ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ ପଞ୍ଚୁପାଣ୍ଡବଙ୍କ ନାମରେ ଯଜ୍ଞକୁଣ୍ଡ

ଗଣିଆ,୩।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକ ମା’ କଳାପାଟ ପୀଠ ପରିସରରେ ଗତ ୩ଦିନ ଧରି ଚାଲୁ ରହିଥିବା ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଓଢ଼ଣଷଷ୍ଠୀ ତିଥିରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଯାଇଛି। ସ୍ବର୍ଗତ ସିଦ୍ଧଯୋଗୀ ବାବା ରାମଦାସଙ୍କର ୬୯ତମ ଜନ୍ମ ଉତ୍ସବ ଉପଲକ୍ଷେ ୨୭ତମ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ସୂର୍ଯ୍ୟନାରାୟଣ ପୂଜା, ଦ୍ୱାରପାଳ ପୂଜା, ଗୁରୁ ପୂଜା, ସାଧୁ ପୂଜନ କରାଯାଇଥିଲା। ଭଜନ ମଣ୍ଡପରେ ମହାଯଜ୍ଞରେ ଯୋଗଦେଇଥିବା ସାଧୁସନ୍ଥମାନଙ୍କୁ ନେଇ ସୁଧର୍ମା ସଭାର ଆୟୋଜନ କରାଯାଇଥିଲା ା ସଭାସ୍ଥଳୀରେ ଉପସ୍ଥିତ ୭୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ, ଦିବ୍ୟାଙ୍ଗ, ଗରିବ ଓ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଲୁଗା, ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ା ପରେ ସଭାସ୍ଥଳୀରୁ ବାବା ରାମଦାସଙ୍କର ସ୍ବର୍ଣ୍ଣ ପାଦୁକାକୁ ଭକ୍ତ ଆଦିତ୍ୟ ନାରାୟଣ ସୁପକାର ଓ ତାଙ୍କ ଧର୍ମପନତ୍ୀ ମସ୍ତକରେ ଧରି ଯଜ୍ଞମଣ୍ଡପକୁ ନେଇଯାଇଥିଲେ। ଏହାପରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ା ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ବରେ ଅର୍ଜ୍ଜୁନ, ପଶ୍ଚିମରେ ନକୁଳ, ଉତ୍ତରରେ ସହଦେବ, ଦକ୍ଷିଣରେ ଭୀମ ଓ ମଧ୍ୟମସ୍ଥଳରେ ଯୁଧିଷ୍ଠିର ମହାରାଜଙ୍କର ନାମରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ବିଶ୍ୱର କଲ୍ୟାଣ ନିମିତ ଘୃତାହୁତି ପ୍ରଦାନ କରାଯାଇଥିଲା ା ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଭାପତି ଅଜୟ ପଟ୍ଟନାୟକ, ପାର୍ଥସାରଥୀ ମହାନ୍ତି, ଧୀରେନ୍ଦ୍ର ପାଣିଗ୍ରାହୀ, ଦେବ ସାମନ୍ତରା, ନିର୍ମଳ ପଟ୍ଟନାୟକ, ବାବାଙ୍କ ପଟଶିଷ୍ୟ ତଥା ସନ୍ଥସେବକ ଭକ୍ତ ଲଳିତ ନାରାୟଣ ଓ ଶୋଭନ ମହାକୁଡଙ୍କ ସମେତ ବହୁ ଶ୍ରଦ୍ଧାଳୁ ଆହୁତି ଅର୍ପଣ କରିଥିଲେ ା ୩ଦିନ ଧରି ଅନୁଷ୍ଠିତ ମହାଯଜ୍ଞରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହେବା ସହ ବହୁ ଅସ୍ଥାୟୀ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଏସଆଇ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏଥିସହ ଜିଲା ଓ ବ୍ଲକ ପ୍ରଶାସନର ପଦାଧିକାରୀଙ୍କ ସମେତ ଗଣିଆ ତହସିଲଦାର ମିତାଲି ପାତ୍ର, ଅଗ୍ନିଶମ ଅଧିକାରୀ ସାନନ୍ଦ ଜେନା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ ା ସେହିପରି ଭୁବନେଶ୍ୱରସ୍ଥିତ ଓଁ ସତ୍ୟଶାନ୍ତି ସେବାଶ୍ରମ ମହାଯଜ୍ଞକୁ ପରିଚାଳନା କରିଥିବା ବେଳେ ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତର ବହୁ ଶ୍ରଦ୍ଧାଳୁଙ୍କ ସମେତ ମାଳତିପୁଟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri