Posted inଜାତୀୟ

ମନମୋହନ-ନଡ୍ଡା ମୁହାଁମୁହିଁ

ନୂଆଦିଲ୍ଲୀ, ୨୩ା୬: ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଚାଇନାକୁ ନିର୍ବିରୋଧରେ ଭାରତୀୟ ଭୂଖଣ୍ଡର ୪୩ ହଜାର କି.ମି. ସମର୍ପଣ କରାଯାଇଥିଲା ବୋଲି ଭାଜପା ଅଧ୍ୟକ୍ଷ ଜେ. ପି. ନଡ୍ଡା ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଓ ଆଞ୍ଚଳିକ ସଂହତିକୁ ନେଇ କଂଗ୍ରେସ ଏଭଳି ଖେଳ ଖେଳିବା ବନ୍ଦ କରୁ ବୋଲି ସେ ସମାଲୋଚନା କରି କହିଛନ୍ତି। ପ୍ରକାଶଥାଉ କି, ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଯବାନ ଶହୀଦ ହେବା ଓ ଏଭଳି ସ୍ଥିତି ଲାଗି ଚାଇନା ଭାରତକୁ ଦୋଷଦେଇ ଗଲ୍‌ଓ୍ବାନ୍‌କୁ ନିଜର ବୋଲି ଦାବି କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦି ଇଞ୍ଚେ ଜାଗା ଛଡ଼ାଯିବ ନାହିଁ ବୋଲି କହିବା ପରେ ମନମୋହନ ପ୍ରତିକ୍ରିୟାରେ ୨୦ ଯବାନ ପ୍ରାଣ ହରାଇବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ଚାଇନାର ଅନୁପ୍ରବେଶ ସମ୍ପର୍କରେ ସୂଚନା ଦିଆ ନ ଯିବା କେବଳ ବିଫଳ କୂଟନୀତି କିମ୍ବା ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଉନି ବରଂ ଏହା ଶହୀଦ ଯବାନଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ମନମୋହନ କହିଥିଲେ। ମୋଦି ନିଜେ ଦେଇଥିବା କଥା ରଖନ୍ତୁ ବୋଲି ମନମୋହନ କହିଥିଲେ।
ନଡ୍ଡା ଏହାପରେ ୨୦୧୦ରୁ ୨୦୧୩ ମଧ୍ୟରେ ମନମୋହନଙ୍କ ନେତୃତ୍ୱ ବେଳେ ଚାଇନା ୬୦୦ ଥର ଅନୁପ୍ରବେଶ କରିଥିଲା ବୋଲି ସମାଲୋଚନା କରି କହିଛନ୍ତି। କଂଗ୍ରେସ ଏଭଳି ମୁହୂର୍ତ୍ତରେ ରାଜନୀତି କରିବା ଠିକ୍‌ନୁହେଁ। ଏହା ସେନାର ମନୋବଳକୁ ଆଘାତ ପହଞ୍ଚାଇବ ବୋଲି ନଡ୍ଡା ପ୍ରକାଶ କରିଛନ୍ତି। ପୂର୍ବରୁ ୨୦୧୯ରେ ବାଲାକୋଟ, ୨୦୧୭ରେ ଉରି ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ କଂଗ୍ରେସ ପ୍ରମାଣ ମାଗି ପରିସ୍ଥିତିକୁ ଗୋଳମାଳିକା କରିବାକୁ ଚେଷ୍ଟା କରିଥିଲା ବୋଲି ସେ ଅଭିଯୋଗ କରି କହିଛନ୍ତି।
ନଡ୍ଡାଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୁର୍‌ଜଓ୍ବୋଲା ଜାତୀୟ ସୁରକ୍ଷା ସହ ସାଲିସ୍‌ କରିବା ବନ୍ଦ ହେଉ ଓ ଶହୀଦ ଯବାନଙ୍କ ବଳିଦାନ ବେକାର ନ ଯାଉ ବୋଲି ଭାଜପାକୁ ସମାଲୋଚନା କରି କହିଛନ୍ତି। ଆମେ ସରକାରଙ୍କ ସହ ରହିଛୁ, ଚାଇନାକୁ ମୁହଁତୋଡ଼ ଜବାବ ଦିଆଯାଉ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri