ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ ନାତିନାତୁଣୀଙ୍କ ସହିତ ଖେଳକୁଦ କରୁଛନ୍ତି। ସେମାନେ ବୟସରେ ବୃଦ୍ଧ କିନ୍ତୁ କାମରେ ଆଜିକାର ଯୁବକଙ୍କଠାରୁ ବହୁ ଆଗରେ ା ବ୍ୟକ୍ତି ୨ଜଣ ହେଲେ ଶ୍ୟାମସୁନ୍ଦର ବାରିକ (୮୫) ଓ ବାସୁଦେବ ମଲ୍ଲିକ ( ୬୮)। କେନ୍ଦୁଝର ସହରର ମୁଖ୍ୟ ବଜାରରେ ଉଭୟଙ୍କ ଦୋକାନ ରହିଛି। ଶ୍ୟାମଙ୍କର ଏକ ସେଲୁନ ଥିବାବେଳେ ବାସୁଦେବଙ୍କର ପାନ ଦୋକାନ ଖଣ୍ଡିଏ ଅଛି। ଦୁଇଟି ଯାକ ଦୋକାନ ବହୁ ପୁରୁଣା ହୋଇଥିବାରୁ ସେହି ଅଞ୍ଚଳରେ ସମସ୍ତେ ସେମାନଙ୍କୁ ଜାଣନ୍ତି। ଦୁଇ ଜଣଙ୍କ ମଧ୍ୟରେ ରହିଛି ପୁରୁଣା ବନ୍ଧୁତ୍ୱ। ଏଣୁ କାମ ସହିତ ଦୁଇ ଜଣଙ୍କ ମଧ୍ୟରେ ଥଟ୍ଟାମଜା ଏବଂ ଅନ୍ୟମାନଙ୍କ ସହିତ ସୁସମ୍ପର୍କ ସେମାନଙ୍କୁ ଭିନ୍ନ ପରିଚୟ ଦେଇଛି ା
ଶ୍ୟାମ ହେଉଛନ୍ତି କେନ୍ଦୁଝର ସହରର ପ୍ରଥମ ସେଲୁନ ଦୋକାନୀ ା କୋଲକାତାରୁ ଫେରି ଆସି ସେଲୁନ କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଆଗରୁ ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସକୁ ଯାଇ ଚୁଟି କାଟିବା, ବଡବଡ ସରକାରୀ ବାବୁ ତଥା ପ୍ରତିଷ୍ଠିତ ଲୋକଙ୍କ ଘରକୁ ଯାଇ ଚୁଟି କାଟିବା ନିଆରା ଅନୁଭୂତି ରହିଥିବା ଶ୍ୟାମ କହିଛନ୍ତି। ୧୮ ବର୍ଷ ତଳେ ରୋଗାଗ୍ରସ୍ତ କାରଣରୁ ଗୋଡ କାଟିବାକୁ ପଡିଥିଲା ା ଏହା ସତ୍ତ୍ୱେ ଆଶାବାଡି ଧରି ଚୁଟି କାଟିବା ଛାଡି ନାହାନ୍ତି। ଏବେ ତାଙ୍କୁ ୮୫ ବର୍ଷ। ତାଙ୍କର ଉତ୍ତମ ବ୍ୟବହାର ଯୋଗୁ ଚୁଟି କାଟିବା ପାଇଁ ତାଙ୍କ ସେଲୁନକୁ ବହୁ ଲୋକ ଆସିଥାନ୍ତି। ଏଣୁ ଲୋକଙ୍କ ସହିତ ଭାବ ଓ କାମ କରିବାର ଦୃଢ ଆଶା ତାଙ୍କୁ ଏହି ବୟସରେ ତାଙ୍କର ଅନ୍ନପୂର୍ଣା ସେଲୁନକୁ ସ୍ବତନ୍ତ୍ର ପରିଚୟ ଦେଇଛି ା
ସେହିପରି ୧୫ ବର୍ଷ ବୟସରେ ବାଙ୍କୀ ଅଞ୍ଚଳରୁ କେନ୍ଦୁଝର ଚାଲିଆସିଥିବା ବାସୁଦେବ ୧୯୬୬ ମସିହାରୁ ଏଠାରେ ପାନ ଦୋକାନ କରିଛନ୍ତି। ଯାହାକି ନନା ପାନ ଦୋକାନ ଭାବେ ବେଶ୍‌ ପରିଚିତ। ନନା ପାନ ଦୋକାନରୁ ପାନ ଖଣ୍ଡେ ପାଇଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ଥରେ ଖାଇଲେ ଆଉ କେଉଁଠି ଖାଇବାକୁ ଭଲ ଲାଗେ ନାହିଁ। ଏଣୁ ଅନେକେ ପାନ ପାଇଁ ଅପେକ୍ଷା କରନ୍ତି ନଚେତ ବରାଦ ଦେଇ ବିଳମ୍ବରେ ଆସି ନେଇଥାନ୍ତି। ତାଙ୍କର ପାନର ସ୍ବାଦ ଓ ଓଠର ମଧୁର କଥା ଅନେକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ ା ପ୍ରଥମେ ସେ କେନ୍ଦୁଝରରେ ଚାକିରି କରୁଥିଲେ। ଗାଁରେ ଥରେ ସରପଞ୍ଚ ପଦବୀ ଜିତିଥିଲେ ା ତେବେ ପାନ ଦୋକାନ କରି ପରିବାର ଚଳାଇବା ସହ ଲୋକଙ୍କ ସହ ମିଶିବାର ସୁଯୋଗ ତାଙ୍କୁ ବେଶ୍‌ ଖୁସି ଦେଇଛି ା ଏବେ ତାଙ୍କର ଏକମାତ୍ର ପୁଅ ତାଙ୍କୁ ସହାୟତା କରିବା ସହ ନିଜେ କାମ ଶିଖିବାରେ ଲାଗିଛନ୍ତି ବୋଲି ବାସୁଦେବ କହିଛନ୍ତି। ଉଭୟଙ୍କ ଦୈନିକ କାମ ଦେଖି ଅନେକ ଯୁବକ ଆଶ୍ଚର୍ଯ୍ୟ ହେଉଥିବାବେଳେ ଅନେକଙ୍କୁ ରୋଜଗାର କରିବାର ପ୍ରେରଣା ମଧ୍ୟ ଯୋଗାଇଛି ା କାରଣ ବୟସର ଅପରାହ୍ନରେ ଦୁହେଁ କେବେ ଥକି ଯାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri