ମଦ ଦୋକାନ ସିଲ୍‌ କେବଳ ଲୋକ ଦେଖାଣିଆ

ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍‌ କରାଯାଇଛି । ସବୁ ଦୋକାନରେ ତାଲା ପଡିଛି । ହେଲେ ଖୋଲା ବଜାରରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ, ରନ୍ଧା ମଦ ଯାହାକୁ ଯେତେ ମିଳୁଛି। ଅଭ୍ୟାସଗତଙ୍କ ପାଖରେ ସହଜରେ ମଦ ପହଞ୍ଚି ଯାଉଛି । ବାଇକ୍‌, ବିଭିନ୍ନ ଗାଡି, ଦୁଗ୍ଧ ଗାଡି, ଘରୋଇ କାର, ପାସେଞ୍ଜର ନେଇ ଯାଉଥିବା ଅଟୋରେ ଚୋରା ଚାଲାଣ ହେଉଛି। ଜିଲାର ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଳେ ସହର ଭିତରକୁ ମଧ୍ୟ ଅବାଧରେ ପ୍ରବେଶ କରୁଛି। ଏବେ ସହର ସାରା ପୋଲିସ ଛାଉଣୀ। ହେଲେ ଚୋରାରେ ମଦ ବ୍ୟବସାୟ ହେଉଛି। ପୋଲିସ ଧରିବାରେ ବିଫଳ ହେଉଛି। ଅଭ୍ୟାସଗତଙ୍କ ପାଇଁ ମଦ ମଳିବାରେ ସତେ ଯେଭଳି ଅସୁବିଧା ନାହିଁ । ସହର ଉପକଣ୍ଠ ଯୁଯୁମୁରା, ବୁର୍ଲା, ଶାସନ, ହୀରାକୁଦ ଅଞ୍ଚଳରେ ଯାହାକୁ ଯେତେ ମଦ ବିକ୍ରି ହେବା ସହ ସହରକୁ ଆସୁଛି । ବେଆଇନ ମଦ ବ୍ୟବସାୟୀ ଏଥିରେ ଲାଭବାନ ମଧ୍ୟ ହେଉଛନ୍ତି। ଲାଇସନ୍ସପ୍ରାପ୍ତ ମଦ ଦୋକାନୀଙ୍କ ମଧ୍ୟ ସଂପୃକ୍ତି ରହୁଛି। ପ୍ରଶାସନ ପକ୍ଷରୁ କେବଳ ମଦ ଦୋକାନରେ ସିଲ୍‌ କରାଯାଇଛି। ହେଲେ ମଦ ବ୍ୟବସାୟୀଙ୍କ ଘର, ଗୋଦାମ ଓ ବିଭିନ୍ନ ସ୍ଥାନରେ ମଦ ଷ୍ଟକ୍‌ ରହିଛି। ଏଠାରୁ ନେଇ ବଜାରରେ ଚଢା ଦରରେ ଆରାମରେ ବିକ୍ରି ହେଉଛି। ଏଭଳିକି ମୂଳ ଦାମରୁ ୪ ଗୁଣା ଅଧିକ ଦରରେ ଲୋକେ କିଣୁଛନ୍ତି। ତେଣୁ ଲାଇସନ୍ସପ୍ରାପ୍ତ ଦୋକାନୀଙ୍କ ଷ୍ଟକ ଯାଞ୍ଚ କରାଯିବା ଆବଶ୍ୟକ। ନକଲି ବିଦେଶୀ ମଦ ତିଆରି କରୁଥିବା ମାଫିଆ ମଧ୍ୟ ଏହି ସମୟରେ ସକ୍ରୀୟ ହୋଇଯାଇଛନ୍ତି । ସେମାନେ କଟକଣାର ସୁଯୋଗ ନେଇ ବିଭିନ୍ନ କମ୍ପାନୀର ମଦ ତିଆରି କରି ମଦ ବିକ୍ରି କରୁଛନ୍ତି । ଏହା ମଧ୍ୟ ବଜାରରେ ପ୍ରବେଶ କରୁଛି। ଏହା ସହ ବିଶେଷ କରି ଗ୍ରାମାଞ୍ଚଳରେ ରନ୍ଧାମଦ ବିକ୍ରି ପରିମାଣ ବଢି ଯାଇଛି । କୁସୁନାଭାଟିରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଜଙ୍ଗଲରେ ମହୁଲ ଫୁଲରୁ ମଦ ରନ୍ଧା ତିଆରି ହେଉଛି। ରାତି ଅଧିଆ ତିଆରି କରାଯାଉଛି। ସକାଳେ ବିକ୍ରି ଶେଷ ହୋଇଯାଉଛି। ଏଥିରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହୁଛି। ସେହିଭଳି ଅବକାରୀ ବିଭାଗର ସ୍ବଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ଏ ସମୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବେଆଇନ। ଅଭିଯୋଗ ଆସିଲେ ଚଢାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri