ମଦମୁକ୍ତି ଅଭିଯାନରେ କାଳିଞ୍ଜି ସମାଜ ସାମିଲ

ବେଗୁନିଆପଡ଼ା,୧୪ା୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ଲକ ଅନ୍ତର୍ଗତ ନୂଆଗଡ଼ କାଳିଞ୍ଜି ସମାଜ ପକ୍ଷରୁ ସଭାପତି ମୁକୁନ୍ଦ ମାଧବ ସ୍ବାଇଁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଉପସଭାପତି ରମେଶ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ଦେବରାଜ ଭୂୟାଁ, ଭ୍ରମରବର ଭୂୟାଁ, ବୁଲା ଜେନା, ରଙ୍କନାଥ ସ୍ବାଇଁ, ପଦ୍ମ ଚରଣ ସ୍ବାଇଁଙ୍କ ନେତୃତ୍ୱରେ ଶାଳବଣସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏଥିପାଇଁ ମହାସମାବେଶ ହୋଇଥିଲା । ପୂର୍ବରୁ ଶାଳବଣକୁ ମଦମୁକ୍ତ ଗ୍ରାମ କରାଯାଇଥିବା ବେଳେ ଏବେ କାଳିଞ୍ଜି ପରିବାର ରହୁଥିବା ସମସ୍ତ ଗ୍ରାମରେ ମଦମୁକ୍ତି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇ ଏହି ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ଶାଳବଣ ଠାରୁ ଏକ ବାଇକ୍‌ ରାଲି ବାହାରି ୪ ପଞ୍ଚାୟତ ଯଥା ଷଣ୍ଢମୂଳ, ତାଳସର, ଅଙ୍ଗାରଗାଁ, କୁମ୍ଭାରଗାଁର ସମସ୍ତ ଗ୍ରାମକୁ ଯାଇଥିଲା। ମଦ କିଭଳି ସମାଜ ଓ ପରିବାର ଉପରେ କୁପ୍ରଭାବ ପକାଉଛି ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ବୈଠକ କରି ମଦ ବର୍ଜନ କରିବାକୁ ଅନୁରୋଧ କରାଯାଇଥିଲା। ସମାବେଶରେ ୫ ୧୦୦୦ରୁ ଅଧିକ ଲୋକ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri