ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ା ସେ ହେଲେ ଆସିକାର ଭାଲୁ ଓରଫ ଭଗବାନ ସାହୁ ା ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି। ବ୍ରହ୍ମପୁର ପୋଲିସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କ ନଁାରେ ପୂର୍ବରୁ ଜାମିନିବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲା। ଭାଲୁ ପୋଲିସ ନିକଟରେ ହାଜର ନ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ଏସ୍‌ଡିପିଓ ପତି ସୂଚନା ଦେଇଥିଲେ।
ପୂର୍ବ ଶତ୍ରୁତାକୁ ନେଇ ଭାଲୁ ହିଁ ମନୋଜଙ୍କୁ ହତ୍ୟା କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ସୁଲତାନ ଓରଫ ସୁନୀଲ ନାୟକଙ୍କ ସହାୟତାରେ ୫ ମାସ ପୂର୍ବରୁ ଭୁବନେଶ୍ୱରରେ ଏକ ଘର ଭଡ଼ା ନେଇ ମନୋଜଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଶେଷରେ ମେ ୨୨ ତାରିଖ ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବିଏନ୍‌ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ୧୬ନଂ. ଜାତୀୟ ରାଜପଥରେ ମନୋଜଙ୍କୁ ଟାର୍ଗେଟ କରି ଗୁଳି କରିବା ସହ ଗଳାକାଟି ହତ୍ୟା କରିଥିଲେ। ପୋଲିସ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁଲତାନଙ୍କ ସମେତ ୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଗିରଫ କରିଥିଲା। ପୂର୍ବରୁ ମେ ୩୧ ତାରିଖରେ ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାୟକ ଓ ହୃଷୀକେଶ ପାତ୍ର ଆନ୍ଧ୍ରପ୍ରଦେଶକୁ ପଳାଉଥିବା ବେଳେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିଲେ। ଏଥିପୂର୍ବରୁ ପୋଲିସ ଚିହ୍ନଟ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିିବା ସହ ସମସ୍ତଙ୍କ ନଁାରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା। ବ୍ରହ୍ମପୁର ପୋଲିସର ଦୁଇଟି ଟିମ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଚଢ଼ାଉ କରିଥିଲା। ଗୋଟିଏ ଟିମ୍‌ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁଲତାନଙ୍କୁ ବାଲୁଗଁା ରେଳ ଷ୍ଟେଶନରୁ ଗିରଫ କରିଥିଲା। ସେହିପରି ଅନ୍ୟ ଏକ ଟିମ୍‌ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରୁ ଆନନ୍ଦ ସ୍ବାଇଁ, ଶଙ୍କର ରାଉତ, ଶିବରାମ ବେହେରା ଓ କାର୍ତ୍ତିକ ନାହାକଙ୍କୁ ଗିରଫ କରି ଗତ ୫ ତାରିଖରେ କୋର୍ଟଚାଲାଣ କରିଥିଲା। ମେ ୩୧ ତାରିଖ ଏନ୍‌କାଉଣ୍ଟରରେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ହେଉଥିବା ହୃଷୀକେଶ ସୁସ୍ଥ ହେବା ପରେ ଗତ ୧୦ ତାରିଖରେ ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ଏନ୍‌କାଉଣ୍ଟରରେ ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ଅନ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାହାକଙ୍କୁ ବିଏନ୍‌ପୁର ପୋଲିସ ପୂର୍ବରୁ କୋର୍ଟଚାଲାଣ କରିଥିଲା ।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାରୁ ମନୋଜ ଭାଲୁଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ଭାଲୁ ଭାଇ ହତ୍ୟାର ପ୍ରତିଶୋଧ ନେଇଥିଲେ ବୋଲି ଗତ ୫ ତାରିଖରେ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri