ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ା ସେ ହେଲେ ଆସିକାର ଭାଲୁ ଓରଫ ଭଗବାନ ସାହୁ ା ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି। ବ୍ରହ୍ମପୁର ପୋଲିସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କ ନଁାରେ ପୂର୍ବରୁ ଜାମିନିବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲା। ଭାଲୁ ପୋଲିସ ନିକଟରେ ହାଜର ନ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ଏସ୍‌ଡିପିଓ ପତି ସୂଚନା ଦେଇଥିଲେ।
ପୂର୍ବ ଶତ୍ରୁତାକୁ ନେଇ ଭାଲୁ ହିଁ ମନୋଜଙ୍କୁ ହତ୍ୟା କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ସୁଲତାନ ଓରଫ ସୁନୀଲ ନାୟକଙ୍କ ସହାୟତାରେ ୫ ମାସ ପୂର୍ବରୁ ଭୁବନେଶ୍ୱରରେ ଏକ ଘର ଭଡ଼ା ନେଇ ମନୋଜଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଶେଷରେ ମେ ୨୨ ତାରିଖ ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବିଏନ୍‌ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ୧୬ନଂ. ଜାତୀୟ ରାଜପଥରେ ମନୋଜଙ୍କୁ ଟାର୍ଗେଟ କରି ଗୁଳି କରିବା ସହ ଗଳାକାଟି ହତ୍ୟା କରିଥିଲେ। ପୋଲିସ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁଲତାନଙ୍କ ସମେତ ୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଗିରଫ କରିଥିଲା। ପୂର୍ବରୁ ମେ ୩୧ ତାରିଖରେ ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାୟକ ଓ ହୃଷୀକେଶ ପାତ୍ର ଆନ୍ଧ୍ରପ୍ରଦେଶକୁ ପଳାଉଥିବା ବେଳେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିଲେ। ଏଥିପୂର୍ବରୁ ପୋଲିସ ଚିହ୍ନଟ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିିବା ସହ ସମସ୍ତଙ୍କ ନଁାରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା। ବ୍ରହ୍ମପୁର ପୋଲିସର ଦୁଇଟି ଟିମ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଚଢ଼ାଉ କରିଥିଲା। ଗୋଟିଏ ଟିମ୍‌ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁଲତାନଙ୍କୁ ବାଲୁଗଁା ରେଳ ଷ୍ଟେଶନରୁ ଗିରଫ କରିଥିଲା। ସେହିପରି ଅନ୍ୟ ଏକ ଟିମ୍‌ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରୁ ଆନନ୍ଦ ସ୍ବାଇଁ, ଶଙ୍କର ରାଉତ, ଶିବରାମ ବେହେରା ଓ କାର୍ତ୍ତିକ ନାହାକଙ୍କୁ ଗିରଫ କରି ଗତ ୫ ତାରିଖରେ କୋର୍ଟଚାଲାଣ କରିଥିଲା। ମେ ୩୧ ତାରିଖ ଏନ୍‌କାଉଣ୍ଟରରେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ହେଉଥିବା ହୃଷୀକେଶ ସୁସ୍ଥ ହେବା ପରେ ଗତ ୧୦ ତାରିଖରେ ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ଏନ୍‌କାଉଣ୍ଟରରେ ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ଅନ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାହାକଙ୍କୁ ବିଏନ୍‌ପୁର ପୋଲିସ ପୂର୍ବରୁ କୋର୍ଟଚାଲାଣ କରିଥିଲା ।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାରୁ ମନୋଜ ଭାଲୁଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ଭାଲୁ ଭାଇ ହତ୍ୟାର ପ୍ରତିଶୋଧ ନେଇଥିଲେ ବୋଲି ଗତ ୫ ତାରିଖରେ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri