍ଯ୍ୟ ସଫଳ ହେବା ପାଇଁ ପୁରୀ ଜଗନ୍ନାଥ ଧାମରୁ ରାଜାଙ୍କ ସୈନ୍ୟମାନେ ପ୍ରଭୁ ମନ୍ଦୋରଧରଙ୍କୁ ହାତୀ ଉପରେ ବସାଇ ଅନୁଗୋଳ ଆଣୁଥିଲେ। ମାତ୍ର ବଳରାମପ୍ରସାଦଠାରେ ହାତୀ ଅଟକି ଯାଇଥିଲା। ଗୋଟିଏ ରାତ୍ରି ହାତୀ ଉପରେ ଠାକୁର ବିଶ୍ରାମ ନେଇଥିଲେ। ସକାଳେ ସୈନ୍ୟମାନେ ଯେତେ ଉଠାଇଲେ ମଧ୍ୟ ହାତୀ ଆଉ ଉଠି ପାରି ନ ଥିଲା। ଏହାପରେ ଗ୍ରାମର ମୁଖିଆଙ୍କୁ ଠାକୁର ମନ୍ଦୋରଧର ଏଠାରେ ପୂଜା ପାଇବେ ବୋଲି ସ୍ବପ୍ନାଦେଶ ହେଲା। ସେହିଦିନ ଠାରୁ ଗ୍ରାମବାସୀ ଠାକୁରଙ୍କୁ ଏଠାରେ ରଖି ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରଥମେ ଏକ ଚାଳ ଛପର ଘରେ ପୂଜା ହେଉଥିଲା। ପରେ ଗ୍ରାମବାସୀ ଆସ୍ଥାନସ୍ଥଳ ନିର୍ମାଣ କରିଥିଲେ। ଏବେ ଠାକୁର ମନ୍ଦିରରେ ପୂଜା ପାଉଛନ୍ତି। ଠାକୁରଙ୍କ ମହିମା ଏତେ ଯେ ଆକ୍ରମଣ କରିଥିବା କଳା ପାହାଡ଼ ମୂର୍ତ୍ତି ନେବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ପ୍ରଭୁ ମନ୍ଦୋରଧରଙ୍କ ନିକଟରେ ବହୁ ଭକ୍ତ ଅଧିଆ ପଡ଼ନ୍ତି। ବିଶେଷକରି ଦହି ପଖାଳ ଲାଗି ପାଇଁ ମାନସିକ କଲେ ପ୍ରଭୁ ଭକ୍ତଙ୍କ ମନବାଞ୍ଛା ପୂରଣ କରନ୍ତି ବୋଲି ପୂଜକ ମୁରଲୀ ମହାପାତ୍ର(୭୦) କହିଛନ୍ତି। ସେହିପରି ରାତିରେ ପ୍ରଭୁଙ୍କ କଠଉ ଶବ୍ଦ ଓ ବଂଶୀ ସୁର ଶୁଭିଲେ ଗ୍ରାମ ପ୍ରତି ବିପଦ ରହିଥିବା ବିଶ୍ୱାସ କରାଯାଏ ବୋଲି ଗ୍ରାମର କୁତାର୍ଥ ଚନ୍ଦ୍ର ସିଂ କହିଛନ୍ତି। ଚକ୍ରଧର ମହାପାତ୍ର କହିଛନ୍ତି, ଦୈନିକ ଦେଢ଼ମାଣ ଚାଉଳରେ ଠାକୁରଙ୍କ ନୀତି ହୋଇଥାଏ। ଭକ୍ତମାନେ ଏଠାରେ ପ୍ରସାଦ ସେବନ କରନ୍ତି। କେବେ ବି କୌଣସି ଶ୍ରଦ୍ଧାଳୁ ଏଠାରୁ ଉପବାସରେ ଫେରିନାହାନ୍ତି। ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ତିଥିରେ ପ୍ରଭୁଙ୍କ ବଡ଼ ଉତ୍ସବ ପାଳିତ ହୁଏ। ଏଥିପାଇଁ ଗ୍ରାମବାସୀ ଏକାଠି ହୋଇ ବଡ଼ ଧରଣର ଆୟୋଜନ କରିଥାନ୍ତି ବୋଲି ମହାପାତ୍ର କହିଛନ୍ତି।
(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri