୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ ନେଇ ବହୁ ହିତାଧିକାରୀ ଗତ ସୋମବାର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଗୁଡାରି ବ୍ଲକର ମଧୁବନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉତଗୁଡା ଗ୍ରାମର ସୁକୁମାରୀ ଶବର, ଲାବଣ୍ୟ ଶବର, ସୁକୁମାରୀ ଶବର ସେହିପରି ସର୍ଗିଡାଙ୍ଗ ଗ୍ରାମର କାନ୍ଦରୀ ଶବର ଓ ସୁକୁମାରୀ ଶବର ଏବଂ ଭରତଗୁଡା ଗ୍ରାମର ରତ୍ନ ଶବର ଓ କମଳା ଶବର ଗତ ୪ ମାସ ହେଲା ଭତ୍ତା ମିଳିନଥିବା ପ୍ରକାଶ କରିଛନ୍ତି । ଏହି ୭ ଜଣ ହିତାଧିକାରୀ ୪ ମାସ ହେଲା ଭତ୍ତା ମିଳିନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି ।

ଭତ୍ତା ଟଙ୍କା ପାଇବା ପାଇଁ ସେମାନେ ବ୍ୟାଙ୍କ ଓ ବ୍ଲକ ଅଫିସ କୁ ବାରମ୍ବାର ଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହେଉନଥିବା କହିଛନ୍ତି । ଏହି ପରିଣତ ବୟସରେ ସେମାନଙ୍କୁ ଭତ୍ତା ପଇସା ହିଁ ରୋଜଗାରର ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ ମାସ ମାସ ଧରି ଭତ୍ତା ପଇସା ମିଳୁନଥିବାରୁ ସେମାନେ ବିଚଳିତ ଅବସ୍ଥାରେ ଅଛନ୍ତି। ମୁଖ୍ୟତଃ ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ କିଣିବା ପାଇଁ ସେମାନଙ୍କୁ ଅର୍ଥ ଆବଶ୍ୟକ ହେଉଥିବା ସେମାନେ ଗୁରତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ବିଭାଗୀୟ ଅଧିକାରୀ କହିଛନ୍ତି ବ୍ୟାଙ୍କ ଖାତାରେ ଯେଉଁ ମାନଙ୍କ eKYC ହୋଇଛି ସେମାନେ ସମସ୍ତେ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ବକେୟା ଭତ୍ତା ପାଇବେ। ମାସିକ ଭତ୍ତାକୁ ତ୍ରୟୋମାସିକରେ ପରିଣତ ହେବାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁନହାନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri