ମଦ ନିଶାର ଚିକିତ୍ସା

”ବାରମ୍ବାର ମଦ ନିଶା ସେବନ ଦ୍ୱାରା ରୋଗୀର ଶାରୀରିକ ଓ ମାନସିକ ସ୍ତରରେ ମଦ ପ୍ରତି ନିର୍ଭରତା ଆସିଯାଏ। ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ସେବନ ବନ୍ଦ ହୋଇଯାଏ, ତେବେ ବ୍ୟକ୍ତିଠାରେ ଅନେକ ଶାରୀରିକ ଓ ମାନସିକ ପ୍ରଭାବ ପଡ଼ିଥାଏ। ଏଗୁଡ଼ିକ ହେଲା ମଦ ପିଇବା ପାଇଁ ମନରେ ଆସକ୍ତି ଭାବ ସୃଷ୍ଟି ହୁଏ, ନିଦ ହୁଏ ନାହିଁ, ହାତ ଗୋଡ଼ ଥରେ, ବ୍ୟସ୍ତ, ବିବ୍ରତ, ଛାନିଆ ଲାଗେ, ଛାତି ଜୋରରେ ଧଡ଼ ଧଡ଼ ହୁଏ, ଅତ୍ୟଧିକ ଝାଳ ବୁହେ ଓ ବାନ୍ତି ହୁଏ।“

ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହିତ ପାରିବାରିକ, ସାମାଜିକ ଜୀବନ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଧୀରେ ଧୀରେ ମଦ ନିଶାର ପ୍ରକୋପ କମିବା ପରିବର୍ତ୍ତେ ବଢ଼ିବାରେ ଲାଗୁଛି। ଏହାର ଅନେକ କାରଣ ଅଛି। ପ୍ରଥମତଃ ମଦ ନିଶା ସେବନ ଶରୀର ଓ ମନ ପ୍ରତି କେତେ ହାନିକାରକ ସେ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ଠିକ୍‌ ଠିକ୍‌ ସୂଚନାର ଅଭାବ ରହିଛି। ଏହାଛଡ଼ା ମଦ ନିଶା ଛାଡ଼ିବା ପାଇଁ ଦରକାର ପଡ଼ୁଥିବା ଉଚିତ ଚିକିତ୍ସା ରୋଗୀମାନେ ସହଜରେ ପାଇ ପାରୁନାହାନ୍ତି। ଅନେକ ଲୋକ ମଦ ନିଶା କରିବାକୁ ଏକ ବ୍ୟବହାରିକ ସମସ୍ୟା ବୋଲି ଭାବିଥାନ୍ତି। ମାତ୍ର ବୈଜ୍ଞାନିକମାନଙ୍କ ମତରେ ଏହା ଏକା ରୋଗ । ତେଣୁ ଏହାର ଠିକ୍‌ ଚିକିତ୍ସା କରିବା ଜରୁରୀ। ବିଗତ କିଛିବର୍ଷ ମଧ୍ୟରେ ମଦ ନିଶାର ଚିକିତ୍ସା ନିମନ୍ତେ ଆଧୁନିକ ଓ ଉନ୍ନତ ପଦ୍ଧତି ମାନ ବ୍ୟବହାର କରାଗଲାଣି, ଯାହାଫଳରେ ଅନେକ ରୋଗୀ ମଦ ନିଶାର ଜାଲରୁ ମୁକ୍ତି ପାଇପାରୁଛନ୍ତି।
ଦେଶରେ ହାରାହାରି ୨୦ ପ୍ରତିଶତ ଲୋକ ମଦ ନିଶା ଉପରେ ନିର୍ଭରଶୀଳ। ଯୁବଗୋଷ୍ଠୀମାନେ ବୟସ୍କ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ମଦ ସେବନ କରିଥାନ୍ତି। ମଦ ନିଶା ସାଧାରଣତଃ ଅଳ୍ପ ମାତ୍ରାରୁ ଆରମ୍ଭ ହୋଇଥାଏ। ଧୀରେ ଧୀରେ ମଦର ମାତ୍ରା ବଢ଼ିବାରେ ଲାଗିଥାଏ ଏବଂ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ପରେ ନିଶା ଛାଡ଼ିବାରୁ ବ୍ୟକ୍ତି ପାଇଁ କଷ୍ଟକର ହୋଇଥାଏ। ଯେଉଁମାନେ ଜୀବନର ସାମାନ୍ୟ ଅସୁବିଧାରେ ନିରାଶ ହୋଇଯାଆନ୍ତି ଓ ଭାଙ୍ଗିପଡ଼ନ୍ତି ସେମାନେ ମଦ ନିଶା କରିବାର ଅଧିକ ସମ୍ଭାବନା ଥାଏ। ଅନେକ ଲୋକ କୁସଙ୍ଗରେ ମଧ୍ୟ ପଡ଼ି ନିଶା ସେବନ ଆରମ୍ଭ କରିଥାନ୍ତି। ଗବେଷଣାରୁ ଜଣାପଡ଼ିଛି ଯେଉଁ ମାତାପିତାମାନେ ମଦ ନିଶା ସେବନ କରିଥାନ୍ତି ସେମାନଙ୍କର ପିଲାମାନେ ମଧ୍ୟ ମଦ ସେବନ କରିବାର ଅଧିକ ସମ୍ଭାବନା ଥାଏ। ଏଥିନିମନ୍ତେ ଜିନ୍‌ଗତ ଓ ପାରିପାର୍ଶ୍ୱିକ କାରଣ ଉଭୟ ଦାୟୀ ।
ସ୍ବାସ୍ଥ୍ୟ ଉପରେ ମଦ ନିଶାର କୁପ୍ରଭାବ
ବାରମ୍ବାର ମଦ ନିଶା ସେବନ ଦ୍ୱାରା ରୋଗୀର ଶାରୀରିକ ଓ ମାନସିକ ସ୍ତରରେ ମଦ ପ୍ରତି ନିର୍ଭରତା ଆସିଯାଏ। ଯଦି କୌଣସି କାରଣରୁ ନିଶାଦ୍ରବ୍ୟ ସେବନ ବନ୍ଦ ହୋଇଯାଏ, ତେବେ ବ୍ୟକ୍ତିଠାରେ ଅନେକ ଶାରୀରିକ ଓ ମାନସିକ ପ୍ରଭାବ ପଡ଼ିଥାଏ। ଏଗୁଡ଼ିକ ହେଲା ମଦ ପିଇବା ପାଇଁ ମନରେ ଆସକ୍ତି ଭାବ ସୃଷ୍ଟି ହୁଏ, ନିଦ ହୁଏ ନାହିଁ, ହାତ ଗୋଡ଼ ଥରେ, ବ୍ୟସ୍ତ, ବିବ୍ରତ, ଛାନିଆ ଲାଗେ, ଛାତି ଜୋରରେ ଧଡ଼ ଧଡ଼ ହୁଏ, ଅତ୍ୟଧିକ ଝାଳ ବୁହେ ଓ ବାନ୍ତି ହୁଏ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ୩-୪ ଦିନ ପର୍ଯ୍ୟନ୍ତ ଲାଗି ରହେ। ଯେଉଁ ବ୍ୟକ୍ତିମାନେ ଅଧିକ ଦିନ ପର୍ଯ୍ୟନ୍ତ ଓ ଅଧିକ ମାତ୍ରାରେ ମଦ ସେବନ କରୁଥିବେ ଏବଂ ବିନା ଚିକିତ୍ସାରେ ହଠାତ ମଦ ପିଇବା ବନ୍ଦ କରିଦିଅନ୍ତି, ସେମାନଙ୍କଠାରେ କେତେକ ଗମ୍ଭୀର ଲକ୍ଷଣମାନ ଦେଖାଯାଇଥାଏ। ଏଗୁଡ଼ିକ ହେଲା ବାତ ମାରିବା, ଦେହ ଜୋରରେ ଥରିବା, କାନରେ ଶୂନ୍ୟବାଣୀ ହେବା, ନ ଥିବା ବସ୍ତୁ ଦେଖାଯିବା, ସ୍ଥାନ, କାଳ ଓ ପାତ୍ରର ଜ୍ଞାନ ନ ରହିବା ଆଦି। ବେଳେବେଳେ ଏଥିରେ ବ୍ୟକ୍ତିର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଥାଏ।
ଦିନ ପର୍ଯ୍ୟନ୍ତ ମଦ ସେବନ କଲେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଇଥାଏ। ଏଗୁଡ଼ିକ ହେଲା ଯକୃତ ଜନିତ ରୋଗ (ଜଣ୍ଡିସ, ସିରୋସିସ), ପାନକ୍ରିୟାଜ ଜନିତ ରୋଗ, ବିଭିନ୍ନ କ୍ୟାନସର (ଯକୃତ୍‌, ପାକସ୍ଥଳୀ କ୍ୟାନସର), ବିଭିନ୍ନ ସ୍ନାୟୁ ଜନିତ ସମସ୍ୟା ଯଥା ଗୋଡ଼ ହାତ ଦୁର୍ବଳ ହୋଇଯିବା ଓ ଛୁଞ୍ଚି ଫୋଡ଼ି ହୋଇଗଲା ଭଳି ଲାଗିବା ଓ ମାଂସପେଶୀ ଦୁର୍ବଳ ହୋଇଯିବା ଆଦି। ମଦ ସେବନ ଯୋଗୁ ବିଭିନ୍ନ ମାନସିକ ସମସ୍ୟା ଯଥା ଅନିଦ୍ରା ରୋଗ, ଡିପ୍ରେସନ, ମାନସିକ ଉନ୍ମାଦ ରୋଗ, ସାଇକୋସିସ ଓ ଏଙ୍ଗଜାଇଟି ଆରମ୍ଭ ହୋଇପାରେ। କେତେକ ଲୋକଙ୍କଠାରେ ମଦ ନିଶା ସେବନ ଯୋଗୁ ଯୌନ ସମସ୍ୟାମାନ ଦେଖାଦେଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ମଦ ସେବନ ଯୋଗୁ ଶରୀରରେ ‘ଥାୟାମିନ’ ନାମକ ଭିଟାମିନର ଅଭାବ ପରିଲକ୍ଷିତ ହୋଇଥାଏ। ଯାହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପଡ଼ିଥାଏ। ଏଥିଯୋଗୁ ରୋଗୀର ସ୍ମରଣଶକ୍ତି ହ୍ରାସ ପାଇଥାଏ। ସେ ସ୍ପଷ୍ଟ ଭାବରେ କଥା ହୋଇପାରେ ନାହିଁ ଓ ସେ ଢଳି ଢଳି କରି ଚାଲିଥାଏ। ଏସବୁ ଲକ୍ଷଣ ଆରମ୍ଭ ହେଲେ ଚିକିତ୍ସା ଦ୍ୱାରା ସୁଫଳ ମିଳିବାର ସମ୍ଭାବନା କମ୍‌ ଥାଏ।
ନିଶା କରିବା ଯୋଗୁ ବ୍ୟକ୍ତିର ପାରିବାରିକ ଓ ସାମାଜିକ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ। ପାରିବାରିକ ଅଶାନ୍ତି, କଳହ, ଘରୋଇ ହିଂସା, ଆର୍ଥିକ ଅନଟନ, ପିଲାମାନଙ୍କ ମାନସିକତା ଉପରେ କୁପ୍ରଭାବ ପଡ଼ିବା ଆଦି ସମସ୍ୟାମାନ ଦେଖାଯାଇଥାଏ।
ଚିକିତ୍ସା: ମଦ ନିଶାର ଚିକିତ୍ସା ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ମଦ ନିଶା କରୁଥିବା ବ୍ୟକ୍ତିଙ୍କର ମାନସିକତା ଅନେକ ପ୍ରକାର ହୋଇଥାଏ। ଏକ ପ୍ରକାରର ଲୋକ ହେଲେ ଯେଉଁମାନେ ମଦର ଦେହ ଉପରେ କୁପ୍ରଭାବ ଜାଣି ମଧ୍ୟ ମଦ ଛାଡ଼ିବାକୁ ଚାହାନ୍ତି ନାହିଁ, ଅନ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ମଦ ଛାଡ଼ିବାକୁ ଚାହାନ୍ତି ମାତ୍ର ମଦ ଛାଡ଼ିଲେ ଯେଉଁ ଯନ୍ତ୍ରଣା ହୁଏ ତାକୁ ସହ୍ୟ କରି ନ ପାରି ନିଶା ସେବନ ଅବ୍ୟାହତ ରଖିଥାନ୍ତି। ଏହାଛଡ଼ା ଅନ୍ୟ କେତେକ ଲୋକ ଅଛନ୍ତି ସେମାନେ କୁସଙ୍ଗରେ ପଡ଼ି ମଦ ସେବନ କରିଥାନ୍ତି ଏବଂ ମଦ ଛାଡ଼ିବାକୁ ଇଚ୍ଛା ଥିଲେ ମଧ୍ୟ ସାଙ୍ଗମାନଙ୍କ ଚାପ ଯୋଗୁ ନିଶା ଛାଡ଼ିପାରନ୍ତି ନାହିଁ। ତେଣୁ କେଉଁ ବ୍ୟକ୍ତିକୁ କି ପ୍ରକାର ଚିକିତ୍ସା ଦିଆଯିବ ତାହା ବ୍ୟକ୍ତି ଉପରେ ନିର୍ଭର କରିଥାଏ।
ପାଇଁ ପ୍ରଥମତଃ ରୋଗୀର ନିଶା ଛାଡ଼ିବାର ଦୃଢ଼ ଇଚ୍ଛାଶକ୍ତି ଜରୁରୀ ।
ରୋଗୀର ବିନା ଇଚ୍ଛାଶକ୍ତିରେ ଯେତେ ଚିକିତ୍ସା କରାଇଲେ ମଧ୍ୟ ଏହା ସଫଳ ହୋଇ ନ ଥାଏ। ମଦ ନିଶା ଛାଡ଼ିବା ପାଇଁ ଔଷଧ, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ଦରକାର ପଡ଼ିଥାଏ। ମଦ ଛାଡ଼ିଲେ ଯେଉଁ କଷ୍ଟକର ଲକ୍ଷଣମାନ ଦେଖାଦେଇଥାଏ, ସେଗୁଡ଼ିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ବ୍ୟବହାର କରାଯାଇଥାଏ। ଏହାସହିତ ମଦ ପିଇବାକୁ ଇଚ୍ଛା ନ ହେବା ପାଇଁ ଅନ୍ୟକେତେକ ଔଷଧ ରହିଛି ଯାହା ଅତ୍ୟନ୍ତ ଆବଶ୍ୟକ । କେତେକ ଔଷଧ ଅଛି ଯାହାର ବ୍ୟବହାର କଲେ ଯଦି ବ୍ୟକ୍ତି ମଦ ସେବନ କରେ ତେବେ ବ୍ୟକ୍ତିଠାରେ ଅନେକ ପ୍ରତିକ୍ରିୟା ଦେଖାଯାଏ। ଯାହାଫଳରେ ରୋଗୀ ଆଉ ମଦ ସେବନ କରେନାହିଁ। ତେଣୁ ମଦ ସେବନ ବନ୍ଦ ପାଇଁ କେଉଁ ପ୍ରକାରର ଔଷଧ ବ୍ୟବହାର କରିବାର ଅଛି ତାହା ରୋଗୀର ଅବସ୍ଥା ଉପରେ ନିର୍ଭର କରିଥାଏ। ବେଳେ ବେଳେ ଦରକାର ପଡ଼ିଲେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥାଏ।
ସହିତ ରୋଗୀକୁ କାଉନ୍ସଲିଙ୍ଗ ଦରକାର ପଡ଼ିଥାଏ। ଚିକିତ୍ସା ପରେ ପୁଣି ମଦ ପିଇବାକୁ ଇଚ୍ଛା ହେଲେ ରୋଗୀ କିପରି ନିଜ ମନକୁ ନିୟନ୍ତ୍ରଣ କରିବ ସେ ନେଇ ରୋଗୀକୁ କାଉନ୍ସଲିଙ୍ଗ କରାଯାଏ। ଏହାସହ ରୋଗୀକୁ ସୁସ୍ଥ ଜୀବନ ଶୈଳୀ ଅବଲମ୍ବନ କରିବାକୁ ପଡ଼ିଥାଏ। ଉପଯୁକ୍ତ ନିଦ୍ରା, ସୁଷମ ଖାଦ୍ୟ, ମାନସିକ ଚାପରୁ ଦୂରେଇ ରହିବା, ନିଜ ମନକୁ ଦୃଢ଼ ଓ ଶାନ୍ତ ରଖିବା, ଶାରୀରିକ ବ୍ୟାୟାମ ଓ ଯୋଗ ଅଭ୍ୟାସ ଆଦି ମଦ ନିଶାଠାରୁ ଦୂରେଇ ରହିବାରେ ସହାୟକ ହୋଇଥାଏ।

-ଡ. ସତ୍ୟକାମ ମହାପାତ୍ର

-ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri