ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଗୃହ ନ ଥିବାରୁ ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ୫୦ଶଯ୍ୟା ବିଶିଷ୍ଟ ଅନ୍ତର୍ବିଭାଗ ଓ ବହିର୍ବିଭାଗ ଗୃହ ନିର୍ମାଣ ଲାଗି ପୂର୍ତ୍ତବିଭାଗ ଅନୁଦାନରେ ଜାତୀୟ ସ୍ବାସ୍ଥ୍ୟ ମିଶନର ୧କୋଟି ୮୫ଲକ୍ଷ ୩୭ହଜାର ୫ଶହ ଆଠ ଟଙ୍କା ମଞ୍ଜୁର ହୋଇଛି। ୨୦୧୯ ଅକ୍ଟୋବର ୨୧ତାରିଖରୁ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ହେଲେ କାମ ଆରମ୍ଭରୁ ଚିକିତ୍ସାଳୟ ଓପିଡ଼ି ସମ୍ମୁଖରେ ମାଟି ଖୋଳି ଛାଡି ଦିଆଯାଇଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟମାନେ ଅଧିକାଂଶ ସମୟରେ ଖାଲରେ ପଡିଯାଉଥିବା ଦେଖିବାକୁ ମିଳୁଛି।
ଏହି ଚିକିତ୍ସାଳୟ ଉପରେ ୩୦ରୁ ଅଧିକ ପଞ୍ଚାୟତ ଓ ଏନ୍‌ଏସିର ହଜାର ହଜାର ପରିବାର ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ହସ୍‌ପିଟାଲରେ ଏବେ ଡାକ୍ତର, ନର୍ସ, କର୍ମଚାରୀଙ୍କ ମରୁଡ଼ି ଥିବା ବେଳେ ପୁରୁଣା ମହିଳା ଓ ପୁରୁଷ ୱାର୍ଡ଼କୁ ଦେଢ଼ବର୍ଷ ପୂର୍ବରୁ ଭାଙ୍ଗିଦିଆଯାଇଛି। ଏବେ ରୋଗୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପୁରୁଷ ରୋଗୀମାନେ ଚକ୍ଷୁ ୱାର୍ଡରେ ସ୍ବାସ୍ଥ୍ୟସେବା ପାଉଥିବା ବେଳେ ମହିଳା ରୋଗୀ ଶିଶୁ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି। ଜଣେ ନର୍ସ ଦୌଡ଼ି ଦୌଡି କାର୍ଯ୍ୟ କରୁଥିବା ଦେଖାଯାଉଛି। ଗୋଟିଏ ସମୟରେ ଦୁଇଟି ପୃଥକ୍‌ ୱାର୍ଡ଼ରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଅସମ୍ଭବ ହୋଇପଡ଼ିଛି। ଦୁଇଟି ପୃଥକ୍‌ ସ୍ଥାନରେ ନୂତନ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମନ୍ଥର ଗତିରେ ଚାଲିଛି। ଏପରିକି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ଉଠିଛି। ଏବେଠାରୁ କାମର ମାନ ତଦାରଖ କରା ନ ଗଲେ ବିଲ୍ଡିଂ ଭୁଶୁଡିବା ଆଶଙ୍କା ଦେଖାଦେବ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ପ୍ରଫୁଲ୍ଲ କୁମାର ଦାସଙ୍କୁ ଯୋଗାଯୋଗ କରିବା ପରେ ସେ ଘଟଣାକୁ ଗୁରୁତର ସହ ନେଇ ତଦାରଖ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri