Posted inଭଦ୍ରକ

ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ

ବନ୍ତ, ୧୧।୧ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ୧୪ଟି ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନ ଅମଳ ସମୟରେ ବାରମ୍ବାର ଅଦିନିଆ ବର୍ଷା ନୟାନ୍ତ କଲାଣି। ଏପଟେ ମଣ୍ଡିରୁ ଧାର୍ଯ୍ୟ ସମୟରେ ଧାନ ଉଠିପାରୁ ନାହିଁ। ଧାନ ତଳିପକାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରି କି ବହୁ କ୍ଷତି ମଧ୍ୟ ସହିବାକୁ ପଡୁଛି ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗତ ଡିସେମ୍ବର ୨୦ଠାରୁ ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିଲା। ସମଗ୍ର ବ୍ଲକର ୧୪ଟି ମଣ୍ଡିରୁ ଧାନ କିଣିବା ପାଇଁ ୮ଟି ରାଇସ୍‌ ମିଲ୍‌ ସହ ଚୁକ୍ତିନାମା ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମଣ୍ଡିରେ ପ୍ରାୟ ୨୩ହଜାର କୁଇଣ୍ଟାଲ ଧାନ କିଣା ଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ ବିଭିନ୍ନ ମଣ୍ଡିରେ ଚାଷୀମାନେ ଟୋକନ ପାଇବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଯେଉଁ ଚାଷୀଙ୍କର ନାମ ଅନ୍‌ଲାଇନରେ ପଠାଯାଉଛି ସେହି ଅନୁସାରେ ଟୋକନ ଆସୁଛି। ମାତ୍ର ମଣ୍ଡି ଦାୟିତ୍ୱରେ ଥିବା କ୍ରୟ ଅଧିକାରୀ ଅନ୍‌ଲାଇନ ଟୋକନ ପ୍ରକ୍ରିୟା କରିବାରେ ପାତରଅନ୍ତର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ଧାନ ବିକ୍ରି କରିବା ନେଇ ବହୁବାର ମଣ୍ଡିକୁ ଆସୁଥିଲେ ମଧ୍ୟ ସେମାନଙ୍କ ନାମ ଅନ୍‌ଲାଇନରେ ପଠାଯାଉ ନାହିଁ। ଫଳରେ ସେମାନେ ଧାନ ବିକିବାରେ ସମସ୍ୟାରେ ପଡୁଛନ୍ତି। ସେହିଭଳି ବ୍ଲକରେ ୧୪ଟି ମଣ୍ଡି ପାଇଁ ଯେଉଁ ମିଲରଙ୍କୁ ଧାନକିଣା ଦାୟିତ୍ୱ ଦିଆଯାଇଛି ସେମାନେ ମନମୁଖି ଭାବେ ଗାଡ଼ି ପଠାଉଛନ୍ତି। ଏଥିଯୋଗୁ ମଣ୍ଡିରେ ଶତାଧିକ ଧାନ ବସ୍ତା ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଛି। ଗତ ଗୁରୁବାର ସକାଳଠାରୁ ମେଘୁଆ ପାଗ ଆରମ୍ଭ ହୋଇଛି। ଏଭଳି କୋହଲା ପାଗ ଜାରି ରହିଥିବା ବେଳେ ଯେକୌଣସି ସମୟରେ ବର୍ଷା ହେବାର ଆଶଙ୍କା ରହିଛି। ମଣ୍ଡିରେ ପକାଇଥିବା ଧାନକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଟୋକନ୍‌ ପ୍ରକ୍ରିୟା ଅନୁଯାୟୀ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ତେବେ ମିଲରଙ୍କ ପାଖରୁ ଗାଡ଼ି ଆସି କିଣା ଯାଇଥିବା ଧାନ ନେବାରେ ବିଳମ୍ବ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri