ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା

ବରଗଡ଼ ଅଫିସ୍‌,୨୮।୧୨
ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି ଅଭିଯୋଗ ନିତିଦିନିଆ ଘଟଣା ହୋଇପଡ଼ିଛି। ହେଲେ ସେଭଳି ଅଭିଯୋଗ ଉପରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅନ୍ୟପକ୍ଷେ ଧାନ କିଣାବିକାରେ ଚାଷୀଙ୍କ ବଦଳରେ ମିଲର୍ସଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲାର ଧାନ କିଣାବିକା ସରି ନ ଥିବବେଳେ ଜିଲାର ମିଲର୍ସମାନଙ୍କୁ ଧାନ ଉଠାଇବା ପାଇଁ ବାହ୍ୟଜିଲାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଶୁକ୍ରବାର ଜିଲାର ଏକ ଚାଷୀ ପ୍ରତିନିଧି ଦଳ ସିଏସ୍‌ଓ ଦୁର୍ଗାଚରଣ ଭେସ୍ରାଙ୍କୁ ଭେଟି ଫେରାଦ ହୋଇଥିଲେ ।
ବରଗଡ଼ ଜିଲାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ୧୧୪ ମିଲର୍ସଙ୍କୁ ସାମିଲ କରାଯାଇ ଥିବାବେଳେ ୧୧୨ ମିଲର୍ସଙ୍କ ଚୁକ୍ତିନାମା ସମ୍ପୂର୍ଣ୍ଣ ହୋଇଛି । ଧାନ କିଣାବିକାରେ ଜିଲାର ଏତେ ସଂଖ୍ୟକ ମିଲର୍ସଙ୍କୁ ନିୟୋଜିତ କରାଯାଇ ଥିଲେ ସୁଦ୍ଧା ସ୍ଥାନୀୟ ମଣ୍ଡି ଗୁଡ଼ିକରୁ ଆଶାନୁରୂପ ଧାନ ଉଠାଯାଉନାହିଁ । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏପରିକି ପଦ୍ମପୁର ଉପଖଣ୍ଡ ଅଧୀନ ମଣ୍ଡି ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଫଳରେ ସେହି ଅଞ୍ଚଳର ମଣ୍ଡିଗୁଡ଼ିକରେ ୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ସେହିପରି ବରଗଡ଼ ଉପଖଣ୍ଡ ମଣ୍ଡି ଗୁଡ଼ିକରେ ଅନୁରୂପ ଭାବେ ବିକ୍ରି ଅପେକ୍ଷାରେ ଧାନ ପଡ଼ି ରହିଛି । ଦୂରତା ଆଳ ଦେଖାଇ ପଦ୍ମପୁର ଉପଖଣ୍ଡ ମଣ୍ଡି ଗୁଡ଼ିକୁ ମିଲର୍ସ ଯାଉ ନ ଥିବାବେଳେ କଟନୀଛଟନୀ ଆଳ ଦେଖାଇ ବରଗଡ଼ ଉପଖଣ୍ଡର ମଣ୍ଡିଗୁଡ଼ିକରୁ ସେମାନେ ଧାନ ଉଠାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଆଉ ୪ଦିନ ପରେ ଜିଲାର ଧାନ କିଣାବିକା ପ୍ରକ୍ରିୟାକୁ ୨ମାସ ବିତିବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ । ଏଭଳିସ୍ଥଳେ ଏଠାକାର ମିଲର୍ସଙ୍କୁ ବାହ୍ୟ ଜିଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉଛି ।
ମିଳିଥିବା ଖବର ଅନୁଯାୟୀ, ବରଗଡ଼ ଜିଲାର ୧୫ ମିଲର୍ସଙ୍କୁ ଖୋର୍ଦ୍ଧା ଏବଂ ୮ ମିଲର୍ସଙ୍କୁ ବୌଦ୍ଧ ଜିଲାରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ମସୁଧା ଚାଲିଛି । ବରଗଡ଼ ଜିଲାରୁ ଆଶାନୁରୂପ ଭାବେ ଧାନ ଉଠାଯାଉ ନ ଥିବାବେଳେ କେଉଁ ସ୍ବାର୍ଥରେ ସମ୍ପୃକ୍ତ ମିଲର୍ସଙ୍କୁ ବାହ୍ୟ ଜିଲାରେ ନିୟୋଜିତ କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ଯେଉଁ ମିଲର୍ସଙ୍କୁ ସେହି ଧାନ କିଣାବିକାରେ ସାମିଲ କରାଯାଉଛି, ସେମାନଙ୍କ ମଧ୍ୟରୁ କେତେକ ଧାନ ସଂଗ୍ରହ ନୀତି ଅନୁଯାୟୀ ଏପର୍ଯ୍ୟନ୍ତ ପୂର୍ବରୁ ଉଠାଇଥିବା ଧାନ ବଦଳରେ ଚାଉଳ ଜମା ଦେଇ ପାରି ନ ଥିବା ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri