Odisha Elections 2024

ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ବଳକା ଯଦି ବିଦ୍ୟୁତ୍‌ କାଟ୍‌ କାହିଁକି

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା, ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ୧ମାସ ୨୫ ଦିନ ପରେ ମଧ୍ୟ ପୁରୀ ଜିଲାରେ ବିଦ୍ୟୁତ୍‌ ନାହିଁ। ତରବରିଆ ଭାବେ ଖୁଣ୍ଟ ପୋତି କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଦିଆଯାଇଥିଲା। କାଳବୈଶାଖୀରେ ସେ ସବୁ ପୁଣି ଶୋଇପଡ଼ିଲାଣି। ତୁରନ୍ତ ସେଗୁଡ଼ିକ କଂକ୍ରିଟ ଢଳାଇ ନ କଲେ ବିଦ୍ୟୁତ୍‌ ବିଭାଗ ପ୍ରତି ମହାବିପଦ ମାଡ଼ି ଆସିବ। ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ପୁରୀ ଜିଲାକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ଶକ୍ତିମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ଦେଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧୀ ଦଳ ସଦସ୍ୟମାନେ କାଠଗଡ଼ାରେ ଛିଡ଼ା କରିଥିଲେ। ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଯଦି ଅଧିକ ଉତ୍ପାଦନ ହେଉଛି, ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି କାହିଁକି। ମନ୍ତ୍ରୀଙ୍କଠାରୁ ସଦସ୍ୟମାନେ ଏହାର ଜବାବ ତଲବ କରିଥିଲେ।
ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ କେତେ ବ୍ୟବହାର ହେଉଛି, ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜଣାଇବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତରରେ କହିଥିଲେ ଯେ, ୨୦୧୮-୧୯ରେ ରାଜ୍ୟକୁ ୨୫, ୬୬୮ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକତା ଥିବାବେଳେ ଗ୍ରୀଡ୍‌କୋ ବିଭିନ୍ନ ଉତ୍ସରୁ ୨୭, ୬୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଯୋଗାଇଛି। ମନ୍ତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନରସିଂହ ପୁଣି ପଚାରିଲେ, ଯଦି ଏତେ ବିଦ୍ୟୁତ୍‌ ବଳୁଛି ତେବେ ବିଦ୍ୟୁତ୍‌ କାଟ୍‌ କାହିଁକି ହେଉଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି ସେ ବିଷୟରେ ଜଣାଇବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ନ ଦେବାର କାରଣ କ’ଣ। ବିଦ୍ୟୁତ୍‌ ବିନା ଡାକ୍ତରଖାନାରେ ଟର୍ଚ୍ଚ ଲାଇଟ୍‌ ଏବଂ ମହମବତି ଜଳାଇ ରୋଗୀସେବା କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ଉତ୍ତରରେ ମନ୍ତ୍ରୀ କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ବଳୁଛି ସେ ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ରଖିଥିଲେ। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡେଇ, ଭାଜପା ସଭ୍ୟ ମଦନ ମୋହନ ଦତ୍ତ ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ନ ପାରିଲେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବେ କି। ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ ପାଇଁ ଘଡ଼ଘଡି ଓ ପବନରୁ ରକ୍ଷା ଲାଗି ବିଦ୍ୟୁତ୍‌ କାଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପରେ ନଡ୍ଡା କଲେ ବଡ଼ ଘୋଷଣା, କହିଲେ ଆମେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୨୩।୫: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବୈଠକ କରିଛନ୍ତି। ବୈଠକରେ ନିର୍ବାଚନ ପରିଚାଳନାର ସମୀକ୍ଷା ସହ ପରାମର୍ଶ ଦେଇଛନ୍ତି ନଡ୍ଡା। ନଡ୍ଡା କହିଛନ୍ତି,...

ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ…

ଭୁବନେଶ୍ୱର,୨୩।୫: ପଳାଶପଲ୍ଲୀଠାରେ ପ୍ରେସମିଟ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଗୁରୁବାର ଏଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ...

ନିର୍ବାଚନ ଦିନ ବାତ୍ୟା, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳ ୮ଟା. ୩୦ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଓ୍ବେଲର୍ମାକ ଲୋ ପ୍ରେସର...

ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଏମିତି କହିଲେ ପ୍ରଣବ ପ୍ରକାଶ, ଧର୍ମେନ୍ଦ୍ର ବାବୁ…

ଭୁବନେଶ୍ୱର,୨୩।୫: ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍‌ କରିବାରେ ଲାଗିଛନ୍ତି। ଏହି...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ଶନିବାର ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୨୩।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର। ଏବେ କଡ଼ା ନଜରରେ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା...

ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନଡ୍ଡା, କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୩।୫: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଶୀର୍ଷ ନେତୃତ୍ୱଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବୈଠକ କରିବେ । ବୈଠକରେ କେନ୍ଦ୍ରମନ୍ତ୍ରୀ...

ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା

ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି।...

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri