ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ମଧ୍ୟରେ ଜୋର୍ଦାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜୟ ଲାଭ ପରେ ଏହି ନେତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାହାନାରେ ପରୋକ୍ଷରେ ମନ୍ତ୍ରୀପଦ ପାଇଁ ଦାବିଦାର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଇଶାରା କରିଛନ୍ତି। ତେବେ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଆଜି ମଧ୍ୟରାତ୍ର କିମ୍ବା ବୁଧବାର ବଡ଼ିଭୋରରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଫୋନ ମାଧ୍ୟମରେ ଜଣାଇ ଦିଆଯିବ। ମନ୍ତ୍ରୀ ତାଲିକାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ଗତ ମନ୍ତ୍ରିମଣ୍ଡଳରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନେ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ବିଧାୟକମାନଙ୍କର କାର୍ଯ୍ୟ ଦକ୍ଷତା, ଚରିତ୍ର ପଞ୍ଜିକା, ବିଜୟ ବ୍ୟବଧାନ ଇତ୍ୟାଦିକୁ ମାନଦଣ୍ଡ ଆକାରରେ ଧରାଯାଇଥିବା କୁହାଯାଉଛି। ତେବେ ନୂଆ ମନ୍ତ୍ରିମଣ୍ଡଳରେ ଅଧାରୁ ଅଧିକ ନୂଆ ମୁହଁକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ମହିିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ ବୋଲି ଚର୍ଚ୍ଚା ହେଉଛି।
ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ
କ୍ରିକେଟ କପ୍: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ
କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...
ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...
ତୃତୀୟ ଟି୨୦ରେ ଭାରତର ଦମ୍ଦାର ବିଜୟ: ୨-୧ରେ ସିରିଜ୍ ଅଗ୍ରଣୀ
ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍ ବାକି...
ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର
ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...
ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...
୧୧୭ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ୧୧୭ ରନ୍ରେ ଅଲ୍ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍ର...
Archives


