ମଦମୃତ୍ୟୁକୁ ମାସେ ପୂରିନି: ଅବାଧରେ ଚାଲିଛି ଚୋରାମଦ କାରବାର

ଭଦ୍ରକ ଅଫିସ, ୨୭।୫ – ନିର୍ବାଚନ ସମୟରେ ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚଳହ ସୃଷ୍ଟି କରିଥିଲା। ବିଷାକ୍ତ ମଦପିଇ ପୀରହାଟ ଓ ଚାନ୍ଦବାଲି ଅଞ୍ଚଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ବର୍ତ୍ତମାନ ସୁଦ୍ଧା କେତେଜଣ ମଦମୃତ୍ୟୁରେ ମରିଛନ୍ତି ତାହାର ଠିକ୍‌ ତଥ୍ୟ ଦେଇପାରି ନାହିଁ। ଏଯାଏ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯାଇ ନାହିଁ। ଯେଉଁ ବିଷାକ୍ତ ମଦ ପାଇଁ ୧୦ ପରିବାର ସର୍ବହରା ହୋଇଗଲେ ସେହି ନକଲି ମଦ ଚାଲାଣ ଉପରେ ରୋକ୍‌ ଲଗାଇ ପାରିନାହିଁ ଜିଲା ଅବକାରୀ ବିଭାଗ ଓ ପୋଲିସ। ଏହି ଘଟଣାକୁ ମାସେ ପୂରିନି ଅବାଧରେ ମଦ କାରବାର ଚାଲିଛି। ଦୈନିକ ହଜାର ହଜାର ଲିଟର ମଦ ଜିଲା ବାହାରୁ ଭଦ୍ରକର ବିଭିନ୍ନ କୋଣାନୁକୋଣକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲା ଏବେ ଚୋରାମଦ ବେପାରୀଙ୍କ ଚରାଭୂଇଁ ପାଲଟିଛି।
ଦୈନିକ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ଓ ବିଦେଶୀ ମଦ ଜିଲାକୁ ଅବାଧରେ ଆସୁଛି। ପଡ଼ୋଶୀ ଜିଲାରୁ କମ୍‌ ଟଙ୍କାରେ ଏହି ଜିଲାକୁ ବିଳାସପୂର୍ଣ୍ଣ ଗାଡ଼ିରେ ଏହିସବୁ ମଦ ଆମଦାନୀ ହେଉଛି। ଏଥିପାଇଁ ଜିଲାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଜିଲା ଅବକାରୀ ବିଭାଗର ଉଦାସୀନତା ଓ ସହଭାଗିତାରେ ଏହି କାରବାର ରୀତିମତ ଚାଲିଥିବା କୁହାଯାଉଛି। ଅବକାରୀ ବିଭାଗର କେତେକ ଅଧିକାରୀଙ୍କ ସଲାସୁତୁରାରେ ପଡ଼ୋଶୀ ଜିଲା କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ୱର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ଏଠାକୁ ଆମଦାନୀ କରାଯାଉଛି। ଜାତୀୟ ରାଜପଥ ଦେଇ ପୁରୁଣା ବାଲେଶ୍ୱର ଓ ସୋର ଅଞ୍ଚଳରୁ ରୀତିମତ ଦେଶୀମଦ ବୋଲେରୋ, ଟ୍ରାଭେରା, ଏକ୍ସୟୁଭି ଭଳି ବିଳାସପୂର୍ଣ୍ଣ ଗାଡ଼ିରେ ଭଦ୍ରକର ରାଣୀତାଲ, ଇଚ୍ଛାପୁର, ପୀରହାଟ, ତିହିଡ଼ି, ଚାନ୍ଦବାଲି, ନଛିପୁର, ସାତଭଉଣୀ, ଭଦ୍ରକାଳୀ, ଓଲଙ୍ଗ, ବଣିଅଁା, ଏରେଁଇ, ଗେଲଟିଆ ପ୍ରମୁଖ ଅଞ୍ଚଳକୁ ଅଣାଯାଉଛି। ସେଥିରେ ପାଣି ମିଶାଯାଇ ଚଢ଼ାଦରରେ ବିକ୍ରି କରାଯାଉଛି। ଏପରିକି ବିଭିନ୍ନ ବିଦେଶୀ ବ୍ରାଣ୍ଡେଡ୍‌ ମଦ ନକଲି କରାଯାଇ ଜିଲାକୁ ଚାଲାଣ ହେଉଛି। ସେହିଭଳି କେନ୍ଦୁଝର ଜିଲା ଢେଙ୍କା ଅଞ୍ଚଳରୁ ମଦ ବନ୍ତ-ଆନନ୍ଦପୁର ରାସ୍ତାର ଛେନାପଦୀ ଛକ ଦେଇ ଆଗରାପଡ଼ା ଅଞ୍ଚଳକୁ ଆସୁଛି। ଏହାକୁ ବରପଦା, ଗଣିଜାଙ୍ଗ, କାଦବରାଙ୍ଗ, କାଉପୁର, ରାନ୍ଦିଆ, ବାଲୁଅ, ରାମକୃଷ୍ଣପୁର ଅଞ୍ଚଳରେ ଚୋରାରେ ବିକ୍ରି କରାଯାଉଛି। ପାଣି ପାଉଚ ଭଳି ୩ଟି ପ୍ୟାକେଟକୁ ୧୦୦ ଟଙ୍କାରେ ଅଫରରେ ବିକାଯାଉଛି। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାରୁ ଆରଡ଼ି, ଧାମନଗର ଓ ତିହିଡ଼ି ଅଞ୍ଚଳକୁ ଚୋରା ଚାଲାଣ ହେଉଛି। ଏହି ଅଞ୍ଚଳକୁ ଚୋରାମଦ କାରବାରର ପେଣ୍ଠସ୍ଥଳୀ କୁହାଯାଉଛି। ସବୁ ଜାଣି ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଅବକାରୀ ବିଭାଗର ଚଢ଼ାଉ ଲୋକଦେଖାଣିଆ କେବଳ ଧର୍ମକୁ ଆଖିଠାର ମାରିବା ଭଳି। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ରାହାସ ବିହାରୀ ପାତ୍ରଙ୍କୁ ପଚାରିବାରୁ ଆବଶ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ଉପଯୁକ୍ତ ସୂଚନା ମିଳୁ ନ ଥିବାରୁ ପଡ଼ୋଶୀ ଜିଲାରୁ ଏଠାକୁ ମଦ ଚାଲାଣକୁ ରୋକାଯାଇ ପାରୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri