ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଦେବା ଯୋଗୁ ମତଦାନରେ ବିଳମ୍ବ ଘଟିଥିଲା। ଏଥିଲାଗି ରାତି ୯ଟା ପର୍ଯ୍ୟନ୍ତ  ଭୋଟଗ୍ରହଣ ହୋଇଥିବା ସୂଚନା ମିଳିଛି। ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଭୋଟରମାନେ ବୁଥ୍‌ ଆଗରେ ଦୀର୍ଘ ସମୟ ଅପେକ୍ଷା କରି ରହିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେତେକ ସ୍ଥାନରେ କଁା ଭଁା  ଗଣ୍ଡଗୋଳକୁ ବାଦ୍‌ ଦେଲେ ଜିଲାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଭିଏମ୍‌ ଓ ଭିଭିପିଏଟି ମେଶିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସକାଳ ୭ଟାରୁ ପ୍ରାୟ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା। କେଉଁଠି ଘଣ୍ଟାଏ ତ ଆଉ କେଉଁଠି ୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଧାମନଗର ବ୍ଲକର ପାଳସାହି ୨୪୩ ନମ୍ବର ବୁଥ୍‌ରେ ୫ ଘଣ୍ଟା ବିଳମ୍ବ ଘଟିଥିଲା। ଜିଲା ମୁଖ୍ୟାଳୟରୁ ନୂଆ ଇଭିଏମ୍‌ ଅଣାଯିବା ପରେ ପୂର୍ବାହ୍ନ ୧୧ଟା ୩୦ ରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିଭଳି ତିହିଡି ବ୍ଲକର ମୂଷାଙ୍ଗ ୧୧୯ ନମ୍ବର ବୁଥ୍‌ରେ ଇଭିଏମ୍‌ କାରଣରୁ ୨ ଘଣ୍ଟା, ତିହିଡି କଲେଜରେ ୧ ଘଣ୍ଟା ଓ କମାରିଆ ସ୍କୁଲରେ ୧ ଘଣ୍ଟା ବିଳମ୍ବ ଘଟିଥିବା ବେଳେ ଧାମନଗର ନିର୍ବାଚନମଣ୍ଡଳୀରେ ୧୩୫, ୧୪୧, ୧୪୪, ୧୫୫, ୧୫୬, ୧୫୭, ୧୯୯, ୨୨୩, ୨୧୪, ୧୮୪, ୧୭୪, ୧୫୨, ୧୫୧, ୧୪୯, ୨୪୨, ୨୪୩, ୨୪୪, ୨୪୫ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁ କେଉଁଠି ଘଣ୍ଟାଏ ତ କେଉଁଠି ୨ ଘଣ୍ଟା ବିଳମ୍ବ ଘଟିଥିବା ଜଣାପଡ଼ିଛି। ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୌସୁଧା ସ୍କୁଲ ୧୨୪, ଘଟପୁରର ୧୪, କୁଅଁାରସରର ୨୧୬, ରାଜେନ୍ଦ୍ରପଲ୍ଲୀର ୧୩୯ ଓ ଜ୍ୟୋସ୍ନାମଲ୍ଲୀ ସ୍କୁଲର ୨୬୦ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇ ଭୋଟଦାନ ବିଳମ୍ବ ଘଟିଥିବା କୁହାଯାଇଛି। ସେହିଭଳି ବାସୁଦେବପୁର ବ୍ଲକର ଅଟଳ ବିହାରୀ ହାଇସ୍କୁଲରେ ଇଭିଏମ୍‌ ସମସ୍ୟା କାରଣରୁ ଡେରି ହୋଇଥିବା ଜଣାପଡିଛି। ଭଦ୍ରକର ଆର୍‌ସିବିଏଲ୍‌ ହାଇସ୍କୁଲ, ଏରେଇଁ, ବିଶାଣିଖରିଦା, ବନ୍ଧଗଁା, ସୋମନାଥପୁର ଭଳି କେତେକ ବୁଥ୍‌ରେ ଇଭିଏମ୍‌ ତ୍ରୁଟି କାରଣରୁ ଭୋଟଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡ଼ିଛି।

ସକାଳ ୯ଟା ସୁଦ୍ଧା ଜିଲାରେ ମତଦାନ ହାର ୧୩ ପ୍ରତିଶତ ରହିଥିଲା। ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ମାତ୍ର ୧୩ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ ଚାନ୍ଦବାଲିରେ ୧୨, ବାସୁଦେବପୁରରେ ୧୪, ଧାମନଗରରେ ୧୩ ଓ ଭଦ୍ରକରେ ୧୭ ପ୍ରତିଶତ ମତଦାନ ହୋଇଥିଲା। ପୂର୍ବାହ୍ନ ୧୧ ଟା ସୁଦ୍ଧା ଏହା ୨୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। ମଧ୍ୟାହ୍ନ ବେଳକୁ ୩୪ ପ୍ରତିଶତ ଏବଂ ଅପରାହ୍ନ ୩ଟା ସୁଦ୍ଧା ଭୋଟହାର ୫୨ ପ୍ରତିଶତରେ ପହଞ୍ଚିଥିଲା। ଅପରାହ୍ନରେ ଭୋଟରମାନଙ୍କ ଭିଡ  ଅଧିକ ଦେଖିବାକୁ ମିଳିଥିଲା। ୫ଟା ସୁଦ୍ଧା ଭୋଟଦାନ ହାର ୭୧ ପ୍ରତିଶତରେ ପହଞ୍ଚିଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଭଣ୍ଡାରିପୋଖରୀରେ ୭୧, ଚାନ୍ଦବାଲିରେ ୭୪, ବାସୁଦେବପୁରରେ ୭୨, ଧାମନଗରରେ ୭୦ ଓ ଭଦ୍ରକରେ ୬୯ ପ୍ରତିଶତ ଭୋଟ ହୋଇଛି। ଦିନତମାମ ସହରରେ ୪୨ ଡିଗ୍ରୀ ତାତି ରହିଥିବାରୁ ଅନେକ ଭୋଟର ଅସୁସ୍ଥତା ଅନୁଭବ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri