Posted inଖେଳ

ସାଇ ସୁନ୍ଦରଗଡ଼ରେ ହାଇ ପରଫରମାନ୍ସ ସେଣ୍ଟର

ନୂଆଦିଲ୍ଳୀ, ୭।୨(ପି.ଟି.)- ଦେଶର ବିଭିନ୍ନ ୭ଟି ସ୍ଥାନରେ ହାଇ ପରଫରମାନ୍ସ ସେଣ୍ଟର ଖୋଲାଯାଇଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ହକି ଇଣ୍ଡିଆ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଜୁନିୟର ଓ ସବ୍‌ଜୁନିୟର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଏହି ପରଫରମାନ୍ସ ସେଣ୍ଟର ଲଞ୍ଚ୍‌ କରାଯାଇଛି ବୋଲି କୁହାଯାଇଛି। ୨୦୨୪ ଓ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ନୂଆ ପ୍ରତିଭାସମ୍ପନ୍ନ ଖେଳାଳି ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଆଗାମୀ ୩ ମାସ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଧ୍ୟାନଚାନ୍ଦ ନ୍ୟାଶନାଲ ହକି ଷ୍ଟାଡିୟମଠରେ ଥିବା ଜାତୀୟ ହକି ଏକାଡେମୀ, ଓଡ଼ିଶାର ସାଇ ସୁନ୍ଦରଗଡ଼, ଭୋପାଳ ସ୍ଥିତ ସାଇ ୟୁଡିଏମ୍‌ସିସି ଓ ସାଇ ବେଙ୍ଗାଲୁରୁକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାକି ୩ଟି ସେଣ୍ଟର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ବିକଶିତ କରାଯିବ ବୋଲି କୁହାଯାଇଛି। ହକି ଇଣ୍ଡିଆ ଓ ହାଇ ପରଫରମାନ୍ସ ଡାଇରେକ୍ଟର ଏହି ସେଣ୍ଟରଗୁଡିକୁ ଅତି ନିକଟରୁ ନିରୀକ୍ଷଣ କରିବ। ଏଥିସହିତ ଆଥଲେଟମାନଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ନିରୀକ୍ଷଣ କରାଯିବ।
ଖେଲୋ ଇଣ୍ଡିଆ ସ୍କିମ୍‌ରେ ଏହି ୭ଟି ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ କରାଯିବ। ଏହି ସେଣ୍ଟରଗୁଡିକରେ ଅଭିଜ୍ଞ ତଥା ପେସାଦାର ବ୍ୟକ୍ତିମାନେ ପ୍ରଶିକ୍ଷଣ ଦେବେ। ଯୁବ କ୍ରୀଡ଼ାବିତ୍‌ଙ୍କୁ ସ୍ପୋଟର୍‌ସ ସାଇନ୍ସ ଓ ଶିକ୍ଷା ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯିବ। ଅପେକ୍ଷାକୃତ ଅଧିକ ହକି ଖେଳୁଥିବା ଜନସଂଖ୍ୟା ବିଶିଷ୍ଟ ଏହି ୭ଟି ସହରରେ ଉପଯୁକ୍ତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏଠାରେ ହାଇପରଫମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଏଭଳି ସୁବିଧା ସୁଯୋଗ ଥିବା ଅନ୍ୟ ଗ୍ରହଣଯୋଗ୍ୟ ସ୍ଥାନକୁ ଚିହ୍ନଟ କରାଯାଉଛି ଓ ଭବିଷ୍ୟତରେ ଏଗୁଡିକୁ ହାଇପରଫରମାନ୍ସ ସେଣ୍ଟରରେ ପରିଣତ କରାଯିବ ବୋଲି କୁହାଯାଇଛି।
ଦେଶରେ ଏବେ ଚାଲୁ ରହିଥିବା ସାଇ ସେଣ୍ଟର ଓ ହକି ଏକାଡେମୀଗୁଡିକ ହାଇପରଫରମାନ୍ସ ହକି ସେଣ୍ଟର ପାଇଁ ଏବେ ପିଡର ସେଣ୍ଟର ଭାବେ କାର୍ଯ୍ୟ କରିବ। ଏଗୁଡିକରେ ୭୨ ଜଣ ପୁରୁଷ ଓ ୭୨ ଜଣ ମହିଳା ହକି ଖେଳାଳି ରହିପାରିବେ। ବେଙ୍ଗାଲୁରୁ ସାଇ ସେଣ୍ଟର ସିନିୟର ଓ ଜୁନିୟର ଜାତୀୟ ଦଳ ପାଇଁ ମୁଖ୍ୟ ସ୍ଥାନ ହୋଇ ରହିବ। ୧୪ରୁ ୨୪ ବର୍ଷ ମଧ୍ୟରେ ଥିବା ଖେଳାଳିଙ୍କୁ ଏଥିରେ ସାମିଲ ହେବା ପାଇଁ ଚୟନ କରାଯିବ।
୭ ହାଇ ପରଫରମାନ୍ସ ସେଣ୍ଟର
୧. ସାଇ ସେଣ୍ଟର ବେଙ୍ଗାଲୁରୁ, କର୍ନାଟକ (ସାଉଥ ଜୋନ)
୨. ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ନୂଆଦିଲ୍ଲୀ (ନର୍ଥ ଜୋନ)
୩. ସାଇ ସୁନ୍ଦରଗଡ଼, ଓଡ଼ିଶା (ଇଷ୍ଟ ଜୋନ)
୪. ସାଇ ୟୁଡିଏମ୍‌ ସିସି, ଭୋପାଳ, ମଧ୍ୟ ପ୍ରଦେଶ (ସେଣ୍ଟ୍ରାଲ ଜୋନ୍‌)
୫. ସାଇ ଏନ୍‌ଏସ୍‌ଏନ୍‌ଇସି, ଟାକିଏଲ, ଇମ୍ପାଲ, ମଣିପୁର (ନର୍ଥ-ଇଷ୍ଟ ଜୋନ୍‌)
୬. ବାଲଓ୍ବୋଡ଼ି ସ୍ପୋଟର୍‌ସ କମ୍ପ୍ଲେକ୍ସ, ପୁଣେ, ମହାରାଷ୍ଟ୍ର (ଓ୍ବେଷ୍ଟ ଜୋନ୍‌)
୭. ସାଇ ସେଣ୍ଟର, ରାଞ୍ଚି ଓ ଗୋମ୍‌କେ ଜୟପାଲ ସିଂ ଆଷ୍ଟ୍ରୋଟର୍ପ ହକି ଷ୍ଟାଡିୟମ(ଇଷ୍ଟ ଜୋନ୍‌ ୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri