ମନ୍ଦିରରୁ ଚୋରି: ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତି ଉଦ୍ଧାର, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମସ୍ଥିତ କପିଳେଶ୍ୱରଙ୍କ ମନ୍ଦିରରୁ ଶନିବାର ସନ୍ଧ୍ୟାରେ ୧ଫୁଟ ଉଚ୍ଚତା ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଚୋରି କରିଥିବା ଅଭିଯୁକ୍ତ ରବିବାର ଧରାପଡ଼ିଛନ୍ତି । ତାଙ୍କ ବାରିପଟ ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡାକରି ଗାଁରେ ବୁଲାଇଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଲହୁଲୁହାଣ ହୋଇଥିବା ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ଅଟକ ରଖିଛି। ମନ୍ଦିର ପରିଚାଳନା କମିଟି ସଭାପତି ସୁକାନ୍ତ ପ୍ରଧାନ ମୂର୍ତ୍ତି ଚୋରି ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି।
ପ୍ରକାଶ ଯେ, ଛଣମେରି ଗ୍ରାମସ୍ଥିତ ଆଡ଼ୁଆ ସାହିର ଅଭିଯୁକ୍ତ ଜଣକ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କପିଳେଶ୍ୱରଙ୍କ ମନ୍ଦିର ପରିସରରେ ବୁଲୁଥିଲେ। ଏହି ସମୟରେ ଲାଇନ କଟିଯିବାର ସୁଯୋଗ ନେଇ ସେ କୌଶଳକ୍ରମେ ପାର୍ବତୀଙ୍କ ମୂର୍ତ୍ତିକୁ ଏକ ଗାମୁଛାରେ ଗୁଡ଼ାଇ ନେଇ ଯାଇଥିଲେ। ମୂର୍ତ୍ତି ଚୋରି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗ୍ରାମର ଯୁବକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ରବିବାର ଭୋରରେ ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଡ଼େଙ୍ଗାଓସ୍ତାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଦେଖିଥିଲେ। ପଚରାଉଚରା କରିବାରୁ ୫ ହଜାର ଟଙ୍କା ଦେଲେ ମୂର୍ତ୍ତି ମିଳିଯିବ ବୋଲି ସେ କହିଥିଲେ। କୌଶଳକ୍ରମେ ଲୋକେ ତାଙ୍କୁ ଗ୍ରାମକୁ ଡାକି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ସେ ନିଜ ଦୋଷ ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କ ସୂଚନାପ୍ରକାରେ ତାଙ୍କ ଖତଗଦାରୁ ପାର୍ବତୀଙ୍କ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ପରେ ଉତ୍ତେଜିତ ଗ୍ରାମବାସୀ ତାଙ୍କୁ ଲଣ୍ଡା କରି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ଅଭିଯୁକ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଚଳାଇଛି। ସେପଟେ ଗ୍ରାମସଭାର ନିଷ୍ପତ୍ତି ପ୍ରକାରେ ମନ୍ଦିର ପରିସରକୁ ଶୋଧନ କରାଯାଇଥିଲା । ମୁଖ୍ୟ ପୁରୋହିତ କଳାକାର ତ୍ରିପାଠୀ ଏବଂ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ପୀଠ ସଂସ୍କାର କରାଯାଇଥିଲା। ଏଥିପାଇଁ ସକାଳେ ପୂଜାବିଧି ବନ୍ଦ ଥିଲା। ପାରିବାରିକ ଦୁଃସ୍ଥିତିରୁ ଅଭିଯୁକ୍ତ ମୂର୍ତ୍ତି ଚୋରି କରିଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri