ମନ୍ତ୍ରଣାର କେନ୍ଦ୍ର ଥିଲା ଗଙ୍ଗାମାତା ମଠ ସୁଡ଼ଙ୍ଗ: ଏବେ ଶ୍ରଦ୍ଧାଳୁଙ୍କ ପାଇଁ ପାଲଟିଛି ଦର୍ଶନୀୟ ସ୍ଥାନ

ପୁରୀ ଅଫିସ, ୧୬।୨: ଗଙ୍ଗାମାତା ମଠ ସୁଡ଼ଙ୍ଗ। ଏକଦା ଏହି ସୁଡ଼ଙ୍ଗ ଥିଲା ମନ୍ତ୍ରଣାର କେନ୍ଦ୍ର। ଶ୍ରୀମନ୍ଦିର ଉପରେ ହେଉଥିବା ଆକ୍ରମଣରୁ କିପରି ମହାପ୍ରଭୁଙ୍କୁ ରକ୍ଷା କରାଯାଇପାରିବ ସେ ନେଇ ଏହା ମଧ୍ୟରେ ବିଚାର ବିମର୍ଶ କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ସୁଡ଼ଙ୍ଗ ବିଷୟରେ ଏତେଟା ଚର୍ଚ୍ଚା ନ ଥିଲା। ୨୦୧୧ ନଭେମ୍ବର ୨୨ରେ ଧରିତ୍ରୀରେ ଏହି ସୁଡ଼ଙ୍ଗ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହାକୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସେବେଠାରୁ ଏହି ସୁଡ଼ଙ୍ଗକୁ ଦେଖିବା ଲାଗି ଗଙ୍ଗାମାତା ମଠକୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିଲା। ସୁଡ଼ଙ୍ଗର ସ୍ଥିତି ଏବେ କେମିତି ରହିଛି ତାହା କିଛି ସ୍ପଷ୍ଟ ନ ଥିବାବେଳେ ଶ୍ରଦ୍ଧାଳୁମାନେ ଏହାର ପ୍ରବେଶ ପଥକୁ ଦେଖି ହିଁ ଫେରୁଛନ୍ତି।

ସୁଡ଼ଙ୍ଗ ସଂକ୍ରାନ୍ତରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଗଙ୍ଗାମାତା ମଠରେ ରହିଥିବା ସୁଡ଼ଙ୍ଗ ‘ମନ୍ତ୍ରଣା ସୁଡ଼ଙ୍ଗ’ ଭାବେ ପରିଚିତ ଥିଲା। ହାରାହାରି ୬୫୦ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ଉପରେ ହୋଇଥିବା ଆକ୍ରମଣର ଏହା ହେଉଛି ମୂକସାକ୍ଷୀ। ଜନଶ୍ରୁତି ରହିଛି, ଏହି ସୁଡ଼ଙ୍ଗ ଦେଇ ମହାପ୍ରଭୁଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ ହେବ। କିନ୍ତୁ ଏହାର ସତ୍ୟତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହା କେବଳ ଯିବା ଆସିବାର ରାସ୍ତା ନ ଥିଲା ବରଂ ଶ୍ରୀମନ୍ଦିର ଉପରେ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ରକ୍ଷା କରିବା ପାଇଁ ବିଚାର ମନ୍ତ୍ରଣାର ଏକ କେନ୍ଦ୍ର ଥିଲା। ୧୬୪୭ ମସିହା ପରେ ମୋଗଲମାନଙ୍କର ଶ୍ରୀମନ୍ଦିର ଉପରେ ଘନ ଘନ ଆକ୍ରମଣ ସମୟରେ ରାଜ କର୍ମଚାରୀ, ରାଜଗୁରୁ ଓ ସେବକମାନେ ଏହାର ମୁକାବିଲା କରିବା ପାଇଁ ଏଠାରେ ମନ୍ତ୍ରଣା କରୁଥିଲେ। ଗଜପତି ନରସିଂହ ଦେବଙ୍କୁ ବାଲି ନଅରରେ ମୋଗଲମାନେ ହତ୍ୟା କରିବା ପରେ ଏହି ସୁଡ଼ଙ୍ଗ ଗୁରୁତ୍ୱ ହରାଇଥିଲା। ଏହା ଓଡ଼ିଶା ଇତିହାସ ପାଇଁ ବହୁ ଗୁରୁତ୍ୱ ବହନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର ହୋଇପାରିନାହିଁ। ୧୮୦୪-୦୫ ମସିହାରେ ବ୍ରିଟିଶମାନଙ୍କ ଆକ୍ରମଣ ବେଳେ ଜୟୀ ରାଜଗୁରୁ ମଧ୍ୟ ଏହି ସୁଡ଼ଙ୍ଗରେ ମନ୍ତ୍ରଣା କରିଥିବା ପ୍ରମାଣ ରହିଛି। ତାଙ୍କ ନିଜ ହାତ ଲେଖା ଚିଠି ଏହି ମଠରୁ ଉଦ୍ଧାର କରାଯାଇଥିଲା ବୋଲି ଡ. ମିଶ୍ର କହିଛନ୍ତି।
୨୦୧୧ରେ ଧରିତ୍ରୀରେ ଏହି ସୁଡ଼ଙ୍ଗ ରହସ୍ୟ ପ୍ରକାଶ ପାଇଥିଲା। ଏହାପରେ ସେହିବର୍ଷ ଡିସେମ୍ବର ୧ରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଠର ଐତିହାସିକ ସୁଡ଼ଙ୍ଗକୁ ଏଏସ୍‌ଆଇ ଅନୁଧ୍ୟାନ କରିବ ବୋଲି ବିବୃତି ରଖିଥିଲେ। ସେତେବେଳେ ଏଏସ୍‌ଆଇକୁ ମଧ୍ୟ ଚିଠି ଲେଖାଯାଇଥିଲା। ୨-୩ ଦିନ ମଧ୍ୟରେ ଏହା ଯାଞ୍ଚ ହେବ ବୋଲି ତତ୍କାଳୀନ ଜିଲା ସଂସ୍କୃତି ଅଧିକାରୀ ବି କହିଥିଲେ। ଏ ସଂକ୍ରାନ୍ତରେ ମଠରେ କୌଣସି ତଥ୍ୟ ନ ଥିବାବେଳେ ସେବେଠାରୁ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲଟି ଯାଇଛି। ପ୍ରତିଦିନ ଶ୍ରଦ୍ଧାଳୁମାନେ ମଠକୁ ଯାଇ ଏହି ସୁଡ଼ଙ୍ଗ ପରିଦର୍ଶନ କରୁଛନ୍ତି। ଇସ୍କନ ଶ୍ରଦ୍ଧାଳୁ ବି ଏହି ମଠକୁ ଯାତାୟାତ କରିଥାନ୍ତି। କିଛିଦିନ ତଳେ କେତେଜଣ ବିଦେଶୀ ଭକ୍ତ ଏହି ସୁଡ଼ଙ୍ଗକୁ ଯାଇ ଉଠାଇଥିବା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସୁଡ଼ଙ୍ଗ ଶ୍ରୀମନ୍ଦିରକୁ ସଂଯୋଗ ଥିବା ଜନଶ୍ରୁତି ଥିବାରୁ ବଡ଼ଦେଉଳର ସୁରକ୍ଷାକୁ ନେଇ ବି ପ୍ରଶ୍ନ ଉଠିଛି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ସେ କହିଛନ୍ତି, ଶ୍ରୀମନ୍ଦିର ସହ କୌଣସି ସୁଡ଼ଙ୍ଗ ସଂଯୋଗ ନାହିଁ। ତେବେ ଗଙ୍ଗାମାତା ମଠରେ ଥିବା ସୁଡ଼ଙ୍ଗ ପ୍ରକୃତରେ କେଉଁଠିକୁ ଏବଂ କେତେଦୂର ଯାଇଛି ତାହାର ଅନୁସନ୍ଧାନ କଲେ ହିଁ ଜଣାପଡ଼ିବ। ଦରକାର ପଡ଼ିିଲେ ଏ ନେଇ ଏଏସ୍‌ଆଇର ମଧ୍ୟ ସହଯୋଗ ନିଆଯାଇପାରିବ ବୋଲି ଉନ୍ନୟନ ପ୍ରଶାସକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri