ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ ଦୃଷ୍ଟିରୁ ପରିବର୍ତ୍ତିତ ହୋଇଥାନ୍ତି। ବିଭିନ୍ନ ସମୟରେ ମନୁଷ୍ୟ ନିଜର ରଙ୍ଗ ବଦଳାଇଥାଏ। ବୁଧବାର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନ୍ନପୂର୍ଣ୍ଣ ଥିଏଟର ଏ ଗ୍ରୁପର କଳାକାରମାନଙ୍କ ଦ୍ୱାରା ପରିବେଷିତ ନାଟକ ଥିଲା ରଙ୍ଗ ବଦଳେ। ଦୀର୍ଘଦିନର ନୀରବତା ପରେ ଏ ଗ୍ରୁପର ବର୍ଷୀୟାନ କଳାକାରଙ୍କୁ ନେଇ ପରିବେଷିତ ଏହି ନାଟକରେ ସମାଜର ବାସ୍ତବତା ପ୍ରତିଫଳନ ହୋଇଥିଲା। ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଶା ଥାଏ, ଦିନେ ନା ଦିନେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ। ଦାରିଦ୍ର୍ୟ ତଳେ ନିଷ୍ପେଶିତ, ଅବହେଳିତ, ଲାଞ୍ଚତ୍ତ ପରିବାର ମଧ୍ୟ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି। ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମଣିଷ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାଏ। ସମାଜରେ କିଏ ଗରିବ, ତ କିଏ ଧନୀ ବ୍ୟକ୍ତି ରହିଛନ୍ତି। ତ ପୁଣି କିଏ ରାସ୍ତାକଡ଼ରେ ନିଜର ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତେବେ ସମସ୍ତେ ସମୟାନୁସାରେ କିପରି ନିଜ ରଙ୍ଗ ପରିବର୍ତ୍ତନ କରିଥାନ୍ତି କଳାକାରମାନେ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ। ବିଭିନ୍ନ ଭୂମିକାରେ ଲକ୍ଷ୍ମୀଧର ମଲ୍ଲିକ, ଲକ୍ଷ୍ମୀପ୍ରିୟା ମିଶ୍ର, ମନୋରମା ମହାନ୍ତି, ରାନି ମଲ୍ଲିକ, କାଳୁଚରଣ ଦାଶ, ନିରଞ୍ଜନ ସାମନ୍ତରାଏ, ବିକାଶ ଦତ୍ତ, ସ୍ନେହଲତା ସାମଲ, ରାମକୃଷ୍ଣ ମହାପାତ୍ର, ବିରଞ୍ଚତ୍ ଜଗଦ୍ଦେବ, ଅହଲ୍ୟା ପଟ୍ଟନାୟକ, ରୁପଲତା ମହାନ୍ତି, କାମେଶ୍ୱର ମିଶ୍ର, ସ୍ବପ୍ନା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏହି ନାଟକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ମୁଖ୍ୟଅତିଥି, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରସନ୍ନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ସମୀର ଶତପଥୀ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri