ମତ୍ସ୍ୟଜୀବୀଙ୍କୁ ପେଟ ଚିନ୍ତା

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ପରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଛି। ଶ୍ରମିକ, ଦିନ ମଜୁରିଆଙ୍କଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀର ପରିବାର ଉପରେ ଏହାର ପ୍ରଭାବ ପଡିଛି। ଏଥିରୁ ବାଦ୍‌ ପଡିନାହାନ୍ତି ହୀରାକୁଦ ଜଳଭଣ୍ଡାରରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାର। ସେମାନେ ସାମାଜିକ ଦୂରତା ପାଳନ କରି ଜଳ ଭଣ୍ଡାରରୁ ମାଛ ମାରିବା ପାଇଁ ଯାଉନାହାନ୍ତି । କେତେକ ପରିବାର ଦୁଇଓଳା ଖାଇବା ପାଇଁ ମାଛ ମାରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜଳ ଭଣ୍ଡାରରେ ୫୦ ପ୍ରତିଶତ ମାଛ ଉତ୍ପାଦନ ହ୍ରାସ ପାଇଛି।
ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ବସବାସ କରୁଥିବା ସମ୍ବଲପୁର ଜିଲା ସମେତ ବରଗଡ ଓ ଝାରସୁଗୁଡା ଜିଲାର ୪ ହଜାର ୯୩୩ ମତ୍ସ୍ୟଜୀବୀ ତାଲିକା ଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଜୀବିକା ପ୍ରଭାବିତ ହୋଇଛି। କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ଯୋଗୁଁ ୨୨ ତାରିଖରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ତେଣୁ ରାଜ୍ୟ ବାହାରକୁ ଉତ୍ପାଦିତ ମାଛ ଯାଇ ପାରୁନାହିଁ । ଅନ୍ୟପଟେ ଟ୍ରକ ଗୁଡିକରେ ମଧ୍ୟ ରପ୍ତାନି ହୋଇପାରୁନାହିଁ । ହୀରାକୁଦ ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ମୁଖ୍ୟ ଜୀବିକା କେନ୍ଦ୍ର ଅଟେ। ଏଠାରେ ପ୍ରାୟ ୪୯ ପ୍ରଜାତିର ମାଛ ଦେଖାଦେଇଥିବା ବେଳେ ୧୮ ପ୍ରଜାତିର ମାଛ ଖାଦ୍ୟ ପାଇଁ ଉପଯୋଗୀ । ତେଣୁ ବଜାରରେ ଏସବୁ ଉପଲବ୍ଧ ରହିଥାଏ । ଏହି ସମୟ ମାଛ ଧରିବା ପାଇଁ ଉପଯୁକ୍ତ ଅଟେ। ପ୍ରତିଦିନ ହାରାହାରି ୧୦ ମେଟ୍ରିକ ଟନ୍‌ ମାଛ ଧରାଯାଇଥାଏ । ରାଜ୍ୟ ତଥା ଜିଲା ବାହାର ବ୍ୟବସାୟୀମାନେ ମତ୍ସ୍ୟଜୀବୀଙ୍କ ଠାରୁ ମାଛ କିଣି ନେଇଥାନ୍ତି । ହେଲେ ଏବେ ସେମାନଙ୍କ ମଧ୍ୟ ଦେଖା ମିଳୁନାହିଁ। ରାଜ୍ୟ ବାହାର ପଶ୍ଚିମବଙ୍ଗ, ତଥା ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର ଆଦି ଜିଲାକୁ ଏଠାରୁ ମାଛ ପଠାଯାଏ । ଲକ୍‌ ଡାଉନ ଯୋଗୁ ତାହା ସମ୍ଭବ ହୋଇପାରୁନାହିଁ । ସ୍ଥାନୀୟ ବଜାରରେ ଭରସା କରି ରହିଛୁଁ । ହେଲେ ବଜାରରେ ଚାହିଦା କମ୍‌ ଥିବାରୁ ଉତ୍ପାଦନ ମଧ୍ୟ କରାଯାଉ ନାହିଁ । ଉତ୍ପାଦନ ୪ରୁ ୫ ମେଟ୍ରିକ ଟନ୍‌କୁ ଖସି ଆସିଛି । ଏବେ କଟକଣା ଅବଧି ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିଯୋଗୁ ଆମର ସମସ୍ୟା ଆହୁରି ବଢିଯିବ ବୋଲି ଜଣେ ମାଛ ଚାଷୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri