ମଣିଷଠୁ ଭିନ୍ନ ନୁହେଁ ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମଣିଷ କ’ଣ ଏକମାତ୍ର ପ୍ରାଣୀ ଯିଏ ଭୋଟ ଦିଏ, ମଦ୍ୟପାନ କରେ, ପରକୀୟା ପ୍ରୀତିରେ ନିମଗ୍ନ ହୁଏ ବା ଅନ୍ୟମାନଙ୍କ କଥାବାର୍ତ୍ତାକୁ ଲୁଚିଲୁଚି କାନ ଡେରି ଶୁଣେ? ଅନ୍ୟ ପ୍ରାଣୀମାନେ ବି ସେମତି କରନ୍ତି। ତେଣୁ ଏ ପୃଥିବୀକୁ ଆମେ କାହିଁକି ଏକ ନୂଆ ଦୃଷ୍ଟିରେ ନ ଦେଖିବା ଏବଂ ସବୁ ପ୍ରାଣୀ ସମାନ ବୋଲି ଅନୁଭବ ନ କରିବା? ତା’ହେଲେ ଆମେ ଆଉ ଅନ୍ୟ ପ୍ରାଣୀମାନଙ୍କ ପୀଡ଼ାର କାରଣ ହେବା ନାହିଁ କିମ୍ବା ଅନ୍ୟମାନଙ୍କର ସେପରି କାର୍ଯ୍ୟ ବା ନିଷ୍ପତ୍ତିକୁ ସହ୍ୟ କରି ପାରିବା ନାହିଁ। ନିକଟରେ ବ୍ରାଜିଲର ରାଷ୍ଟ୍ରପତି ଆମାଜନ ଜଙ୍ଗଲକୁ କାଟି ସେଠାରେ ଗୃହ ନିର୍ମାଣ ଓ ଖଣି ଖନନ କାର୍ଯ୍ୟ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା କେବଳ ଉକ୍ତ ଜଙ୍ଗଲରେ ବାସ କରୁଥିବା ହଜାର ହଜାର ପ୍ରଜାତିର ପ୍ରାଣୀ, କୀଟପତଙ୍ଗ ପ୍ରଭୃତିଙ୍କୁ ଧ୍ୱଂସ କରିବ ନାହିଁ, ବରଂ ତାହାଦ୍ୱାରା ମଣିଷ ସମେତ ଏ ପୃଥିବୀର ଜୀବଜଗତ ଧ୍ୱଂସମୁଖୀ ହେବ। ଯଦି ଗୋଟିଏ ମଣିଷ ଏ ପୃଥିବୀକୁ ଅତ୍ୟନ୍ତ କ୍ଷତିକାରକ ଭାବେ ବଦଳାଇ ଦେଇପାରେ, ତା’ହେଲେ ଆପଣ କାହିଁକି ଏହାକୁ ଭଲ ଦିଗରେ ବଦଳାଇବାକୁ ଚେଷ୍ଟା ନ କରିବେ- ତାହା କେବଳ ଆପଣଙ୍କ ଅଞ୍ଚଳରେ ହେଉ ପଛେ?
* କୁକୁଡ଼ାମାନେ ସାମାଜିକ ଆଭିଜାତ୍ୟକୁ ସମ୍ମାନ ଦିଅନ୍ତି ଏବଂ ପ୍ରତ୍ୟେକ ଦଳରେ କ୍ଷମତାର ଅନୁକ୍ରମ ରହିଛି। ଆମେରିକାନ୍‌ ନ୍ୟାଚୁରାଲିଷ୍ଟ ପତ୍ରିକାରେ ପ୍ରକାଶିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ଗଞ୍ଜାମାନେ ମାଈ କୁକୁଡ଼ା ସହ ଯେତେବେଳେ ମେଟିଂ କରନ୍ତି, ସେତେବେଳେ କୁକୁଡ଼ାମାନେ ନିଜ ଗର୍ଭାଶୟରୁ ନିମ୍ନବର୍ଗର ଗଞ୍ଜାଙ୍କ ଶୁକ୍ରାଣୁକୁ ବାହାର କରିଦିଅନ୍ତି, ଯାହାଫଳରେ କେବଳ ଉଚ୍ଚବର୍ଗର ଗଞ୍ଜାଙ୍କ ଦ୍ୱାରା ନିଷିକ୍ତ ହୋଇ ସେମାନେ ଅଣ୍ଡା ଦେଇ ଉଚ୍ଚମାନର ଛୁଆ ଉତ୍ପନ୍ନ କରିପାରିବେ। ଉଭୟ ଲିଙ୍ଗର କୁକୁଡ଼ା ଅନେକ ସାଥୀଙ୍କ ସହ ମେଟିଂ କରନ୍ତି। କୁକୁଡ଼ାମାନେ ବେଳେବେଳେ ଉଚ୍ଚବର୍ଗର ଗଞ୍ଜାଙ୍କୁ ପସନ୍ଦ ରିବାର ସୁଯୋଗ ପାଆନ୍ତି ନାହିଁ। କାରଣ ନିମ୍ନ ପାହ୍ୟାର ଗଞ୍ଜାମାନେ ଅନେକ ସମୟରେ ସେମାନଙ୍କଠାରୁ ଆକାରରେ ଛୋଟ ମାଈ କୁକୁଡ଼ାଙ୍କ ସହ ଜବରଦସ୍ତ ମେଟିଂ କରନ୍ତି। ଏପରି ସ୍ଥଳେ ମାଈ କୁକୁଡ଼ାମାନେ ଅବାଞ୍ଛିତ ଗଞ୍ଜାଙ୍କ ସହ ଲଢ଼େଇ କରି ନ ପାରି ଅନ୍ୟ ଉପାୟରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି। ସେମାନେ ଏପରି ଗଞ୍ଜାଙ୍କ ଶୁକ୍ରାଣୁକୁ ଦେହରୁ କାଢ଼ିଦେବାର ଏକ ଉପାୟ ବିକଶିତ କରିଛନ୍ତି।
* ଆଲ୍‌କୋହଲ/ଇଥାନୋଲ (ମଦ) ସେବନ କରିବା ପ୍ରତ୍ୟେକ ମଣିଷ ସମାଜରେ ଚଳେ, ଯେଉଁମାନେ ସୁରାସାର କିଣ୍ବନ ପ୍ରକ୍ରିୟାରେ ମଦ ପ୍ରସ୍ତୁତ କରନ୍ତି। ଶିମ୍ପାଞ୍ଜିମାନେ ମଧ୍ୟ ମଦ ସେବନ କରନ୍ତି। ରୟାଲ ସାଇନ୍ସ ଓପନ ସୋସାଇଟିର ବୈଜ୍ଞାନିକମାନେ କରିଥିବା ଆବିଷ୍କାର ଅନୁସାରେ ଗିନିର ଶିମ୍ପାଞ୍ଜିମାନେ କିଣ୍ବନୀକୃତ ତାଳରସ ପାନ କରନ୍ତି। ଏହା ହେଉଛି ପ୍ରାକୃତିକଭାବେ ମିଳୁଥିବା ମଦ, ଯାହାକୁ ମଣିଷମାନେ ବି କିଛି ପରିମାଣରେ ସେବନ କରନ୍ତି। ଏହି ମଦକୁ ସଂଗ୍ରହ କରିବା ଓ ପିଇବା ପାଇଁ ଶିମ୍ପାଞ୍ଜିମାନେ ପାତ୍ର ମଧ୍ୟ ବ୍ୟବହାର କରନ୍ତି। ପତ୍ରଗୁଡ଼ିକ ଛେଚି ସ୍ପଞ୍ଜ ପରି କରି ସେମାନେ ଏହି ମଦ ସେବନ କରନ୍ତି। ସ୍ଲୋ ଲୋରିସ୍‌ (ଲେମୁର ବିଶେଷ) ବର୍ଟାମ ପାମ୍‌ରୁ କିଣ୍ବନୀକୃତ ରସ (ଯେଉଁଥିରେ ୩.୮% ଇଥାନୋଲ ଥାଏ) ପାନ କରନ୍ତି। ସେଣ୍ଟ କିଟ୍‌ସର ଗ୍ରୀନ୍‌ ମଙ୍କିମାନେ (ମାଙ୍କଡ଼ ବିଶେଷ) ଟୁରିଷ୍ଟମାନଙ୍କ କକ୍‌ଟେଲ (ଆଲ୍‌କୋହଲ ମିଶ୍ରିତ ଫଳରସ)କୁ ଟାର୍ଗେଟ କରନ୍ତି। ତେବେ ପ୍ରାଇମେଟମାନେ ମଣିଷ ପରି ଅତି ପାଚିଲା ଫଳ (ଯେଉଁଥିରେ ଉଚ୍ଚମାତ୍ରାର ଇଥାନୋଲ ଥାଏ) ପ୍ରତି ବିଶେଷ ଆକୃଷ୍ଟ ହୁଅନ୍ତି ନାହିଁ ଓ ସେପରି ଫଳକୁ କ୍ୱଚିତ୍‌ ଖାଆନ୍ତି।
* ମଣିଷମାନେ ଅନ୍ୟମାନଙ୍କୁ ଦେଖି ବୁଝିନିଅନ୍ତି କିଏ ଭଲ ଓ କିଏ ସଂକୀର୍ଣ୍ଣମନା। କୁକୁରମାନେ ବି ସେମିତି କରନ୍ତି କି? ଚିଜିଓ୍ବା, କୁରୋଶିମା ପ୍ରଭୃତି ବୈଜ୍ଞାନିକମାନେ ୫୪ଟି କୁକୁରଙ୍କୁ ପରୀକ୍ଷା କରିଥିଲେ, ଯେଉଁମାନେ ତାଙ୍କ ମାଲିକ ଏକ ପାତ୍ରରୁ କିଛି କାଢ଼ିବା ବେଳେ ତାଙ୍କୁ ନିରୀକ୍ଷଣ କରୁଥିଲେ। ଏହି କୁକୁରମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଥିଲା: ହେଲ୍‌ପର, ନନ୍‌-ହେଲ୍‌ପର ଓ କଣ୍ଟ୍ରୋଲ। ହେଲ୍‌ପର ଗ୍ରୁପ୍‌ରେ ମାଲିକ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଉ ଜଣଙ୍କୁ ଡାକିଲେ, ଯିଏ ପାତ୍ରଟି ତାଙ୍କ ଆଗରେ ଧରିଲେ। ନନ୍‌-ହେଲ୍‌ପର ଗ୍ରୁପ୍‌ରେ ମାଲିକ ସାହାଯ୍ୟ କରିବାକୁ ଯାହାଙ୍କୁ ଡାକିଲେ ସେ ସାହାଯ୍ୟ ନ କରି ମୁହଁ ବୁଲାଇଦେଇ ପଳାଇଲେ। କଣ୍ଟ୍ରୋଲ ଗ୍ରୁପ୍‌ରେ ମାଲିକଙ୍କୁ ଜଣେ ଲୋକ ବିନା ଡାକରାରେ ଆସି ସାହାଯ୍ୟ କଲା। ଏହାପରେ ପ୍ରତ୍ୟେକେ କୁକୁରଙ୍କୁ କିଛି ଖାଦ୍ୟ ଯାଚିଲେ। କୁକୁରମାନେ ହେଲ୍‌ପର ବା କଣ୍ଟ୍ରୋଲ ପର୍ସନ (ବିନା ଡାକରାରେ ସାହାଯ୍ୟ କରିଥିବା ବ୍ୟକ୍ତି)ଠାରୁ ଖାଦ୍ୟ ନେଲେ କିନ୍ତୁ ନନ୍‌-ହେଲପର ବା ସାହାଯ୍ୟ କରି ନ ଥିବା ବ୍ୟକ୍ତିଠାରୁ ଖାଦ୍ୟ ନେଲେ ନାହିଁ। କୁକୁରଙ୍କ ଏପରି ବ୍ୟବହାରରୁ ମନେହୁଏ ଅନ୍ୟମାନଙ୍କୁ ନିରୀକ୍ଷଣ କରି ସେମାନେ ଭଲ ବା ଖରାପ ବିଚାର କରିବା ମଣିଷ ଛଡ଼ା ଅନ୍ୟ ପ୍ରାଣୀମାନଙ୍କ କ୍ଷେତ୍ରରେ ବି ସାଧାରଣ।
* raisingyourpaws.com ଅନୁସାରେ ମଣିଷଟିଏ ଯେତେବେଳେ ଖୁବ୍‌ ମାନସିକ ଆଘାତ ପାଏ ବା ଅତ୍ୟନ୍ତ ଭୟଭୀତ ହୋଇଯାଏ, ସେତେବେଳେ ତା’ର ହାତ ଓ ବେଳେବେଳେ ବେକର ଲୋମଗୁଡ଼ିକ ଠିଆ ହୋଇଯାନ୍ତି। ବିରାଡ଼ିମାନଙ୍କ କ୍ଷେତ୍ରରେ ବି ସେପରି ଘଟିଥାଏ। ଆଡ୍ରେନାଲିନ କ୍ଷରଣ କାରଣରୁ ଏହା ଘଟିଥାଏ। ମଣିଷ ବା ବିରାଡ଼ିଙ୍କ ଲୋମଗୁଡ଼ାକ ଠିଆ ହୋଇଗଲେ ସେଥିରୁ ତାଙ୍କର ମାନସିକ ଧକ୍କା ବା ଅତିଶୟ ଭୟ ସୂଚିତ ହୁଏ।
* ଯୁବକଟିଏ ଯେତେବେଳେ କୌଣସି ଯୁବତୀକୁ ପ୍ରେମ ନିବେଦନ କରେ ସେତେବେଳେ ସେ ତାକୁ ଏକ ମୂଲ୍ୟବାନ୍‌ ପଥର (ସୁନା ବା ହୀରା ମୁଦି ବା ଅନ୍ୟ ଗହଣା) ପ୍ରଦାନ କରେ। ପେଙ୍ଗୁଇନ କ୍ଷେତ୍ରରେ ବି ଠିକ୍‌ ସେଇଆ ଘଟେ। ଏଡିନ୍‌ବର୍ଗ ଚିଡ଼ିଆଖାନାର ଏକ ଗବେଷଣା ଅନୁସାରେ ମଣିଷଙ୍କ ପାଇଁ ଯେମିତି ହୀରା, ଆଡେଲି ପେଙ୍ଗୁଇନ୍‌ମାନଙ୍କ ପାଇଁ ସେମିତି ବାଲିଗରଡ଼ା ହେଉଛି ବହୁତ ମୂଲ୍ୟବାନ୍‌। ଏହି ଗୋଡ଼ି ସାହାଯ୍ୟରେ ପେଙ୍ଗୁଇନ୍‌ମାନେ ନିଜ ବସା ତିଆରି କରନ୍ତି ଓ ବରଫ ପରି ଥଣ୍ଡା ପାଣି ଉପରେ ନିଜ ଅଣ୍ଡାକୁ ଭାସମାନ ଅବସ୍ଥାରେ ରଖନ୍ତି। ସେମାନେ ବାସ କରୁଥିବା ଆଣ୍ଟାର୍କଟିକା ଉପକୂଳରେ କିନ୍ତୁ ଏପରି ବାଲିଗରଡ଼ା ଖୁବ୍‌ ଦୁର୍ଲଭ। ତେଣୁ ପେଙ୍ଗୁଇନ୍‌ମାନେ ଅନ୍ୟ ପେଙ୍ଗୁଇନ୍‌ଠାରୁ ବାଲିଗରଡ଼ା ଚୋରି କରନ୍ତି ଏବଂ ସେଥିପାଇଁ ପରସ୍ପର ସହ ଲଢ଼େଇ ବି କରନ୍ତି। ପ୍ରେମ ନିବେଦନ ସମୟରେ ଅଣ୍ଡିରା ପେଙ୍ଗୁଇନ୍‌ ମାଈ ପେଙ୍ଗୁଇନ୍‌କୁ ବାଲିଗରଡ଼ା ଉପହାର ଦିଅନ୍ତି। ଯଦି ମାଈଟି ଏଇ ଉପହାର ଗ୍ରହଣ କରେ ତେବେ ପରସ୍ପର ଭିତରେ ପ୍ରେମ ହୋଇଯାଏ ଓ ଉଭୟ ସାରାଜୀବନ ସାଥୀ ହୋଇ ରହନ୍ତି। କିନ୍ତୁ ମଣିଷଙ୍କ ପରି ଲୋଭରେ ଏଇ ମୂଲ୍ୟବାନ୍‌ ପଥର ନେଇ କେତେକ ମାଈ ପେଙ୍ଗୁଇନ୍‌ ଅନେକ ସମୟରେ ନିଜର ସାଥୀ ଥାଇ ବି ଅନ୍ୟ ପୁରୁଷ ସହ ମେଟିଂ ପାଇଁ ରାଜି ହୋଇଯାନ୍ତି। ଏପରି ମାଈ ପେଙ୍ଗୁଇନ୍‌ଙ୍କୁ ତାଙ୍କ ଜାତିର ଗଣିକା ବୋଲି କୁହାଯାଇପାରେ।
* ନେଚର ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ ମୂଷାମାନେ ମୁଖଭଙ୍ଗୀ ମାଧ୍ୟମରେ ମଣିଷ ପରି ନିଜର ଯନ୍ତ୍ରଣା ପ୍ରକାଶ କରନ୍ତି। ସେମାନଙ୍କର ବିଭିନ୍ନ ପ୍ରକାର ମୁଖଭଙ୍ଗୀ ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି।
* ମଣିଷ କ’ଣ ଏକମାତ୍ର ପ୍ରାଣୀ ଯିଏ ଭୋଟ ଦିଏ? ୟୁରେସିଆର ରେଡ୍‌ ଡିୟର (ଲାଲ୍‌ ହରିଣ) ବଡ଼ ବଡ଼ ଦଳରେ ଚରନ୍ତି ବା ଶୁଅନ୍ତି। କେତେକ ହରିଣ ଅନ୍ୟତ୍ର ଯିବା ପାଇଁ ପ୍ରସ୍ତୁତ ହୋଇ ଠିଆ ହୋଇଯାନ୍ତି। କିନ୍ତୁ ଗବେଷକଙ୍କ ମତରେ ଯେତେବେଳେ ୬୦ ପ୍ରତିଶତ ବୟସ୍କ ହରିଣ ଠିଆ ହୋଇ ନିଜ ଗୋଡ଼ ସାହାଯ୍ୟରେ ଯିବା ସପକ୍ଷରେ ଭୋଟ ଦିଅନ୍ତି, ସେତେବେଳେ ଯାଇ ପୂରା ଦଳ ଯିବାକୁ ଆରମ୍ଭ କରେ। ତେଣୁ ସେମାନଙ୍କ ଭିତରେ ଯେ ଗଣତାନ୍ତ୍ରିକ ଚିନ୍ତାଧାରା ପ୍ରଚଳିତ ତାହା ବୁଝିବାରେ ଅସୁବିଧା ହୁଏ ନାହିଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri