ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ଏପରିକି ଘଟଣା ପରେ ତିନୋଟି ସ୍ବତନ୍ତ୍ର ଟିମ ମିଳିଥିବା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଚଳାଇଛନ୍ତି। ହେଲେ ଏବେସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ।
ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ କହିଛନ୍ତି, ମନୋଜ ହତ୍ୟା ଘଟଣା ଏତଲାରେ ଦର୍ଶାଯାଇଥିବା ୭ ଅଭିଯୁକ୍ତଙ୍କ ନାମରେ ପୋଲିସ ଏବେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଏରୋଡ୍ରମ ଓ ବିଭିନ୍ନ ରେଳଷ୍ଟେଶନ, ବସ୍ଷ୍ଟାଣ୍ଡରେ ଏହି ସର୍କୁଲାର ଲଗାଇଛି। ଯେପରିକି ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଯାଇ ନ ପାରନ୍ତି ସେ ଦିଗରେ ପୋଲିସ ସତର୍କ ଦୃଷ୍ଟି ଦେଇଛି। ସେହିପରି ଅଭିଯୁକ୍ତମାନେ ଆସିକା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନଁାରେ ଥିବା ଆସିକା ଓ ବ୍ରହ୍ମପୁରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପୋଲିସ ସୁପାରିସ କରିଛି। ଘଟଣା ବେଳେ ମନୋଜଙ୍କ କାରରେ ବସିଥିବା ଅନିଲ ସ୍ବାଇଁ ଘର କାମ କରୁଥିବା ବଳରାମ ମହାନ୍ତି ଓ ଡ୍ରାଇଭର ସୁଶାନ୍ତ କୁମାର ସ୍ବାଇଁଙ୍କୁ ପୃଥକ ପୃଥକ୍ ଭାବେ ଥାନାରେ ରଖି ଜେରା କରୁଛି। ସେହିପରି ଘଟଣା ପରେ ଦୁର୍ବୃତ୍ତମାନେ ଇଚ୍ଛାପୁର ଅଭିମୁଖେ ଚମ୍ପଟ ମାରିବା ବେଳେ ତାଙ୍କ ବାଇକ୍ (ନଂ ଓଡି୩୨ଏ୨୮୭୪) ଗୋଳନ୍ଥରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍ ଛାଡ଼ି ସେମାନେ ଚମ୍ପଟ ମାରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଖବର ପାଇ ଏକ ଟିମ୍ ଗତ ଦୁଇଦିନ ଧରି ଭୁବନେଶ୍ୱରରେ ଡ଼େରା ପକାଇଥିଲା। ହେଲେ ଦୁର୍ବୃତ୍ତଙ୍କ କୌଣସି ଖୋଜ୍ ଖବର ନ ପାଇ ଶେଷରେ ବ୍ରହ୍ମପୁର ଫେରିଥିବା ଜଣାପଡ଼ିଛି। ପୋଲିସ ଏବେ ମନୋଜ ଚଳାଇଥିବା ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ରାଜନୈତିକ ଶତ୍ରୁତାକୁ ନେଇ ହୋଇଛି ସେ ଦିଗରେ ଖୋଳତାଡ଼ ଆରମ୍ଭ କରିଛି ।
ଏନେଇ ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ପଚାରିବାରୁ ପୋଲିସ ଏହି ସ୍ପର୍ଶକାତର ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି । ଗଠିତ ହୋଇଥିବା ତିନୋଟି ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସେ କହିଛନ୍ତି। ଅନ୍ୟପଟେ ଗତ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହିତ କାରରେ ଫେରୁଥିବା ତାଙ୍କ ଡ୍ରାଇଭର ସମେତ ଆହତ ଅନିଲ ଓ ବଳରାମଙ୍କ ମୋବାଇଲ ଫୋନଗୁଡ଼ିକ ଜବତ କରି ଟ୍ରାକିଂ କରୁଥିବା ମଧ୍ୟ ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ମନୋଜଙ୍କୁ ହତ୍ୟା କରିବା ପାଇଁ ଜେଲରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏପରିକି ଘଟଣାଦିନ ଅପରାଧୀମାନେ ମନୋଜଙ୍କୁ ହତ୍ୟା କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଖଲ୍ଲିକୋଟ ଓ ଛତ୍ରପୁର ଏପରି ୪ଟି ସ୍ଥାନରେ ଟାର୍ଗେଟ କରିଥିଲେ ।
ହେଲେ ମନୋଜ ଉପରୋକ୍ତ ସ୍ଥାନଗୁଡିକରେ ଦୁର୍ବୃତ୍ତଙ୍କ ଟାର୍ଗେଟର ଶିକାର ହୋଇ ନ ଥିବା ବେଳେ ଶେଷରେ ୧୬ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ ନିକଟ ଇସ୍କନ ମନ୍ଦିର ସମ୍ମୁଖରେ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ମନୋଜଙ୍କ ମୃତ୍ୟୁ ଘଟିଥିଲା ।
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର
ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...
ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...
Archives


