ମଠ ଅସ୍ତିତ୍ୱ ରକ୍ଷା ପାଇଁ ମିଳିତ ପ୍ରୟାସ ଲୋଡ଼ା

ପୁରୀ ଅଫିସ,୪ା୧୨: ପୁରୀର ପ୍ରାଚୀନ ମଠ ଶ୍ରୀଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ଏହି ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି। ଶ୍ରୀଶଙ୍କରାନନ୍ଦ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟ ବୋର୍ଡ ଏବଂ ଐତିହ୍ୟ ସଂରକ୍ଷଣ ପରିଷଦ ପକ୍ଷରୁ ଗୁରୁବାର ମଠ ପରିସରରେ ଆୟୋଜିତ ଐତିହ୍ୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଜଗଦ୍‌ଗୁରୁ କହିଲେ, ଏହି ପ୍ରାଚୀନ ମଠର ପୁନରୁଦ୍ଧାର ପାଇଁ ଏକ ସମିତି ଗଠନ ହେଉ। ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ଆମେ ସରକାରଙ୍କ ପାଖରେ ପହଞ୍ଚତ୍ଲେ ଧ୍ୱଂସାଭିମୁଖେ ରହିଥିବା ଏହି ମଠର ପୁନରୁଦ୍ଧାର ହୋଇପାରିବ। ଶ୍ରୀଶଙ୍କରାନନ୍ଦ ମଠର ଐତିହ୍ୟ ସମ୍ପର୍କିତ ଏହି ଆଲୋଚନାଚକ୍ରରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଡ. ମିଶ୍ର କହିଥିଲେ ଯେ, ପ୍ରାଚୀନ କାଳରେ ପୁରୀରେ ୭୫୨ଟି ମଠ ଓ ଆଶ୍ରମ ଥିଲା। ବର୍ତ୍ତମାନ ଅନୁସନ୍ଧାନ ଫଳରେ ୩୭୪ଟି ମଠ ଓ ଆଶ୍ରମ ରହିଛି। ଏହି ମଠଗୁଡ଼ିକ ମଧ୍ୟରେ ଶୈବ ସମ୍ପ୍ରଦାୟର ୫ଟି ମଠ ସର୍ବପୁରାତନ। ତାହା ମଧ୍ୟରେ ଶ୍ରୀଶଙ୍କରାନନ୍ଦ ମଠକୁ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ମଠର ସ୍ବାମିଜୀ ମନ୍ଦିରର ପରିଚ୍ଛା ସେବା କରୁଥିଲେ। ଶ୍ରୀମନ୍ଦିର ନିର୍ମାଣର ୧୦୦ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ରରେ ନିର୍ମିତ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା କାର୍ଯ୍ୟ ଏହି ମଠର ସ୍ବାମିଜୀ କରୁଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ଏହାର ଏକ ଶାଖା ମଠ ରହିଛି। ତାହା ପୂର୍ବରୁ ଢେଙ୍କାନାଳ କପିଳାସରେ ବିଜେ କରିଥିବା ଶ୍ରୀଚନ୍ଦ୍ରଶେଖରଙ୍କ ଉପାସନାର ଦାୟିତ୍ୱ ସେ ବୁଝୁଥିଲେ। ପୁରୀ ଶ୍ରୀଲୋକନାଥ ମନ୍ଦିରର ଦାୟିତ୍ୱ ବୁଝିବା ସହିତ ସମସ୍ତ ଯାନିଯାତ୍ରାରେ ସହଯୋଗ କରୁଥିଲେ। ଏବେ ବି ଶ୍ରୀଲୋକନାଥଙ୍କ ବିଜେ ପ୍ରତିମା ଏହି ମଠକୁ ଆସୁଛନ୍ତି। କୋଣାର୍କ ମନ୍ଦିରର ନିର୍ମାଣ ଇତିହାସ ଲେଖାଯାଇଥିବା ଚକଡ଼ ପୋଥିରେ ଉଲ୍ଲେଖ ଅଛି ଯେ, ଲାଙ୍ଗୁଳା ନରସିଂହ ଦେବଙ୍କ ନିମନ୍ତ୍ରଣକ୍ରମେ ଶଙ୍କରାନନ୍ଦ ସ୍ବାମୀ ଶ୍ରୀନରସିଂହ ସରସ୍ବତୀ ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ କୋଣାର୍କରେ ପହଞ୍ଚତ୍ଥିଲେ। ସେଠାରେ ସ୍ବାମିଜୀଙ୍କ ପାଦପୂଜା ଶିବେଇ ସାମନ୍ତରା କରିଥିଲେ। ତାଙ୍କୁ ଦାନ ମିଳିଥିବା ସୁନାମାଢ ସେ ଶିବେଇ ସାମନ୍ତରାଙ୍କୁ ଦେଇ ଆଦିଶଙ୍କରାଚାର୍ଯ୍ୟଙ୍କ ସିଦ୍ଧ ଯୋଗମୁଦ୍ରାର ଏକ ମୂର୍ତ୍ତି ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସେତେବେଳେ ଗଙ୍ଗବଂଶର ଶାସନ ସମୟରେ ଗଜପତିମାନେ ଶଙ୍କରାନନ୍ଦ ମଠର ସ୍ବାମୀଙ୍କୁ ଗୁରୁତ୍ୱ ଦେଉଥିଲେ। ସରକାର ଚାହିଁଲେ ଏଭଳି ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମଠର ପୁନରୁଦ୍ଧାର କରିପାରିବେ ବୋଲି ଡ. ମିଶ୍ର ମତ ରଖିଥିଲେ। ଐତିହ୍ୟ ପରିଷଦ ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ, ସଭ୍ୟ ସିଦ୍ଧାର୍ଥ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିବାବେଳେ ମଠ ସମିତି ପକ୍ଷରୁ ଦୁର୍ଗାପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚ୍ୟ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମିଶ୍ର, ଦୁର୍ଗାପ୍ରସାଦ ମହାପାତ୍ର, ପ୍ରଫେସର ଦିବାକର ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ। ବିଦେଶୀ ଭାଷାରେ ପ୍ରକାଶିତ ଜଗନ୍ନାଥ ସଂସ୍କୃତିରେ ଶବ୍ଦକୋଷ ଓ ଭାଷାକୋଷ ସଂଶୋଧନ ନିମନ୍ତେ ପଣ୍ଡିତ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଶଙ୍କରାଚାର୍ଯ୍ୟ ଉନ୍ମୋଚନକରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri